ବିୟର ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ : ନଚେତ ଭୋଗିବେ ଗମ୍ଭୀର ସମସ୍ୟା,ଜାଣନ୍ତୁ

Published By : Prameya-News7 Bureau | April 18, 2019 IST

ଆଜିକାଲି ଯୁବବର୍ଗମାନଙ୍କ ମଧ୍ୟରେ ବିୟର ପିଇବାର ଟ୍ରେଣ୍ଡ ବଢ଼ିଯାଇଛି। ବିୟରକୁ ଏବେ ଏପରି ଦେଖାଯାଇଥାଏ ଯେପରି ଏହା ଏକ କୁଲ୍ ଲାଇଫଷ୍ଟାଇଲର ନିୟମ। କୈାଣସି ପାର୍ଟି ବିୟର ବିନା ଜମିନଥାଏ। ଯୁବକମାନଙ୍କ ମତରେ ଯେଉଁମାନେ ବିୟର ପିଇବେ ସେମାନେ ଆଧୁନିକ ଜୀବନଶୈଳୀର ଅଂଶ ଗ୍ରହଣ କରିବେ। ବିୟର ସହ ପିଜା,ବର୍ଗର ଭଳି ମସଲାଯୁକ୍ତ ଖାଦ୍ୟକୁ ମଧ୍ୟ ପସନ୍ଦ କରାଯାଇଥାଏ। କିନ୍ତୁ ଏହା ଶରୀର ପକ୍ଷେ ଅତ୍ୟନ୍ତ ହାନିକାରକ ହୋଇଥାଏ।

{"id":104584,"width":595,"height":340}

ଲୋକେ ବିୟର ସହ ଚାଖିବା ପାଇଁ ଯାହା ପାଆନ୍ତି ଖାଇ ଦିଅନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି କେତେକ ଜିନିଷ ଏପରି ଥାଏ ଯାହା ବିୟର ସହ ଖାଇବା ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ପ୍ରାୟତଃ ଲୋକେ ଏହି ଭୁଲ୍ କରିଥାଆନ୍ତି। ନିଶା ଅବସ୍ଥାରେ ତାଙ୍କୁ ଯାହା ମିଳିଥାଏ ସେମାନେ ଖାଇ ଦିଅନ୍ତି। ଆମେ ଆପଣଙ୍କୁ କହିବା ସେହି ଜିନିଷଗୁଡ଼ିକ ବିଷୟରେ ଯେଉଁଗୁଡ଼ିକ ବିୟର ସହ କିମ୍ବା ବିୟର ପିଇବା ପରେ ଖାଇବା ଅନୁଚିତ୍।

{"id":104585,"width":594,"height":334}

୧.ବର୍ଗର: ଭୁଲରେ ମଧ୍ୟ ବିୟର ସହ ବର୍ଗର ଖାଇବା ଉଚିତ୍ ନୁହେଁ। ଏହାର କାରଣ ହେଉଛି ଏହି ଦୁଇଟି ଜିନିଷ ଲିଭର ଦ୍ବାରା ପରିଚାଳିତ ହୋଇଥାଏ। ଏହି ସମୟରେ ଲିଭର ପ୍ରଥମେ ମଦକୁ ଭାଙ୍ଗିଥାଏ। ଏହା ଆପଣଙ୍କ ଫ୍ୟାଟକୁ ରକ୍ତପ୍ରବାହରେ ଛାଡ଼ି ଦେଇଥାଏ। ଏଠାରେ ଏହା ଫ୍ୟାଟ୍ ଟିସୁରେ ଜମା ହୋଇଯାଇଥାଏ। ଫ୍ୟାଟ୍ ଖୁବ୍ ଧୀରେ ଧୀରେ ଖାଦ୍ୟକୁ ହଜମ କରାଇଥାଏ। ଏହି କାରଣରୁ ଅଧିକ ଫ୍ୟାଟ୍ ଥିବା ଜିନିଷ ଆପଣଙ୍କ ପେଟକୁ ଭର୍ତ୍ତି ରଖିଥାଏ ଏବଂ ଆପଣଙ୍କୁ ଭୋକ ଲାଗିନଥାଏ।

{"id":104586,"width":594,"height":334}

୨.ଫ୍ରାଇଜ:ଫ୍ରାଇଜରେ ସ୍ୟାଚୁରେଟେଡ ଫ୍ୟାଟ୍ ରହିଥାଏ ଯାହା ବିୟର ସହ ଖାଇବା ଦ୍ବାରା ସହଜରେ ହଜମ ହୋଇନଥାଏ। ଏହା ଦ୍ବାରା ପେଟ ଖରାପ ହୋଇଥାଏ। ଫ୍ରାଇଜରେ ଅତ୍ୟଧିକ ସୋଡ଼ିୟମ୍ ରହିଥାଏ ଯାହା ଆପଣଙ୍କ ଶରୀରରେ ଆର୍ଦ୍ରତା ହ୍ରାସ କରିଥାଏ। ଏହା ଦ୍ବାରା କିଡନୀ ପ୍ରଭାବିତ ହୋଇଥାଏ ଏବଂ ଆପଣଙ୍କୁ ଏଡିମା ଓ ଉଚ୍ଚ ରକ୍ତଚାପର ସମସ୍ୟାର ଆଶଙ୍କା ଥାଏ।

{"id":104587,"width":594,"height":371}

୩.କମଳା: ବିୟର ପିଇବା ସମୟରେ ଆପଣଙ୍କୁ କମଳା ଭଳି ଖଟାଫଳ ଆଦୈା ଖାଇବା ଅନୁଚିତ୍। କମଳା ଏବଂ ଅନ୍ୟାନ୍ୟ ଖଟାଫଳରେ ଏସିଡର ମାତ୍ରା ଅଧିକ ଥାଏ ଯାହା ଦ୍ବାରା ଆପଣଙ୍କ ହଜମ ଜନିତ ସମସ୍ୟା ହୋଇଥାଏ। ଏହା ଦ୍ବାରା ଆପଣଙ୍କୁ ହିଟବର୍ଣ୍ଣର ସମସ୍ୟା ମଧ୍ୟ ହୋଇଥାଏ।

{"id":104588,"width":595,"height":427}

୪.ମସଲାଯୁକ୍ତ ଖାଦ୍ୟ: ବିୟର ସହ ପ୍ରାୟତଃ ଲୋକେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଆଦୈା ଠିକ୍ ନୁହେଁ। ମସଲାଯୁକ୍ତ ଲଙ୍କାରେ କୈପସାଇସିନ ରହିଥାଏ ଯାହା ପେଟରେ ଜ୍ବଳନ ସୃଷ୍ଟି କରିଥାଏ।

{"id":104589,"width":595,"height":446}

୫.ଚକୋଲେଟ୍: ଚକୋଲେଟରେ କୈଫିନ,ଫ୍ୟାଟ୍ ଏବଂ କୋକୋର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ଏହା ଆପଣ ବିୟର ସହ ଖାଇବା ଦ୍ବାରା ଆପଣଙ୍କୁ ଅଧିକ ନିଶା ହୋଇଥାଏ। ଏହା ବ୍ୟତୀତ ଚକୋଲେଟ୍ ଖାଇବା ଦ୍ବାରା ଆପଣଙ୍କୁ ଅଧିକ ଶୋଷ ଲାଗିଥାଏ ଯେଉଁଥିପାଇଁ ଆପଣ ଅଧିକ ବିୟର ପିଇଥାଆନ୍ତି। ଏଥିପାଇଁ ବିୟର ସହ ଚକୋଲେଟ୍ ଖାଆନ୍ତୁ ନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.