ସକାଳେ ଖାଲିପେଟରେ ଖାଆନ୍ତୁ ନାହିଁ ଲିଚି

Published By : Prameya-News7 Bureau | June 15, 2019 IST

ଲିଚୁକୋଳି ଯେମିତି ରସାଳ ସେମିତି ସ୍ବାଦିଷ୍ଟ ମଧ୍ୟ। ଗ୍ରୀଷ୍ମର ଏହି ସ୍ବାଦିଷ୍ଟ କୋଳି କେବଳ ଭାରତ ନୁହେଁ ସାରା ବିଶ୍ବରେ ବେଶ୍ ଲୋକପ୍ରୀୟ। ଭାରତର ବିହାର ମୁଜ୍ଜଫରପୁରରେ ପ୍ରବଳ ଲିଚୁ ଅମଳ ହୋଇଥାଏ। ଏଠାକାର ଲିଚୁ କୋଳି ଏହାର ମଧୁରତା ପାଇଁ ବେଶ୍ ପ୍ରସିଦ୍ଧ। ଏଣୁ ମୁଜ୍ଜଫର ପୁରକୁ କୁହାଯାଏ ବିହାରର ଅଘୋଷିତ ରାଜଧାନୀ। ହେଲେ ଗତ ପ୍ରାୟ ୧ ମାସ ହେଲା ରାଜ୍ୟର ଏହି ଜିଲ୍ଲାରେ ଅଜଣା ଜ୍ବର ବ୍ୟାପୁଛି । ବିଶେଷ କରି ଛୋଟଛୋଟ ଶିଶୁମାନେ ଜ୍ବରରେ ଆକ୍ରାନ୍ତ ହେଉଥିବା ବେଳେ ଅନେକ ମୃତ୍ୟୁମୁଖରେ ପଡୁଛନ୍ତି । ଏବେ ଏଥିପାଇଁ ଏଠାରେ ପ୍ରଚୁର ଉପଲବ୍ଧ ଲିଚୁକୁ ଦାୟି କରାଯାଉଛି।

{"id":123321}

ତେବେ ଶିଶୁ ଅସୁସ୍ଥ ହେବା ଫଛରେ  ଲିଚୁ  ଦାୟି କି ନା  ତାହା ଏପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ତେବେ   ଅପପୃଷ୍ଟି ଶିକାର ଶିଶୁ ଶାଘ୍ର  ଅସୁସ୍ଥ ହେଉଥିବା ଜଣାପଡିଛି। ପ୍ରଥମତଃ ଅପପୃଷ୍ଟି ଦ୍ବିତୀୟରେ ରାତିରୁ ଭୋକିଲା ଶିଶୁ ସକାଳେ ଲିଚୁ କୋଳି ଖାଇବା ଯୋଗୁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଡାକ୍ତରମାନେ ଆଶଙ୍କା ପ୍ରକାଶ କରୁଛନ୍ତି। କାରଣ ଏହା ଦ୍ବାରା ଶିଶୁଙ୍କ ରକ୍ତରେ ଗ୍ଲୁକୋଜ ପରିମାଣ ହ୍ରାସ ହୋଇ ସେମାନଙ୍କୁ ରୋଗାକ୍ରାନ୍ତ କରୁଛି। ଏହା ଛଡା ଲିଚୁରେ ଏଣ୍ଡୋସଲଫାନ ଓ ଅନ୍ୟ କୀଟନାସକ ମଧ୍ୟ ପ୍ରୟୋଗ ହେଉଛି। ଯାହା ନଧୋଇ ଖାଇବା ଯୋଗୁ ପିଲାମାନେ ସିଧା ବିଷାକ୍ତ କୀଟନାସକର ଶିକାର ହେଉଥିବା ଜନୈକ ବାଂଲାଦେଶୀ ବୈଜ୍ଞାନିକ ଗବେଷଣା ପରେ କହିଛନ୍ତି। 

{"id":123319}

ତେବେ ଲେସେଣ୍ଟ ଗ୍ଲୋବାଲ ହେଲଥ ଜର୍ଣ୍ଣାଲ ରିପୋର୍ଟକୁ ବିଚାରକୁ ନିଆଗଲେ  ଲିଚୁ ଏକ ନିଷିଦ୍ଧ ଆହାର ହୋଇପାରେ। କାରଣ ଏଥିରେ ପ୍ରଚୁର ମାତ୍ରାରେ ହାୟପୋଗ୍ଲାୟସିନ ଓ ମିଥେଲିନ ସାଇକ୍ଲୋପ୍ରୋପାଇଲ ଗ୍ଲୋୟସିନ ଭଳି ରସାୟନ ମହଜୁଦ ଥିବା ଜଣାପଡିଛି। ଏଣୁ ଏଭଳି ଫଳକୁ ଶିଶୁଙ୍କୁ କେବେ ସକାଳେ ଖାଲିପେଟରେ ନ ଦେବାକୁ ବାରଣ କରାଯାଇଛି। କାରଣ ଏହି ଫଳ ଖାଇବା ଦ୍ବାରା ଶିଶୁଙ୍କ ରକ୍ତରେ ସର୍କରା ସ୍ତର ବହୁତ ହ୍ରାସ ହେବା ସହ ସେମାନେ ଅସୁସ୍ଥ ହୋଇପଡନ୍ତି।

{"id":123320}
lychee fruit in thailand

ତେବେ ବାଂଲାଦେଶ ସମେତ ସମଗ୍ର ପୂର୍ବୋତ୍ତରରେ ଗତ ୧୯୯୫ ମସିହାରୁ ଲିଚୁକୁ ନେଇ ନାନା ଅଭିଯୋଗ ହୋଇଆସୁଛି। ତେବେ କାରଣ ଏହି ସବୁ କ୍ଷେତ୍ରରେ ବ୍ୟାପର ଲିଚୁ ଅମଳ ହୋଇଥାଏ। ତେବେ ଲିଚୁ ଆହାର ଯୋଗ୍ୟ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ହେଁ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ବାଞ୍ଛନୀୟ । କେବଳ ଲିଚୁ ନୁହେଁ ଅନ୍ୟ ଫଳରେ ମଧ୍ୟ ପ୍ରଚୁର ରସାୟନିକ ବ୍ୟବାହର ହେଉଛି। ଫଳକୁ ଦିନ ଦିନ ତାଜା ରଖିବା ଓ ପଚାଇବା  ପାଇଁ ବ୍ୟବସାୟୀ ଓ ଚାଲାଣକାରୀମାନେ ବିଭିନ୍ନ ରସାୟନିକ ବ୍ୟବହାର କରୁଛନ୍ତି । ଏଣୁ ପିଲାଙ୍କୁ ଫଳ ଦେବା ବେଳେ ସର୍ବଦା ସତର୍କତା ଅବଲମ୍ବନ କରନ୍ତୁ। ଫଳ ଖାଇବା ପୂର୍ବରୁ ପିଲାର ପେଟ ଯେପରି ପୁରା ଥାଏ ଓ ଫଳକୁ ଭଲଭାବେ ଧୋଇ, ଚୋପା ଛଡେଇ ଖାଇବାକୁ ଦିଅନ୍ତୁ ଅନ୍ୟଥା ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ନିଶ୍ଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.