Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁଲ୍‌ରେ ମଧ୍ୟ ଏହି ୬ଟି ଜିନିଷ କାହାକୁ ଧାର୍ ଦିଅନ୍ତୁ ନାହିଁ, ହୋଇଯିବେ କାଙ୍ଗାଳ

9/05/2019 at 11:45 AM

ବାସ୍ତୁଶାସ୍ତ୍ର ବହୁତ ବଡ଼ ଏବଂ ଏଥିରେ ଅନେକ ଜିନିଷ ବର୍ଣ୍ଣନା କରାଯାଇଛି। ଏପରି କୁହାଯାଇଛି ଯେ ଯେଉଁ ବ୍ୟକ୍ତି ବାସ୍ତୁ ନିୟମକୁ ପାଳନ କରିଥାଏ ତା’ ଜୀବନରେ ସବୁ ପ୍ରକାରର ଖୁସି ଆସିଥାଏ। ଏବଂ ଯେଉଁ ବ୍ୟକ୍ତିମାନେ ଏହି ନିୟମକୁ ପାଳନ କରିନଥାନ୍ତି ସେମାନଙ୍କ ଜୀବନରେ ଦୁଃଖ ଆସିବାକୁ ବିଳମ୍ବ କରିନଥାଏ। ଅନେକ ଥର ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ମିଶି ଯାଇଥାଆନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଅନ୍ୟ ବ୍ୟକ୍ତିଙ୍କ ସହ ବିଶେଷ ଜିନିଷ ଆଦାନପ୍ରଦାନ କରୁଥାଆନ୍ତି ତେବେ ତାଙ୍କ ନକରାତ୍ମକ ଶକ୍ତି ଆପଣଙ୍କ ଭିତରେ ପ୍ରବେଶ କରିଥାଏ। ଏହା ଯୋଗୁଁ ଆପଣଙ୍କ ଦୁର୍ଭାଗ୍ୟ ଆରମ୍ଭ ହୋଇଯାଇଥାଏ।

ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏପରି ଜିନିଷ ବିଷୟରେ କହିବା ଯେଉଁଗୁଡ଼ିକ ଉଧାର ଦେବା ଫଳରେ ଆପଣଙ୍କ ଦୁର୍ଭାଗ୍ୟ ଆରମ୍ଭ ହୋଇଥାଏ।

୧.ପିଆଜ ଏବଂ ରସୁଣ : ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ସନ୍ଧ୍ୟା ସମୟରେ ଆପଣ କୈାଣସି ବାହାରର ବ୍ୟକ୍ତିଙ୍କୁ ପିଆଜ,ରସୁଣ ଉଧାର ଦିଅନ୍ତି ତେବେ ଏହା ଅଶୁଭ ହୋଇଥାଏ। ଏହା କରିବା ଦ୍ବାରା ଘରର ଶାନ୍ତି ନଷ୍ଟ ହୋଇଥାଏ। ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଆର୍ଥିକ ଅବସ୍ଥା ଉପରେ ପଡ଼ିଥାଏ। ଏଥିପାଇଁ ଦିନରେ ପିଆଜ,ରସୁଣ ଉଧାର ଦିଅନ୍ତୁ।

୨.ରୁମାଲ: କେତେକ ଲୋକଙ୍କର ଅଭ୍ୟାସ ରହିଛି ଯେ ସେମାନେ ଅନ୍ୟର ରୁମାଲ ସେୟାର କରିଥାଆନ୍ତି। ଏପରି କରିବା କେବଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇନଥାଏ ବରଂ ବାସ୍ତୁ ଅନୁସାରେ ମଧ୍ୟ ଆପଣଙ୍କ ଧନ ହାନିର ଆଶଙ୍କା ଥାଇ ପାରେ। ଏଥିପାଇଁ ଆପଣଙ୍କର ରୁମାଲ କାହାକୁ ଦିଅନ୍ତୁ ନାହିଁ କିମ୍ବା ଆପଣ ମଧ୍ୟ ଅନ୍ୟର ରୁମାଲ ନିଅନ୍ତୁ ନାହିଁ।

୩.ଟଙ୍କା: ଟଙ୍କା ଏକ ଏପରି ଜିନିଷ ଯାହା ସବୁଠୁ ବେଶୀ ଉଧାର କରାଯାଇଥାଏ। କୈାଣସି ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ଖରାପ ନୁହେଁ କିନ୍ତୁ ବାସ୍ତୁ ଅନୁସାରେ ଆପଣଙ୍କୁ ସୂର୍ଯ୍ୟାସ୍ତ ପରେ କାହାକୁ ଟଙ୍କା ଉଧାର ଦେବା ଅନୁଚିତ୍। ଏପରି କରିବା ଦ୍ବାରା ଧନ ଦେବୀ ମାଆ ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପାରନ୍ତି।

୪.ଗହଣା: ମହିଳାମାନେ ଅଧିକାଂଶ ସମୟରେ ପରସ୍ପରଠୁ ଗହଣା ଉଧାର ମାଗି ପିନ୍ଧିଥାଆନ୍ତି। ଖାସ୍ କରି ତାଙ୍କ ଡ୍ରେସକୁ ମ୍ୟାଚିଙ୍ଗ୍ କରି କିଛି ଦରକାର ଥିବାବେଳେ ଗହଣା ଦରକାର ହୋଇଥାଏ। ବାସ୍ତୁ ଅନୁସାରେ ଗହଣା ଉଧାର ନେଇ ପିନ୍ଧିବା ଦ୍ବାରା ଆପଣଙ୍କୁ ଗ୍ରହର ଖରାପ ପ୍ରଭାବ ଭୋଗିବାକୁ ପଡ଼ିଥାଏ। ଏଥିପାଇଁ ଏପରି କରିବା ଅନୁଚିତ୍।

୫.କଲମ :ଅଧିକାଂଶ ସମୟରେ ପେନ୍ ଭଳି ଜିନିଷ ଲୋକେ ନିଜ ସହ ନେବାକୁ ଭୁଲିଯାଇଥାଆନ୍ତି। ଏପରି ପରିସ୍ଥିତିରେ ଲୋକେ ଅନ୍ୟକୁ କଳମ ମାଗିଥାଆନ୍ତି। ପେନ୍ ମାଗିବା ଖରାପ ନୁହେଁ କିନ୍ତୁ ପେନ୍ ମାଗି ନ ଫେରାଇଲେ ଆପଣଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହା ଦ୍ବାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

୬.ଘଣ୍ଟା : ଆମକୁ ସବୁବେଳେ ନିଜ ହାତଘଣ୍ଟା ପିନ୍ଧିବା ଅନୁଚିତ୍। କଦାପି ଅନ୍ୟଙ୍କଠୁ ଘଣ୍ଟା ମାଗି ପିନ୍ଧନ୍ତୁ ନାହିଁ । ବାସ୍ତୁ ଅନୁସାରେ ଘଣ୍ଟା ପ୍ରତ୍ୟେକ ବ୍ୟକ୍ତିଙ୍କ ଭଲ କିମ୍ବା ଖରାପ ସମୟର ପ୍ରତୀକ ହୋଇଥାଏ। ଅନ୍ୟଙ୍କଠୁ ଘଣ୍ଟା ମାଗି ପିନ୍ଧିବା ଦ୍ବାରା ତାଙ୍କର ସକରାତ୍ମକ ଏବଂ ନକରାତ୍ମକ ଶକ୍ତି ଆମ ଭିତରେ ପ୍ରବେଶ କରିଥାଏ। 

   Related Posts