Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଏହି ସବୁ ଜିନିଷକୁ ପୁଣି ଥରେ ଭୁଲରେ କରନ୍ତୁ ନାହିଁ ଗରମ : ନଚେତ୍ ପଡ଼ିବେ ଅସୁବିଧାରେ

20/05/2019 at 3:55 PM

ବାସି ଖାଦ୍ୟକୁ ଗରମ କରି ଖାଇବା ଅର୍ଥ ରୋଗକୁ ନିମନ୍ତ୍ରଣ କରିବା। ଯଦି ଆପଣ ବି ବାସି ଖାଦ୍ୟକୁ ଗରମ କରି ଖାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏପରି କେତେକ ଜିନିଷ ରହିଥାଏ ଯାହା ପୁଣିଥରେ ଗରମ କରି ଖାଇବା ଆପଣଙ୍କ ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ। ସେହି ଜିନିଷଗୁଡ଼ିକ ହେଲା:

  • ଯଦି ଆପଣ ଅଣ୍ଡା ଭୁଜିଆକୁ ଦ୍ବିତୀୟ ଥର ଗରମ କରି ଖାଉଛନ୍ତି ତେବେ ଫୁଡ ପଏସନ୍ ହେବାର ବିପଦ ରହିଥାଏ। ଏହାକୁ ଦ୍ବିତୀୟ ଥର ଗରମ କରିବା ଦ୍ବାରା ଏହା ବିଷାକ୍ତ ହୋଇଯାଇଥାଏ। ଏହା ଆପଣଙ୍କ ପାଚନ ତନ୍ତ୍ରକୁ ବିଗାଡ଼ି ଦେଇଥାଏ।
  • ଭାତକୁ ଆଉ ଥରେ ଗରମ କଲେ ବ୍ୟାକ୍ଟେରିଆ ଅନେକ ମାତ୍ରାରେ ବଢ଼ିଯାଇଥାଏ ଯାହା ଦ୍ବାରା ବାନ୍ତି,ଡାଇରିଆ ଭଳି ରୋଗ ହେବାର ଆଶଙ୍କା ଥାଏ।
  • ଡାକ୍ତରଙ୍କ କହିବାନୁସାରେ ଛତୁକୁ ରୋଷେଇ କରିବାର ତୁରନ୍ତ ପରେ ଖାଇଦେବା ଉଚିତ୍। କାରଣ ଛତୁକୁ ପୁର୍ନବାର ଗରମ କରିବା ଦ୍ବାରା ଏଥିରେ ଥିବା ପ୍ରୋଟିନ୍ ନଷ୍ଟ ହୋଇଯାଇଥାଏ। ଯାହା ପେଟ ପାଇଁ ହାନିକାରକ ହୋଇଥାଏ।
  • ଚିକେନକୁ ଆଉ ଥରେ ଗରମ କରି ଖାଇବା ଶରୀର ପକ୍ଷେ ଅତ୍ୟନ୍ତ ହାନିକାରକ ହୋଇଥାଏ। ଏହାକୁ ପୁର୍ନବାର ଗରମ କରିବା ଦ୍ବାରା ପ୍ରୋଟିନର କମ୍ପୋଜିସନ ବିଗିଡ଼ିଯାଇଥାଏ ଯାହା ଦ୍ବାରା ପାଚନ କ୍ରିୟା ଉପରେ ପ୍ରଭାବ ପଡ଼ିଥାଏ।

   Related Posts