ଗଳାରେ କ୍ୟାନସର ହେବା ପୂର୍ବରୁ ଦେଇଥାଏ ଏହି ୩ଟି ସଙ୍କେତ : ଭୁଲରେ ବି କରନ୍ତୁ ନାହିଁ ନଜରଅନ୍ଦାଜ

Published By : Prameya-News7 Bureau | April 23, 2019 IST

ଗଳା କ୍ୟାନସର ଏକ ଅତ୍ୟନ୍ତ ମାରାତ୍ମକ ରୋଗ ହୋଇଥାଏ। ଯାହା ଆଜିକାଲି ଅଧିକାଂଶ ଲୋକଙ୍କୁ ହେଉଛି। ଏବଂ ଭାରତରେ ଗଳା କ୍ୟାନସର ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହେଉଛି। ଗଳା କ୍ୟାନସର ହେବା ପୂର୍ବରୁ ଅନେକ ପ୍ରକାର ସଙ୍କେତ ଦେଖିବାକୁ ମିଳିଥାଏ। କିନ୍ତୁ ଲୋକେ ଏହି ସଙ୍କେତକୁ ନଜରଅନ୍ଦାଜ କରିଥାଆନ୍ତି। ଯାହା ଫଳରେ ଗଳା କ୍ୟାନସର ବଢ଼ିଯାଇ ମୃତ୍ୟୁର କାରଣ ହୋଇଥାଏ। ଠିକ୍ ସମୟରେ ଏହି ରୋଗକୁ ଚିହ୍ନଟ କରି ଆମେ ଏହି ରୋଗରୁ ବଞ୍ଚି ପାରିବା। ତେବେ ଏହାର ଲକ୍ଷଣ ବିଷୟରେ ଆଜି ଜାଣିବା

{"id":106381,"width":587,"height":336}

ଯଦି ଆପଣଙ୍କ ଗଳାରେ ସଂକ୍ରମଣ ଦେଖାଯାଇଥାଏ ତେବେ ଏହାକୁ ନଜରଅନ୍ଦାଜ କରନ୍ତୁ ନାହିଁ। ଏହା ଗଳା କ୍ୟାନସର ଭଳି ମାରାତ୍ମକ ରୋଗର ରୂପ ନେଇଥାଏ। ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

{"id":106382,"width":594,"height":352}

ଗଳା କ୍ୟାନସର ହେବା ଦ୍ବାରା ଭଏସ୍ ବକ୍ସରେ ସ୍ବରଗ୍ରନ୍ଥି ପ୍ରଭାବିତ ହୋଇଥାଏ। ଯାହା ଦ୍ବାରା କଣ୍ଠସ୍ବରରେ ପରିବର୍ତ୍ତନ ହେବା,ତଣ୍ଟି ବସିବା  ଆଦି ସଙ୍କେତ ଦେଖାଯାଇଥାଏ। ଏପରି ସଙ୍କେତ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

{"id":106383,"width":595,"height":333}

ଅତ୍ୟଧିକ ଧୂମପାନ କଲେ ,ମଦ ଏବଂ ତମାଖୁ କିମ୍ବା ଗୁଟଖା ଖାଇଲେ ଗଳା କ୍ୟାନସର ହୋଇଥାଏ। ଏହା ବ୍ୟତୀତ ପ୍ରଦୂଷିତ ବାୟୁମଣ୍ଡଳ,ଧୂଳିମାଟିର ସଂସ୍ପର୍ଶରେ ଆସିବା ଦ୍ବାରା ଏବଂ ରାସାୟନିକ ଧୂଆଁଦ୍ବାରା ଗଳା କ୍ୟାନସର ହୋଇଥାଏ। ସଲଫର ଡାଇଅକ୍ସାଇଡ,କ୍ରୋମିୟମ୍ ଏବଂ ଆର୍ସେନିକ୍ ଭଳି ତତ୍ତ୍ବର ସଂସ୍ପର୍ଶରେ ଆସିବା ଫଳରେ ମଧ୍ୟ ଗଳା କ୍ୟାନସର ହୋଇଥାଏ।

{"id":106384,"width":593,"height":395}

ଯଦି ଆପଣ ଏହିସବୁ ଲକ୍ଷଣ ମଧ୍ୟରୁ ଗୋଟିଏ ଲକ୍ଷଣ ବି ଅନୁଭବ କରନ୍ତି ତେବେ ଏହାକୁ ବେଖାତିର କରନ୍ତୁ ନାହିଁ। ଏହାକୁ ଭଲ ଭାବେ ଯାଞ୍ଚ କରନ୍ତୁ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.