ସଠିକ ଦିଗରେ ରଖିଲେ ଝାଡୁ ବଦଳାଇ ପାରେ ଆପଣଙ୍କ ଭାଗ୍ୟ, ବ୍ୟବହାର କରନ୍ତୁନି ପୁରୁଣା
22/06/2019 at 4:05 PM

ଘରର ହେଉ ବା ଅଫିସ ସବୁଠି ଦରକାର ପଡେ ଝାଡୁର। ଏହି ଛୋଟିଆ ଜିନଷଟି କିନ୍ତୁ ସର୍ବଦା ସବୁଠି ଅବହେଳିତ ଥାଏ। କାମ ସରିଗଲେ ଯିଏ ଯେଉଁଠି ପାରେ ଫିଙ୍ଗି ଦିଏ। ତେବେ ଅନେକ ଜାଣନ୍ତିନି ସାମାନ୍ୟ ଝାଡୁଟି ପ୍ରତି ଯଦି ଧ୍ୟାନ ଦିଆ ନଯାଏ ତେବେ ଧନ ସମ୍ପର୍କିତ ସମସ୍ୟା ଉପୁଜେ ବୋଲି। ଏଣୁ ଝାଡୁକୁ ନୀତି ନିୟମ ଅନୁସାରେ ବ୍ୟବହାର କରିବା ପରେ ସଠିକ ଦିଗରେ ରଖି ଦିଅନ୍ତୁ। ଦେଖିବେ ଖୁବ୍ ଅଳ୍ପଦିନରେ ବଦଳିବାରେ ଲାଗିବ ଆପଣଙ୍କ ଭାଗ୍ଯ। ଆସନ୍ତୁ ଜାଣିବା ଝାଡୁକୁ କିପରି ବ୍ୟବହାର କରିବା।

ପ୍ରଥମ କଥା ହେଲା ଝାଡକୁ ସମସ୍ତଙ୍କ ନଜରରୁ ଦୂରେଇ ଲୁଚେଇ ରଖନ୍ତୁ। ଆଖି ଆଗରେ ଝାଡକୁ ରଖନ୍ତୁନି। ଘର ହେଉ କି ଅଫିସ ଯଦି ଝାଡୁକୁ ଖୋଲା ଫିଙ୍ଗି ଦିଆଯାଏ ତେବେ ନେଗେଟିଭ ଉର୍ଜା ପରିବେଶକୁ ନଷ୍ଟ କରେ। ସେହିପରି ଦିନ ତମାମ ଘରେ ଝାଡୁ ଦେଖାଯିବା ଅଶୁଭ ହୋଇଥାଏ। ସେହିପରି ଝାଡୁ ଭାଙ୍ଗିବା ପରେ ବି ଆମେ ଘରେ ବ୍ୟବହାର କରିଥାଉ। ତେବେ ଝାଡୁ ପୁରୁଣା ହୋଇଗଲେ ତାକୁ ବ୍ୟବହାର ନ କରି ବଦଳାଇ ଦିଅନ୍ତୁ।

ଘର ଦ୍ବାର ଓଳେଇବା ପରେ ଝାଡୁକୁ ଶୁଆଇକରି ରଖନ୍ତୁ। ଏହାକୁ କେବେ ସିଧା ଛିଡା କରି ରଖନ୍ତୁନି। ଛିଡା ହୋଇଥିବା ଝାଡୁକୁ ଅଶୁଭ ଲକ୍ଷଣ ବୋଲି ଧରାଯାଏ। ଏଣୁ କାମ ସରିଲେ ତାକୁ ଶୁଆଇକି ରଖନ୍ତୁ। ସନ୍ଧ୍ୟା ପରେ ଅଥବା ଘରେ ଝାଡୁ କରିବା ଉଚିତ ନୁହେଁ। କୁହାଯାଏ ଏପରି କଲେ ଲକ୍ଷ୍ମୀ ରୁଷି ଯାଆନ୍ତି। ଏଣୁ ଯଥା ସମ୍ଭବ ସୂର୍ଯ୍ୟାସ୍ତ ପୂର୍ବରୁ ଓଳାଓଳି କାମ ଶେଷ କରନ୍ତୁ। ଝାଡୁକୁ ଧୋଇବା ବେଳେ ସ୍ୱଚ୍ଛ ପାଣିରେ ଧୁଅନ୍ତୁ। ଝାଡୁକୁ ଲକ୍ଷ୍ମୀ ମନେ କରାଯାଉଥିବାରୁ କେବେ ଏଥିରେ ଯେପରି ଗୋଡ ନ ବାଜେ ସେଥିପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। ସବୁବେଳେ ଝାଡୁ ଶନିବାର ବଦଳାନ୍ତୁ। ଝାଡୁକୁ କାମ ସରିବା ପରେ ସର୍ବଦା ଘରର ପଶ୍ଚିମ ଦ୍ୱାର ପଛପଟେ ଶୁଆଇକି ରଖିଲେ ଭଲ ବୋଲି କୁହାଯାଏ।