Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବଜେଟ୍ ୨୦୧୯-୨୦ : ଆଧାର କାର୍ଡ ଜରିଆରେ ଭରିହେବ ଆୟକର ରିଟର୍ଣ୍ଣ

5/07/2019 at 1:37 PM

ନୂଆଦିଲ୍ଲୀ ୫|୭: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ଥର ବ୍ରିଫକେସ୍ ବଦଳରେ ନାଲି କପଡା ବ୍ୟାଗ୍ ରେ ବଜେଟ୍ । ବଜେଟ୍ ର ନାଁ ବଦଳି ଦେଶର ବହିଖାତା ହୋଇଛି । ଲୋକସଭାରେ ବଜେଟ୍ ‘ଦେଶର ବହିଖାତା’ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।

ଆୟକର ସ୍ଲାବ୍ ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଧନୀ ଲୋକେ ଦେବେ ଅଧିକ ଟାକ୍ସ । ଦୁଇ କୋଟିରୁ ଅଧିକ ଆୟ ଉପରେ ୩ ପ୍ରତିଶତ ଅତିରିକ୍ତ ଟ୍ୟାକ୍ସ ଦେବାକୁ ପଡିବ । ସେହିପରି ୫କୋଟିରୁ ଅଧିକ ଆୟ ଉପରେ ୭ପ୍ରତିଶତ ଅତିରିକ୍ତ ଟ୍ୟାକ୍ସ ଦେବାକୁ ପଡିବ । ୪୦୦ କୋଟିର ରାଜସ୍ବ ଥିବା କମ୍ପାନୀଗୁଡିକୁ ଏବେ ଦେବାକୁ ପଡିବ ୨୫ ପ୍ରତିଶତ କର୍ପୋରେଟ୍ ଟ୍ୟାକ୍ସ । ଆଫୋର୍ଡେବଲ ହାଉସ ଉପରେ ୩.୫ ଲକ୍ଷ  ଛାଡ ହେବ । ସୁଧ ଉପରେ ଟ୍ୟାକ୍ସ ଛାଡ ସୀମା ୨ଲକ୍ଷରୁ ୩.୫ ଲକ୍ଷକୁ ବୃଦ୍ଧି । ଆଧାର କାର୍ଡ ଜରିଆରେ ଭରିହେବ ଆୟକର ରିଟର୍ଣ୍ଣ । ପାନ୍ କାର୍ଡ ବଦଳରେ ଆଧାର କାର୍ଡରେ ବି ଭରିହେବ ରିଟର୍ଣ୍ଣ । ବ୍ୟାଙ୍କ ଖାତାରେ ବର୍ଷକୁ ୧ କୋଟି ଟଙ୍କା ଉଠାଣ ଉପରେ ୨ ପ୍ରତିଶତ ଟିଡିଏସ ।

ବଢିବ ପେଟ୍ରୋଲ ଓ ଡିଜେଲ ଦର । ତୈଳ ଦର ଉପରେ ଅତିରିକ୍ତ ୧ଟଙ୍କାର ସେସ୍ । ମହଙ୍ଗା ହେବ ସୁନା । ସୁନା ଦର ଉପରେ କଷ୍ଟମ ଡ୍ୟୁଟି ୨.୫ ପ୍ରତିଶତ ବୃଦ୍ଧି ।

   Related Posts