Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଏହି ୬ଟି ଜିନିଷ ଖାଇବା ଆପଣଙ୍କ ନପୁଂଶକତାର କାରଣ ହୋଇପାରେ

8/01/2019 at 3:02 AM

ଆପଣ ଯଜି ଭାବୁଥାନ୍ତି ଯେ, ଖାଦ୍ୟପେୟ ସହ ନପୁଂଶକତାର କୌଣସି ସମ୍ପର୍କ ନାହିଁ, ତାହେଲେ ଆପଣ ଭୁଲ ଭାବୁଛନ୍ତି । ଅସଲରେ ଖାଦ୍ୟପେୟ କେବଳ ଆପଣଙ୍କ ସେକ୍ସ ଜୀବନକୁ ହିଁ ନୁହଁ; ବରଂ ଆପଣ ପିତା ହେବାର ସ୍ୱପ୍ନକୁ ମଧ୍ୟ ଧୂଳିସାତ କରିଦେଇଥାଏ । ଏଭଳି ସମସ୍ୟା ପାଇଁ ଦାୟୀ ବିଭିନ୍ନ ଖାଦ୍ୟ ପଦାର୍ଥ ଭିତରୁ ଆଜି ଆପଣଙ୍କୁ କେବଳ ୬ଟି ସମ୍ପର୍କରେ ସୂଚନା ଦେବୁ । ସିଗାରେଟ ଏବଂ ମଦ୍ୟପାନ ଭଳି କୁଅଭ୍ୟାସ ନପୁଂଶକତା ସୃଷ୍ଟି କରିଥାଏ । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏହି ୬ଟି ଖାଦ୍ୟପଦାର୍ଥ ଆପଣଙ୍କୁ ଭିତରୁ ଭିତରୁ ଖାଲି କରି ଦେଇଥିବ । ଏକଥା ଆପଣ କେବେ ସ୍ୱପ୍ନରେ ବି ଭାବିନଥିବେ ।

୧. ପ୍ରୋସେସ୍‌ଡ଼ ମିଟ୍ ବା ପ୍ରକ୍ରିୟାକରଣ ହୋଇଥିବା ମାଂସ : ମାଂସ ଖାଇବା ଯଦି ଆପଣଙ୍କୁ ପସନ୍ଦ ତାହେଲେ ନିଶ୍ଚୟ ଖାଆନ୍ତୁ । କିନ୍ତୁ ତା ପୂର୍ବରୁ ନିଶ୍ଚୟ ଜାଣନ୍ତୁ କେଉଁ ମାଂସ ଆପଣଙ୍କ ପାଇଁ ଠିକ୍ ହେବ । ଜାଣି ରଖନ୍ତୁ ଅର୍ଗିନିକ ମିଟ୍ ବା ପ୍ରାକୃତିକ ମାଂସ ଆପଣଙ୍କ ପାଇଁ ଏତେ କ୍ଷତିକାର ନୁହେଁ ଯେତେ ପ୍ରସେସଡ଼ ମିଟ୍ ବା ପ୍ରକ୍ରିୟାକରଣ ହୋଇଥିବା ମାଂସ । ପ୍ରୋସେସଡ଼ ମିଟ୍ ଆପଣଙ୍କ ସ୍ପର୍ଶର ଗୁଣବତ୍ତାକୁ ପ୍ରଭାବିତ କରିଥାଏ । ପ୍ରସେସଡ଼ ମିଟ୍ ଖାଇବା ଦ୍ୱାରା ଆପଣଙ୍କ ସ୍ପର୍ମ କାଉଣ୍ଟ ୨୩ ପ୍ରତିଶତ ହ୍ରାସ ପାଇଥାଏ । ପ୍ରୋସେସଡ଼ ମିଟ୍‌ରେ ହର୍ମୋନାଲ ଅବଶେଷ ରହିଥାଏ । ଯାହା ମଣିଷର ପ୍ରଜନନ ତନ୍ତ୍ରକୁ କ୍ଷତି ପହଞ୍ଚାଇଥାଏ ।

୨. ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ : ଚର୍ବିଯୁକ୍ତ କ୍ଷୀର, ଚିଜ୍ ଆଦି ଜିନିଷ ସ୍ପର୍ମର ସ୍ପୁର୍ତ୍ତିକୁ ହ୍ରାସ କରିଥାଏ । ପ୍ରତ୍ୟେକ ଦିନ ପେଟ ଭର୍ତ୍ତି କ୍ଷୀର ପିଇବା ମଧ୍ୟ ସ୍ପର୍ମ କାଉଣ୍ଟକୁ ହ୍ରାସ କରିପାରେ । ଦିଓଳି ପ୍ରଚୁର ପରିମାଣର କ୍ଷୀର ପିଉଥିବା ବ୍ୟକ୍ତି ଏଭଳି ନପୁଂଶକତାର ଶିକାର ହୋଇପାରେ ।

