ଭୁଲରେ ମଧ୍ୟ ଗୁଗୁଲରେ ଏହି ୫ଟି ଜିନିଷ କେବେ ବି ସର୍ଚ୍ଚ କରନ୍ତୁ ନାହିଁ , ଆପଣ ହୋଇପାରନ୍ତି ଗିରଫ

Published By : Prameya-News7 Bureau | December 26, 2018 IST

ଭୁବନେଶ୍ବର୨୬|୧୨: ଆଜିକାଲିର ଆଧୁନିକ ଯୁଗରେ ସମସ୍ତଙ୍କ ପାଖରେ ସ୍ମାଟ ଫୋନ । ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯନ୍ତ ସମସ୍ତେ କିଛି ନା କିଛି କାମ ପାଇଁ ଇଂଟରନେଟ ସହିତ ଯୋଡି ହୋଇ ରହନ୍ତି। ଆଜିକାଲି ଗୁଗୁଲ ମାଧ୍ୟମରେ ସବୁ ପ୍ରସଂଗରେ ତଥ୍ୟ ହାସଲ କରିହେଉଛି। କିନ୍ତୁ ଏହା ସତ୍ୟ ଯେ ଗୁଗୁଲରେ କିଛିଟା ଭୁଲ ଜିନିଷ ଖୋଜିବା ଦଣ୍ଡନୀୟ ହୋଇଥାଏ, ଏହା ଖୋଜିବା ଦ୍ବାରା ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ହୋଇପାରେ। ତେଣୁ ଏହା ଜାଣିବା ଅତ୍ୟନ୍ତ ଜରୁରୀ । ଜାଣନ୍ତୁ କେଉଁ ୫ଟି ଜିନିଷ ଗୁଗୁଲରେ ଖୋଜିବା କ୍ଷତିକାରକ ହୋଇପାରେ।

wp:gallery {"ids":[67309]} /wp:gallery

୧. ଗୁଗୁଲରେ ମୌଜ ମସ୍ତିରେ ହେଉ କିମ୍ୱା ଟାଇମ ପାସ୍ ପାଇଁ ମଧ୍ୟ ଯଦି ଆପଣ ବୋମା ତିଆରି କରିବାର ଉପାୟ ଖୋଜନ୍ତି ତାହାହେଲେ ତାକୁ ଅପରାଧ ପର୍ଯ୍ୟାୟଭୁକ୍ତ କରାଯିବ। ଆପଣଙ୍କ ପାଖରେ ତୁରନ୍ତ ପୋଲିସ ପହଞ୍ଚିଯାଇପାରେ । କ୍ରାଇମ ବ୍ରାଞ୍ଚ ଅଧିକାଂଶ ୟୁଟ୍ୟୁବ ଚ୍ୟାନଲ ଓ ୱେବସାଇଟ୍ ରେ ଏଭଳି ବ୍ୟକ୍ତିଙ୍କୁ ଖୋଜିଥାଏ। ଏହି ୱେବସାଇଟକୁ ଗଲେ ପୋଲିସ ଆଇପି ଏଡ୍ରେସ ଟ୍ରେସ କରି ଗିରଫ କରିନେବେ। ନିକଟରେ ପାଟଣାଗଡରେ ହୋଇଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତକୁ ଚିହ୍ନଟ କରିବା କ୍ଷେତ୍ରରେ ଏହା ହିଁ ସହାୟକ ହୋଇଥିଲା ।

