ମିଳିଲାନି ଆମ୍ବୁଲାନ୍ସ ସେବା: ଦୀର୍ଘ ୮୫ କିଲୋମିଟର ସ୍ତ୍ରୀଙ୍କୁ ଟ୍ରଲିରେ ବୋହି ବୋହି ଆଣିଲେ ସ୍ବାମୀ, ବଡ଼ ଡାକ୍ତରଖାନାରେ ଆଖି ବୁଜିଲେ ପତ୍ନୀ

Published By : Prameya-News7 Bureau | October 11, 2020 IST

କଟକ୧୧/୧୦: ପତ୍ନୀଙ୍କୁ ବଞ୍ଚାଇବା ପାଇଁ  ଦୀର୍ଘ ୮୫ କିଲୋ ମିଟର ଟ୍ରଲିରେ ବୋହି ବୋହି ଆଣିଲେ ସ୍ବାମୀ।  ମେଡିକାଲରେ ପହଁଞ୍ଚିବା ବେଳକୁ ଆଖି ବୁଜି ଦେଲେ ପତ୍ନୀ।  ସରକାରୀ ଆମ୍ଵୁଲାନ୍ସ ସେବା ନପାଇ ଆଖି ବୁଜିଲେ ଅସହାୟ ମହିଳା। ଆମ୍ବୁଲାନ୍ସ ସେବା ନପାଇବାରୁ ଟ୍ରଲିରେ ଗୁରୁତର ପତ୍ନୀଙ୍କୁ ସାକ୍ଷୀଗୋପାଳରୁ କଟକ ଏସ୍ ସି ବି କୁ ପ୍ରାୟ ୮୫ କିଲୋମିଟର ରାସ୍ତା ଅତିକ୍ରମ କରି ଆଣିଥିଲେ ଅସହାୟ ସ୍ବାମୀ। ମାତ୍ର ଜରୁରୀ ଚିକିତ୍ସା ସେବା ପାଇବା ବେଳେକୁ ବିଳମ୍ବ ହୋଇଯାଇଥିଲା।

{"id":342472,"sizeSlug":"large"}

ଏସ୍ ସିବିରେ ପହଞ୍ଚିଵା ଵେଳକୁ ମହିଳାଙ୍କର ଅବସ୍ଥା ଗୁରୁତର ହେଇପଡିଥିଲା। ମେଡିକାଲରେ ଭର୍ତ୍ତି ହେବାର ମାତ୍ର ୧୨ ଘଣ୍ଟା ଭିତରେ ମହିଳାଙ୍କର ମୃତ୍ୟୁ ଘଟିଛି। ପାଖରେ ପଇସାଟିଏ ନଥିଲା କି କେହି ସାହଯ୍ୟ କଲେ ନାହିଁ, ଏଭଳି କି ଆମ୍ବୁଲାନ୍ସ ମଧ୍ୟ ମିଳିନଥିଲା  ରୋଗୀଣା ପତ୍ନୀ କୁ ସତ୍ୟବାଦୀରୁ କଟକ ଏସ.ସି.ବିକୁ ଟ୍ରଲିରେ ବୋହି ଆଣିଥିଲେ କବିର ଭୋଇ।

{"id":342474,"sizeSlug":"large"}

ଗତକାଲି ଟ୍ରଲିରେ ଆଣି ନିଜ ସ୍ତ୍ରୀକୁ ଚିକିତ୍ସା କରାଇବା ପାଇଁ ଏସ.ସି.ବିରେ ଭର୍ତ୍ତି କରିଥିଲେ। କବିରଙ୍କ ସ୍ତ୍ରୀ ଅବସ୍ଥା ଗୁରୁତର ଥିବାରୁ ପତ୍ନୀ ସୁକାନ୍ତି ଭୋଇଙ୍କୁ ଭୂବନେଶ୍ବର ମେଡିକାଲ ନେଇଥିଲେ ଏହା ପରେ ପୁଣି ସତ୍ୟବାଦୀ ଫେରି ଆସିଥିଲେ। ଏହା ପରେ ଗୁରୁତର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଟ୍ରଲିରେ ବୋହି କଟକ ଏସ.ସି.ବି ମେଡିକାଲ କୁ ଆଣିଥିଲେ ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଛି। ତେବେ ପୂର୍ବରୁ ଯଦି ଆମ୍ବୁଲାନ୍ସ ସେବା ପାଇଥାନ୍ତେ ହୁଏତ ସୁକାନ୍ତି ଭୋଇଙ୍କୁ ଡାକ୍ତରୀ ସେବା ମିଳିଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.