୩. ମିଠା ପାନୀୟ : ଆପଣଙ୍କୁ ଯଦି, ସୋଡ଼ା, କାର୍ବୋହାଇଡ୍ରେଟ ଡ୍ରିଂକ୍ସ ଆଦି ପସନ୍ଦ ତାହେଲେ ଆପଣ ଏହା ପଡ଼ିବା ଜରୁରୀ । ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଯଦି ଦିନକୁ ଗୋଟିଏ ବା ତାଠାରୁ ଅଧିକ ମିଠା ପାନୀୟ ଆପଣ ପିଉଥାନ୍ତି ତାହେଲେ ଆପଣଙ୍କ ସ୍ପର୍ମର ଗୁଣବତ୍ତା କ୍ଷତିଗ୍ରସ୍ତ ହେବା ନିଶ୍ଚିତ । ଅଧିକ ସୁଗାର ଇନସୁଲିନ ରେଜିଷ୍ଟାଣ୍ଟକୁ ବୃଦ୍ଧି କରିବା ସହ ମସ୍ତିସ୍କ ଚାପ ବୃଦ୍ଧି କରିଥାଏ । ଏହା ଦ୍ୱାରା ସ୍ପର୍ମର ସ୍ପୁର୍ତ୍ତି ମଧ୍ୟ ହ୍ରାସ ପାଇଥାଏ ।

୪. ଅଜୈବୀୟ ଖାଦ୍ୟ ବା ନନ୍ଅର୍ଗାନିକ୍ ଫୁଡ଼: ଯେତେ ସମ୍ଭବ କୀଟନାଶକ ପ୍ରୟୋଗ ହୋଇଥିବା ଖାଦ୍ୟକୁ ବର୍ଜନ କରନ୍ତୁ । କୀଟନାଶକ ସିଞ୍ଚିତ ହୋଇଥିବା ପନିପରିବା ଆପଣ ସ୍ପର୍ମ କାଉଣ୍ଟକୁ ହ୍ରାସ କରିଥାଏ । ଏଥିରେ ପ୍ରୋସେସଡ଼ ମଟ୍, ସେଓ, ଷ୍ଟ୍ରବେରୀ, ଅଂଗୁର, ଟମାଟୋ, ପାଲକ ଏବଂ କାକୁଡ଼ି ସାମିଲ । ଏହିସବୁ ପରିବାରେ ଅଧିକ କୀଟନାଶକ ବ୍ୟବହାର ହୋଇଥାଏ । ଆପଣ ଭାବୁଥିବେ ଯେ, ବଜାରରେ ଏହି ଫଳ ଓ ପରିବା ଛଡ଼ା ଆଉ କିଛି ମିଳେନାହିଁ । ତା’ଛଡ଼ା ଯଦି ଜୈବୀୟ ପରିବା ନମିଳେ ତାହେଲେ କ’ଣ କରାଯିବ ? ଏଭଳି କ୍ଷେତ୍ରରେ ଆପଣ ପନିପରିବା ବା ଫଳକୁ ଖାଇବା ପୂର୍ବରୁ ଭଲକରି ଧୋଇବା ଆବଶ୍ୟକ ।

୫. କୈଫିନ୍: ଚା’, କଫି ଆଦି ପାନୀୟ ଯଦି ଆପଣଙ୍କୁ ବେଶୀ ମାତ୍ରାରେ ପସନ୍ଦ ତାହେଲେ ଏହା ଆପଣଙ୍କ ପାଇଁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏହି ଚା ଏବଂ କଫି ଆପଣଙ୍କ ଯୌନଜୀବନ ଉପରେ କୁପ୍ରଭାବ ପକାଇପାରେ । ଦିନକୁ ଦୁଇ କପ୍‌ରୁ ଅଧିକ ଚା କିମ୍ୱା କଫି ଆପଣଙ୍କ ପ୍ରଜନନ ଜୀବନକୁ ଖରାପ କରିପାରେ ।

୬. ଜଂଙ୍କ୍‌ଫୁଡ଼: ଯେଉଁ ଜିନିଷରେ ସୁଗର ଏବଂ ଚର୍ବି ଅଧିକ ଥାଏ ତାହା ଆପଣଙ୍କ ହଜମ ତନ୍ତ୍ର, ହୃଦୟ ଏବଂ ପ୍ରଜନନ ଯଂନ୍ତ୍ରକୁ ପ୍ରଭାବିତ କରିଥାଏ । ସେହିଭଳି ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ,ଷ୍ଟିରଏଡ଼ ନେବା ମଧ୍ୟ ଆପଣଙ୍କୁ ନପୁଂଶକ କରିପାରେ ।

   Related Posts