ଏହି ନମ୍ବରରୁ ମେସେଜ୍‌ ଆସିଲେ କରନ୍ତୁନି ରେସପଣ୍ଡ, ହୋଇଯିବେ ପାକିସ୍ତାନୀ ହ୍ୱାଟ୍ ଆପ ଗ୍ରୁପରେ ଏଡ୍

Published By : Prameya-News7 Bureau | September 23, 2019 IST

ବୈଷୟିକ ଓ ପ୍ରାଦ୍ୟୋଗିକି ବିକାଶ ଯୋଗୁ ଦିନକୁ ଦିନ ନୂଆ ନୂଆ ଠକେଇ ହେଉଛି। ଏବେ ଭାରତରେ ହେଉଥିବା ବିଭିନ୍ନ ଠକେଇର ଚେର ପାକିସ୍ତାନକୁ ଲମ୍ବିଥିବା ଜଣାପଡିଛି। ଏଣୁ କେନ୍ଦ୍ର ଗୃହମନ୍ତ୍ରାଳୟ ଲୋକଙ୍କ ଲାଗି ଆଡଭାଇଜରୀ ଜାରି କରିଛନ୍ତି। ବଲିଉଡ ଅଭିନେତା ଅମିତାଭ୍ ଙ୍କ ଲୋକପ୍ରୀୟ ରିଏଲିଟି ସୋ ‘​‌‌କୌନ ବନେଗା କରୋଡପତି’କୁ ନେଇ ଏବେ ପାକିସ୍ତାନୀମାନେ ଭାରତୀୟଙ୍କୁ ଠକେଇ କରୁଥିବା ଜଣାପଡିଛି। ଏଥିଲାଗି ସେମାନେ ହ୍ୱାଟସ୍ ଆପ ଗ୍ରୁପ ବି କରିଛନ୍ତି।

{"id":161551,"width":575,"height":432}

ସୂଚନା ଅନୁସାରେ ପାକିସ୍ତାନରେ ୨ଟି ନମ୍ବରରେ ହୋଇଥିବା ହ୍ୱାଟସ୍ ଆପ୍ ଗ୍ରୁପ ଭାରତରେ ଏଭଳି ଠକେଇ କରୁଛି।  ଏହି ହ୍ୱାଟସ୍ ଆପରେ ଆସିଥିବା ମ୍ୟାସେଜର ରେସପଣ୍ଡ କରି ଲୋକେ ଠକେଇର ଶିକାର  ହେବା ସଙ୍ଗେ ସଙ୍ଗେ ପାକିସ୍ତାନୀ ହ୍ୱାଟସ୍ ଆପ ଗ୍ରୁପରେ ବି ସାମିଲ ହୋଇଯାଇଛନ୍ତି। ଏଭଳି ଅନେକ ଅଭିଯୋଗ ମିଳିବା ପରେ ମାମଲାର ତଦନ୍ତ ହୋଇଥିଲା। ଏଥିରୁ ହ୍ୱାଟସ୍ ଆପ ଗ୍ରୁପର ଆଡମିନ ପାକିସ୍ତାନରେ ଥିବା ଜଣାପଡିଛି।

{"id":161552}

ଏଣୁ ହ୍ୱାଟସ୍ ଆପରେ ଯଦି ଆପଣ ଭୂଲବସତଃ କୌଣସି ଅଜ୍ଞାତ ଗ୍ରୁପରେ ଯୋଡି ହୋଇଯାଇଥିବା ଜାଣନ୍ତି ତେବେ ତୁରନ୍ତ ଏଥିରୁ ଏଗଜିଟ୍ କରିଯାଆନ୍ତୁ। ଏହା ସତ୍ତ୍ୱେ ଯଦି କେହି ଆପଣଙ୍କୁ ଏଭଳି ଗ୍ରୁପରେ ଯୋଡୁଛି ତେବେ ସେଟିଂକୁ ଯାଇ ଏଭଳି କଣ୍ଟାକ୍ଟକୁ ବ୍ଲକ କରିଦିଅନ୍ତୁ। ଏହାସହ ପ୍ରତିରକ୍ଷାମନ୍ତ୍ରାଳୟ ପ୍ରାଇଭଟେ ସେଟିଂର ପ୍ରାଇଭେସୀରେ ପରିବର୍ତ୍ତନ ଲାଗି ପରାମର୍ଶ ଦେଇଛନ୍ତି। ସେହିଭଳି ପାକିସ୍ତାନରୁ ଲୋକଙ୍କୁ ଠକେଇ କରିବା ଲାଗି ଯେଉଁ ଦୁଇଟି ନମ୍ବରରୁ ମ୍ୟାସେଜ୍ ଆସୁଛି ସେ ନମ୍ବର ଦୁଇଟିକୁମଧ୍ୟ ପ୍ରତିରକ୍ଷାମନ୍ତ୍ରାଳୟ ସେୟାର କରିଛନ୍ତି। ସେଗୁଡିକ ହେଉଛି +92-3077902877 ଓ  +92-3040943299 । ଏଭଳି ନମ୍ବରରୁ ଯଦି କଲ କି ମ୍ୟାସେଜ ଆସୁଛି ଓ କେହି ଆପଣଙ୍କୁ ଟଙ୍କା ଦେବାକୁ କହୁଛନ୍ତି ଏ ନେଇ ତୁରନ୍ତ ନିକଟସ୍ଥ ପୋଲିସକୁସୂଚନା ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.