Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ବିଜ୍ଞାନ ହେଉନି, ତ ବାଧ୍ୟ କରି ପିଲାକୁ କଲେଜରେ ବିଜ୍ଞାନ ପଢ଼ାନ୍ତୁ ନାହିଁ, ଅଭିଭାବକ ପିଲାଙ୍କର ମାର୍ଗଦର୍ଶକ ହୁଅନ୍ତୁ – ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର

23/01/2020 at 2:32 PM

ଭୁବନେଶ୍ୱର ୨୩।୦୧-   ଛାତ୍ର ଅଭିଭାବକ କେହି ଚାହୁଁ ନାହାନ୍ତି ଫେଲ ହେବାକୁ। ପାସ କରିବାକୁ ବହୁତ କହୁଛନ୍ତି। ଏମିତି ଜିଲ୍ଲା ଗୁଡିକରେ ଖାଲି ପାସ କରିବି ବାହା ବାହା ନେଇକି କିଛି ଲାଭ ନାହିଁ। ଗ୍ରେସ ମାର୍କ ଦେଇ ପାସ କରିବା କଣ କ୍ରେଡିଟ ? ଏହା ଦ୍ୱାରା ଶିକ୍ଷାର ମାନ କମୁଛି। ତାମିଲନାଡୁରେ ହନର୍ସ ନାହିଁ। ଏଠି ସବୁ ବିଭାଗରେ ହନର୍ସ। ସେଥିପାଇଁ ଶିକ୍ଷକଙ୍କ ଅଭାବ ରହୁଛି। ସବୁ ଚାହୁଁଛନ୍ତି କଲେଜ ଆମ ପାଖକୁ ଆସୁ। ଘର ପାଖରେ ଥିବା କଲେଜକୁ ବିଶ୍ୱବିଦ୍ୟାଳୟ କରିଦିଅ। ଏମିତିରେ ଶିକ୍ଷାର କିଛି ଲାଭ ହେବନି।

 ଦୂରକୁ ଯାଇ ପାଠ ପଢିବା ପାଇଁ ହଷ୍ଟେଲ ଅଛି। ଏମିତି ହେଲେ exposure ବଢ଼ିବ। ସମୟ ଆସିଛି କିଛି transformative ଚିନ୍ତା କରିବାକୁ। ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା କଥା। ବିଦେଶରେ ଅଷ୍ଟମ ପରେ ପାଠ ଛାଡ଼ି ଦକ୍ଷତା ବିକାଶ ଉପରେ ଧ୍ୟାନ ଦିଅନ୍ତି। CBSE କୁ ଧନ୍ୟବାଦ ଗଣିତ ପାଇଁ ଦୁଇଟି ପେପର କଲା। ଯାହାର ଯେଉଁଥିରେ ଦକ୍ଷତା ରହିଛି, ସେ ସେଥିରେ ଭଲ କରିବ। ଯାହାର ଯେଉଁ ବିଷୟରେ ଭଲ ତାକୁ ପଢିବାକୁ ଦିଅ। ବିଜ୍ଞାନ ହେଉନି, ତ ବାଧ୍ୟ କରି ପିଲାକୁ କଲେଜରେ ବିଜ୍ଞାନ ପଢ଼ାନ୍ତୁ ନାହିଁ। ଅଭିଭାବକ ପିଲାଙ୍କର ମାର୍ଗଦର୍ଶକ ହୁଅନ୍ତୁ।

ଓଡ଼ିଶା ଅଭିଭାବକ ମହାସଂଘର ରାଜ୍ୟସ୍ତରୀୟ ଇଣ୍ଟରଫେସରେ ଏହି ଉଦବେଗ ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର।

   Related Posts