କେନ୍ଦ୍ର ସରକାର କଡ଼ାକଡ଼ି କଲେ ନିୟମ, ଭୁଲରେ ବି ଘର ପାଇଁ କିଣନ୍ତୁ ନାହିଁ ଏହି ଜିନିଷ , ଦେବାକୁ ପଡ଼ିବ ୧୦୦୦ରୁ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା

Published By : Prameya-News7 Bureau | October 12, 2019 IST

ନୂଆଦିଲ୍ଲୀ୧୨|୧୦: ସାଧାରଣତଃ ଲୋକମାନେ ନିଜର ସୁବିଧା ପାଇଁ ବହୁ  ଜିନିଷ ବ୍ୟବହାର କରିଥାନ୍ତି। ଏହି ଜିନିଷକୁ ବ୍ୟବହାର କରିବା ପରେ ଅଦରକାରୀ ହୋଇଗଲେ ବାହାରେ ପିଙ୍ଗି ଦିଆଯାଇଥାଏ। ତେବେ ଏହି ଜିନିଷ ପରିବେଶକୁ ଦୂଷିତ କରିଥାଏ। ଯାହାଫଳରେ ସମାଜରେ ବସବାସ କରୁଥିବା ଲୋକମାନେ ବିଭିନ୍ନ ରୋଗରେ ଶିକାର ହୋଇଥାନ୍ତି। ଏଭଳି ଜିନିଷ ବ୍ୟବହାର ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି। ଯଦି ଏ ନିୟମ କେହି ବି ଉଲଂଘନ କରନ୍ତି ତେବେ ସେମାନଙ୍କୁ ୧୦୦୦ରୁ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।

ସୂଚନାଯୋଗ୍ୟ ଯେ  ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ସମଗ୍ର ଦେଶବାସୀ ସ୍ବାଗତ କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ଜନ୍ମ ଦିନକୁ ସେବା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା ହୋଇଥିଲା। ମୋଦିଙ୍କ ଜନ୍ମ ଦିନରେ ବିଭିନ୍ନ ସ୍ଥାନରେ ଅଳିଆ ଆର୍ବଜନା ବିଜେପି କର୍ମୀଙ୍କ ସମେତ ସାଧାରଣ ଲୋକମାନେ ସଫା କରିଥିଲେ। ମଣିଷ ନିଜର ଆବଶ୍ୟକତା ଅନୁସାରେ ବିଭିନ୍ନ ଜିନିଷ ବ୍ୟବହାର କରିଥାଏ। ଘର ପାଇଁ ଏହି ଜିନିଷ କିଣି ବ୍ୟବହାର କରିବା ପରେ ଅଦରକାରୀ ହୋଇଗଲେ ଏହାକୁ ବାହାରେ ପିଙ୍ଗି ଦିଆଯାଇଥାଏ। ଲୋକମାନଙ୍କୁ ସତର୍କତା କରାଇବା ପାଇଁ ଏପରି ନିୟମ କଡ଼ାକଡ଼ି କରାଯାଇଛି। ନିୟମ ଉଲଂଘନ କଲେ ଆପଣଙ୍କୁ ୧୦୦୦ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଏପରି କେଉଁ ଜିନିଷ ବ୍ୟବହାର କଲେ ଆପଣଙ୍କୁ ୨୫୦୦୦ ତଣ୍ଡ ଗଣିବେ ଆସନ୍ତୁ ଜାଣିବା।

ଆପଣମାନେ ଜାଣିଥିବେ ପ୍ଲାଷ୍ଟିକ ବ୍ୟବହାର ଉପରେ ମୋଦି ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏନେଇ ନଗର ନିଗମ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି। ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାର କରୁଥିଲେ ଆପଣଙ୍କୁ ୨୫୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.