ତୋତେ କହିଲି ଟିକା ନେବୁନି, ନହେଲେ ବ୍ରେକଅପ୍‌ କରିଦେବି: ପ୍ରେମିକାକୁ ଏମିତି ଧମକ ଦେଲା ପ୍ରେମିକ, କାରଣ ବି ଅଜବ

Published By : Prameya-News7 Bureau | September 15, 2021 IST

ଲଣ୍ଡନ ୧୫/୦୯: କରୋନା ମହାମାରୀ ପୂରା ବିଶ୍ବକୁ କବଳିତ କରି ରଖିଛି। ପ୍ରଥମେ କରୋନାରୁ ରକ୍ଷା ପାଇବାକୁ ଲୋକଙ୍କ ପାଖରେ କିଛି ବିକଳ୍ପ ନଥିଲା। ଦୀର୍ଘ ଦିନ ପରେ ମହାମାରୀ ବିରୋଧରେ ଲଢ଼େଇ ପାଇଁ ବୈଜ୍ଞାନିକମାନେ ଟିକାର ସନ୍ଧାନ ପାଇଲେ। ଟିକା ଆସିବା ପରେ ସବୁ ଦେଶ ନିଜ ନିଜର ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଭ୍ୟାକସିନ୍‌ ନେବାକୁ ପ୍ରୋତ୍ସାହିତ କରୁଛନ୍ତି। ଏପରିକି ଲୋକେ ଆଗ୍ରହର ସହ ଟିକା ମଧ୍ୟ ନେଉଛନ୍ତି। ତଥାପି ଏମିତି ଘଟଣା ସାମ୍ନାକୁ ଆସୁଛି ଯେ, କିଛି ଲୋକେ ଏବେ ବି ଟିକା ନେବାକୁ ରାଜି ହେଉନାହାନ୍ତି। ଏମିତି ଏକ ମାମଲା ବ୍ରିଟେନରୁ ମଧ୍ୟ ସାମ୍ନାକୁ ଆସିଛି ।

ଟିକା ନେଲେ ବ୍ରେକଅପ୍‌ କରିଦେବ ବୋଲି ଜଣେ ପ୍ରେମିକ ତାର ପ୍ରେମିକାକୁ ଧମକ ଦେଇଛି। ମିରର ୟୁକେରେ ପ୍ରକାଶିତ ଖବର ମୁତାବିକ, ଯୁବତୀ ଜଣଙ୍କ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିବା ସହ ଲୋକଙ୍କ ରାୟ ମାଗିଛନ୍ତି। ଦୀର୍ଘ ଦିନ ଧରି ଦୁହେଁ ରିଲେସନସିପ୍‌ରେ ଥିବା ବେଳେ ଏବେ ତାଙ୍କ ପ୍ରେମିକ ଟିକା ନନେବାକୁ କହୁଛି। ଯୁବତୀ ଜଣଙ୍କ ବହୁ ଦିନ ପୂର୍ବରୁ ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। କିନ୍ତୁ ଦ୍ବିତୀୟ ଡୋଜ୍‌ ନେବାକୁ ବୟଫ୍ରେଣ୍ଡ ମନା କରୁଛି। ଯଦିଓ ଯବୁକ ଏହାର କାରଣ କିଛି କହିନାହାନ୍ତି ତଥାପି ଯୁବତୀ ଜଣଙ୍କ ହରଡ଼ଘଣାରେ ପଡ଼ିଛନ୍ତି।

ଗୋଟିଏ ପଟେ ଟିକାର ଦୁଇ ଡୋଜ୍‌ ନନେଲେ କଲେଜ୍‌ରେ ଆଡମିସନ୍‌ ମିଳିପାରିବନି ବୋଲି ସରକାର ଘୋଷଣା କରିଛନ୍ତି ଅନ୍ୟପଟେ ଟିକା ନେଲେ ରିଲେସନସିପ୍‌ ସମାପ୍ତ ହୋଇଯିବ। କିନ୍ତୁ ତାଙ୍କ ଭଲ ପାଇବା ବହୁ ଦିନର ବୋଲି ଯୁବତୀ ଲେଖିଛନ୍ତି । ପ୍ରକୃତରେ ପ୍ରଥମ ଡୋଜ୍‌ ନେବା ପରେ ବହୁ ଦିନ ଧରି ତାଙ୍କୁ ଜ୍ବର ହୋଇଥିଲା ଏବଂ ତାଙ୍କ ବୟଫ୍ରେଣ୍ଡ ତାଙ୍କ ଯତ୍ନ ନେଇଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି।  ଏବେ କଣ କରିବେ ବୋଲି ସେ ଲୋକଙ୍କ ରାୟ ମାଗିଛନ୍ତି। କେହି କେହି ବୟଫ୍ରେଣ୍ଡ କାହିଁକି ଟିକା ନେବାକୁ ମନା କରୁଛନ୍ତି ତାର କାରଣ ପଚାରିବାକୁ କହୁଥିବା ବେଳେ କେହି କହିଛନ୍ତି ନିଜର ପ୍ରେମିକଙ୍କୁ ବୁଝାଅ। କାରଣ ଟିକା ନେବା ବି ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.