ଘର ଆଗରେ ଭୁଲରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ : ନଚେତ୍ ଭୋଗିବେ ପାରିବାରିକ ସମସ୍ୟା

Published By : Prameya-News7 Bureau | August 28, 2020 IST

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର ଆଗରେ କିଛି ଜିନିଷ ରହିଲେ ଅଶୁଭ ହୁଏ । ତେବେ ଆସନ୍ତୁ ଜାଣିବା ଘର ଆଗ ତଥା ଆଖପାଖରେ କ’ଣ ରଖିବେ ନାହିଁ ।

{"id":321617,"sizeSlug":"large"}

୧.କଣ୍ଟାଯୁକ୍ତ ଗଛ : ଘର ଆଗରେ କଣ୍ଟାଯୁକ୍ତ ଗଛ ଯେପରି ସିଜୁ, ଲେମ୍ବୁ, ଆଲୋଭେରା, କାକ୍‌ଟସ୍‌ ଆଦି ଥିଲେ ଶତ୍ରୁ ବଢ଼ିଥାନ୍ତି। ଏହାର ପ୍ରଭାବରେ ପାରିବାରିକ ଜୀବନରେ ମତଭେଦ ବଢ଼େ ଓ ଘର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ।

{"id":321618,"sizeSlug":"large"}

୨.କ୍ଷୀର ବାହାରୁଥିବା ଗଛ : ଘର ଆଗରେ କ୍ଷୀର ବାହାରୁଥିବା ଗଛ ଯେପରି ଡିମିରି, ସିଜୁ ଆଦି ଥିଲେ ଘର ଲୋକଙ୍କ ମଧ୍ୟରେ ବିବାଦ ବଢ଼େ। ଯେତେ ଟଙ୍କା ଆୟ ହେଉଥିଲେ ବି ନିଅଣ୍ଟ ହୁଏ।

{"id":321621,"sizeSlug":"large"}

୩.ଘର ଆଗ ତଳୁଆ : ଘର ଆଗ ସର୍ବଦା ରାସ୍ତା ଠାରୁ ଉଚ୍ଚା ରହିବା ଦରକାର। ରାସ୍ତା ଠାରୁ ଘର ଆଗ ତଳୁଆ  ରହିଲେ ବାସ୍ତୁ ଦୋଷ ଲାଗି ରହେ। ଏହା ଯୋଗୁଁ ଘର ଲୋକଙ୍କଠାରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଏ।

{"id":321623,"sizeSlug":"large"}

୪.ଡଷ୍ଟବିନ୍ :‌ ଘର ଆଗରେ ଅଳିଆ ଗଦା କରିବା କିମ୍ବା ଡଷ୍ଟବିନ୍‌ ରଖି ଅଳିଆ ରଖିବା ଦ୍ୱାରା ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରେ। ଏହାଦ୍ୱାରା ଘର ଲୋକଙ୍କ ସ୍ୱଭାବ ଓ ସ୍ୱାସ୍ଥ୍ୟ ଖରାପ ହୁଏ ।

{"id":321625,"sizeSlug":"large"}

୫.ବଡ଼ ଗଛ : ବାସ୍ତୁ ଅନୁସାରେ ଘରଠାରୁ ଉଚ୍ଚ ଗଛ ଦୁଃଖ ବଢ଼ାଏ । ଘରେ ସର୍ବଦା ସମସ୍ୟା ଲାଗି ରହେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.