Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫ୍ରିଜରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ୩ଟି ଜିନିଷ : ନଚେତ୍ ପଡ଼ିବେ ବିପଦରେ

21/04/2019 at 1:52 PM

ଫ୍ରିଜ ଘରର ଏକ ଏପରି ଜିନିଷ ଯାହା ଆମ ଦୈନନ୍ଦିନ ଜୀବନରେ ଅତ୍ୟନ୍ତ କାମ ଦେଇଥାଏ। ଏହା ଖାଦ୍ୟ ପଦାର୍ଥକୁ ଖରାପ ହେବାକୁ ଦେଇନଥାଏ। ଏହା ଆମେ ସମସ୍ତେ ଭଲ ଭାବେ ଜାଣିଛୁ ଯେ ଦୀର୍ଘ ସମୟ ଯାଏଁ ପନିପରିବାକୁ ସତେଜ ରଖିବା ପାଇଁ ଆମେ ପରିବାକୁ ଫ୍ରିଜରେ ରଖିଥାଉ ଯାହା ଫଳରେ ଆମେ ଏହାକୁ ପରେ ଉପଯୋଗ କରି ପାରିବା। କିନ୍ତୁ ଏପରି କେତେକ ଜିନିଷ ରହିଥାଏ ଯାହାକୁ ଫ୍ରିଜରେ ରଖିବା ଅନୁଚିତ୍। କାରଣ ଏହି ଜିନିଷକୁ ଫ୍ରିଜରେ ରଖି ସେବନ କରିବା ଦ୍ବାରା ଏହା ଆମ ଶରୀର ପ୍ରତି କୁପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ ବିଷୟରେ

୧.ବ୍ରେଡ୍: ଫ୍ରିଜରେ କଦାପି ବ୍ରେଡ ରଖିବା ଅନୁଚିତ୍ କାରଣ ଫ୍ରିଜରେ ବ୍ରେଡ୍ ରଖିବା ଦ୍ବାରା ବ୍ରେଡ ଖରାପ ହୋଇ ଯାଇଥାଏ। ବ୍ରେଡର ସ୍ବାଦ ଅତ୍ୟନ୍ତ ବଦଳିଯାଇଥାଏ। ଏହି ବ୍ରେଡ୍ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇଥାଏ।

କଦଳୀ: କଦଳୀ ଏକ ଏପରି ଜିନିଷ ଯାହା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କଦଳୀ ନ ପଚିବା ପାଇଁ ଆମେ ଏହାକୁ ଫ୍ରିଜରେ ରଖି ଦେଇଥାଉ। କିନ୍ତୁ କଦଳୀରୁ ଇଥାଇଲିନ୍ ନାମକ ଗ୍ୟାସ୍ ବାହାରିଥାଏ ଯାହା ଫ୍ରିଜରେ ରଖାଯାଇଥିବା ଅନ୍ୟ ଜିନିଷକୁ ଖରାପ କରି ଦେଇଥାଏ।

୩.ମହୁ: ମହୁ ନାଁ ଶୁଣି ଆପଣଙ୍କ ପାଟିରେ ପାଣି ଆସିଯାଉଥିବ କାରଣ ମହୁ ଏକ  ମିଠା ଏବଂ ସ୍ବାଦିଷ୍ଟ ଖାଦ୍ୟ ହୋଇଥାଏ। ମହୁକୁ କଦାପି ଫ୍ରିଜରେ ରଖିବା ଉଚିତ୍ ନୁହେଁ। ଆପଣ ମହୁକୁ ଯେକୈାଣସି କାଚ ଜାରରେ ବନ୍ଦ କରି ବି ରଖିଲେ ଏହା ଖରାପ ହେବ ନାହିଁ କିନ୍ତୁ ଫ୍ରିଜରେ ରଖିବା ଦ୍ବାରା ଏହା ସ୍ଫଟିକ ହୋଇ ଯାଇଥାଏ।   

   Related Posts