wp:gallery {"ids":[67305]} /wp:gallery

୨. ଆପଣ ଜାଣନ୍ତି ଭାରତରେ ଶିଶୁ ଯୌନାଚାର ଏକ ଗର୍ହିତ ଅପରାଧ । ଏ ସମ୍ପର୍କିତ ତଥ୍ୟ ହାସଲ ଉଦ୍ୟମକୁ ମଧ୍ୟ ଅପରାଧ ପର୍ଯ୍ୟାୟଭୁକ୍ତ କରାଯାଇଛି । ଏଭଳି ଏକ କାମ ପାଇଁ ଅଭିନେତା ବିଶାଳ ମଧ୍ୟ ଗିରଫ ହୋଇଥିବା କଥା ଆପଣଙ୍କୁ ଜଣା ଥିବ । ତେଣୁ ଗୁଗୁଲରେ ଶିଶୁ ଯୌନାଚାର ସମ୍ପ୍ରକିତ ତତ୍ୟ ଚିତ୍ର ବା ଭିଡିଓ ସର୍ଚ୍ଚ ଜମା କରନ୍ତୁ ନାହିଁ । ଏହା ଯଦି ଆପଣ କରନ୍ତି ତାହେଲେ ପୋଲିସ ଯେ, କୌଣସି ସମୟରେ ଆପଣଙ୍କୁ ଉଠାଇନେଇପାରେ ।

wp:gallery {"ids":[67306]} /wp:gallery

୩. ଗୁଗୁଲରେ କୌଣସି ପ୍ରକାରର ଓୌଷଧ ବିଷୟରେ ଖୋଜିବା କିମ୍ବା ଓୌଷଧ କିଣିବା ମଧ୍ୟ ଏକ ଅପରାଧ । ଏମିତିରେ ବି ବିନା ପ୍ରେସକ୍ରିପସନରେ କୌଣସି ଔଷଧ ଦୋକାନରୁ ଆପଣ ଔଷଧ କିଣିବା ଅପରାଧ ବୋଲି କୁହାଯାଇଛି । କୌଣସି ଓୌଷଧ ଡାକ୍ତରଙ୍କୁ ନ ପଚାରି କିଣିବା ଉଚିତ ନୁହଁ। ଏହି କାରଣରୁ ଗୁଗୁଲ ଜରିଆରେ ଯଦି ଆପଣ ଏହା କରୁଥାନ୍ତି ତାହେଲେ ନିଶ୍ଟୟ ଅସୁବିଧାର ସମ୍ମୁଖୀନ ହେବେ ।

wp:gallery {"ids":[67307]} /wp:gallery

୪. ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ଯେ, ଗୁଗୁଲରେ କୌଣସି ଜିନିଷ ସର୍ଚ୍ଚ କଲାବେଳେ କେବେ ବି ନିଜ ଠିକଣା ଓ ସ୍ଥାନ ବିଷୟରେ ସୂଚନା ଦେବା ଉଚିତ ନୁହେଁ । କାରଣ ଆପଣ କିଛି ସଂଦିଗ୍ଧ ଜିନିଷର ସର୍ଚ୍ଚ କରିବା ମାତ୍ରେ ପୋଲିସ ଆପଣଙ୍କୁ ସନ୍ଦେହ କରିବା ଆରମ୍ଭ କରିବ ।

wp:gallery {"ids":[67308]} /wp:gallery

(୫) ସେହିଭଳି ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ବିଷୟରେ ସର୍ଚ୍ଚ କରିବା ମଧ୍ୟ ଆପଣଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରେ । କୌଣସି ଆତଙ୍କବାଦୀ ସମଗଠନର ଠିକଣା ବା ଫୋନ ନମ୍ବର ଖୋଜିବା ଗୋଟିଏ ଉଦାହରଣ ।ବିଶେଷ କରି କେବଳ ଉତ୍ସୁକତା ପାଇଁ ସମୟ ଅତିବାହିତ କରିବା ପାଇଁ ଆପଣ ଗୁଗୁଲ ସହିତ କିଛି ବି ବଦମାସି କଲେ ତାହା ରେକର୍ଡରେ ରହିଯାଏ । ପରବର୍ତ୍ତି ସମୟରେ ପୋଲିସ ଏହି ରେକର୍ଡକୁ ଅଧାର କରି ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ।

wp:gallery {"ids":[67310]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.