Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖାଲିପେଟରେ ଖାଆନ୍ତୁ ନାହିଁ ତରଭୁଜ, ଜାଣନ୍ତୁ କ’ଣ ହେବ

10/05/2019 at 8:37 PM

ଏବେ ସାରା ଦେଶରେ ଗ୍ରୀଷ୍ମ ଋତୁ। ଘରେ ଘରେ ଗ୍ରୀଷ୍ମ କାଳୀନ ଫଳର ସମ୍ଭାର। ତେବେ ଗରମ ଯୋଗୁ ଲୋକେ ଯେଉଁ ଫଳ ଅଧିକ ଖାଉଛନ୍ତି ତାହା ହେଉଛି ତରଭୁଜ। ଗ୍ରୀଷ୍ମର ଅମୃତ କୁହାଯାଉଥିବା ଏହିଫଳ ଅନେକ ଗୁଣକାରୀ। ତେବେ ଖାଇବା ବିଧି ନ ଜାଣିଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ବୋଲି ଖୁବ୍ କ୍ବଚିତ ଜାଣିଥିବେ। ଏଣୁ ତରଭୂଜର ଉପକାରିତା ଓ ଅପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା

ତରଭୁଜ ଏଭଳି ଏକ ଫଳ ଯାହା ସବୁ ଆୟୁ ବର୍ଗର ଲୋକେ ଖାଇ ପାରିବେ। ଯେଉଁ ମାନେ ଜକୃତ ଜନିତ ସମସ୍ୟାରେ ପୀଡିତ ସେମାନଙ୍କ ପାଇଁ ତରଭୁଜ ଏକ ମହାର୍ଘ୍ୟ ଫଳ। ତରଭୁଜକୁ ଜୁସ କରି ପିଇଲେ ଏହା ଔଷଧ ଭଳି କାମ କରିଥାଏ । ସେହିପରି କିଡନୀ ଷ୍ଟୋନ ଜନିତ ସମସ୍ୟା ଭୋଗୁଥିବା ଲୋକେ ବି ଏହି ଜୁସ ପିଇଲେ ବିଶେଷ ଲାଭବାନ ହୁଅନ୍ତି।   ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ତରଭୁଜ ଲାଭଦାୟୀ। ଯେଉଁମାନଙ୍କର ଆଣ୍ଠୁଗଣ୍ଠିରେ କଷ୍ଟ ହେଉଛି ସେମାନେ ତରଭୁଜ ଅବଶ୍ୟ ଖାଇବା ଦରକାର। ସେହିପରି ଯେଉଁମାନେ ଉଚ୍ଚ ରକ୍ତଚାପ ଭୋଗୁଛନ୍ତି ସେମାନେ ନିୟମିତ ତରଭୁଜ ଖାଇଲେ ସୁସ୍ଥ ଅନୁଭବ କରିବେ।

ତେବେ ଖାଲିପେଟରେ କେବେବି ତରଭୁଜ ଖାଇବା ଉଚିତ ନୁହେଁ। ଭୋକିଲା ପେଟରେ ତରଭୁଜ ଖାଇଲେ ପେଟ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ଥାଏ। ଏପରିକି କେବେ କେବେ ଡାୟରିୟା ମଧ୍ୟ ହୋଇପାରେ। ସେହିପରି ଯେଉଁମାନଙ୍କର ଆଜମା ସମସ୍ୟା ରହିଛି ସେମାନେ ତରଭୁଜ ଖାଇବା ଉଚିତ ନୁହେଁ। ଏହା ଛଡା ରାତି ସମୟରେ ତରଭୁଜ ନ ଖାଇବା ଭଲ। ତରଭୁଜ ଖାଇବା ପରେ ପାଣି ପିଇବା କଥା ନୁହେଁ । ଏହା ଦ୍ବାରା ବାନ୍ତି ହେବାର ସମ୍ଭାବନା ସୃଷ୍ଟି ହୁଏ। ସେହିପରି ଭାତ ଖାଇବା ପରେ ତରଭୁଜ ଖାଆନ୍ତୁ ନାହିଁ ।

   Related Posts