Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଶୋଇବା ସମୟରେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ , ହୋଇଥାଏ ଧନହାନୀ ସ୍ୱାସ୍ଥ୍ୟ ନଷ୍ଟ, ଏପରି କଲେ ବୃଦ୍ଧି ହେବ ସ୍ୱାସ୍ଥ୍ୟ ଓ ଆୟୁଷ

28/11/2019 at 6:48 PM

ନିଦ୍ରା ଯିବା ଅବା ଶୋଇବା ସମୟରେ ଆମେ କିଛି ନିୟମ ନମାନି ଶୋଇଯାଉ, ଯାହାଦ୍ଵାରା ଆମର ଆୟୁଷ ହାନି ହେବା ସହ ସ୍ୱାସ୍ଥ୍ୟ ଖରାପ ହୁଏ। ଏଣୁ ଶୋଇବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

ସର୍ବଦା ପୂର୍ବ ଓ ଦକ୍ଷିଣକୁ ମୁଣ୍ଡ ଦେର ଶୋଇବା ଦରକାର।
ପଶ୍ଚିମ ଓ ଉତ୍ତରକୁ ମୁଣ୍ଡ ରଖୃ ଶୋଇବା ଅନୁଚିତ୍‌ ।
ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ବୁଦ୍ଧି ପ୍ରାପ୍ତ ହୁଏ। ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଆୟୁ ବୃଦ୍ଧି ହୁଏ।
ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ମାନସିକ ବିକାରଗ୍ରସ୍ତ ହୋଇଥାଏ । ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା କ୍ଷତି ତଥା ଆୟୁ କମିଯାଏ ।
ଶୋଇବା ପୂର୍ବରୁ ଢପାଳରୁ ତିଳକ ଓ ମୁଣ୍ଡରୁ ଫୁଲ କାଢ଼ି ଶୁଅନ୍ତୁ।

ଦିନରେ ଶୁଅନ୍ତୁ ନାହିଁ। ଦିନରେ ଶୋଇଲେ ରୋଗ ହେବା ଆଶଙ୍କା ବଢ଼ିଯାଏ। ଶାସ୍ତ୍ର ଅନୁସାରେ ଗ୍ରୀଷ୍ମ ରତୁ ବ୍ୟତୀତ ଅନ୍ୟ ଋତୁମାନଙ୍କରେ ଦିନରେ ଶୋଇବା ନିଷିଦ୍ଧ।

ଶୋଇବା ସମୟରେ ମୁଣ୍ଡ ପାଖରେ ମନିପର୍ସ ରଖ୍‌ ଶୁଅନ୍ତୁ ନାହିଁ। ଏହାଦ୍ଵାରା ଧନହାନୀ ହେବା ସହିତ ଆର୍ଥିକ ସଙ୍କଟ ଦେଖାଯାଏ ।

ସୁନା କି ରୂପା କିଛି ଜିନିଷ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ । ଏହା ଦୁର୍ଭାଗ୍ୟକୁ ଡାକି ଆଣେ। ।

ଜୋତା କିମ୍ବା ଚପଲ ମଧ୍ୟ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ । ଏହା ଦ୍ୱାରା ବ୍ୟକ୍ତିଙ୍କ ନିକଟରେ ନକରାତ୍ମକ ଶକ୍ତି ପ୍ରବେଶ କରେ, ମା’ ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇ ଥାଆନ୍ତି ।
ଲୁହା ସହ ଅନ୍ୟ ଧାତୁରେ ନିର୍ମିତ ଚାବି ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ ଏହା ଦ୍ୱାରା ଦିରିଦ୍ର୍ୟତା ବୃଦ୍ଧି ପାଏ ।

   Related Posts