Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଭୁଲ୍‌ରେ ବି ସନ୍ଧ୍ୟାବେଳେ ଦାନ କରନ୍ତୁ ନାହିଁ ଏହି ଜିନିଷ, ନହେଲେ ଦେଖାଦେବ ଅର୍ଥାଭାବ

6/01/2021 at 4:05 PM

ଭୁବନେଶ୍ବର ୬।୧: ଜ୍ୟୋତିଷ ଶାସ୍ତ୍ରରେ ଦାନର ମହତ୍ବ ଅଧିକ ରହିଛି । କୌଣସି ଗରିବ ଲୋକଙ୍କୁ ଦାନ କରିବା ଏକ ମହତ୍ବପୂର୍ଣ୍ଣ କାମ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ ଦାନର ମହତ୍ବ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା କୁହାଯାଇଛି । ଦାନ ଦେବା ଦ୍ବାରା ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ସନ୍ଧ୍ୟା ସମୟରେ ଦାନ ଦିଆଯାଏନାହିଁ କାହିଁକି ? ସନ୍ଧ୍ୟା ସମୟରେ ଦାନ ଦେବା ଅତ୍ୟନ୍ତ ଅଶୁଭ ବୋଲି ଧରାଯାଏ । ଏହାଦ୍ବାରା ଆପଣଙ୍କ ଜୀବନରେ ଅନେକ ସମସ୍ୟା ଦେଖା ଦେଇପାରେ । ତେବେ ଆସନ୍ତୁ ଜାଣିବା ସନ୍ଧ୍ୟା ସମୟରେ କେଉଁ ଜିନିଷ ଦାନ କରିବା ଉଚିତ୍ ନୁହେଁ…  

-ସନ୍ଧ୍ୟା ସମୟରେ କ୍ଷୀର ଦାନ କରିବା ଉଚିତ୍ ନୁହେଁ । କ୍ଷୀରକୁ ମା’ ଲକ୍ଷ୍ମୀ ଏବଂ ଚନ୍ଦ୍ରଙ୍କର ପ୍ରତୀକ ବୋଲି କୁହାଯାଇଥାଏ । ତେଣୁ ସନ୍ଧ୍ୟା ସମୟରେ କ୍ଷୀର ଦାନ କରିବା ଦ୍ବାରା ଘରେ ଅର୍ଥାଭାବ ଦେଖାଦିଏ ।

-ସୂର୍ଯ୍ୟାସ୍ତ ସମୟରେ କାହାକୁ ଦହି ଦେବା ଉଚିତ୍ ନୁହେଁ । ଏହାଦ୍ବାରା ଆପଣଙ୍କ ସୁଖ-ଶାନ୍ତି ଓ ବୈଭବ ହାନି ଘଟିଥାଏ ।

-ସନ୍ଧ୍ୟା ସମୟରେ କାହାକୁ ବି ପିଆଜ ଆଉ ରସୁଣ ଦେବା ଉଚିତ୍ ନୁହେଁ । ରସୁଣ ଆଉ ପିଆଜର ସମ୍ପର୍କ କେତୁ ଗ୍ରହ ସହ ରହିଥାଏ । ସନ୍ଧ୍ୟା ସମୟରେ ଏହାକୁ ଦେବା ଦ୍ବାରା ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

-ସନ୍ଧ୍ୟା ସମୟରେ ଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି । ତେଣୁ ସନ୍ଧ୍ୟା ସମୟରେ ଆପଣ କାହାକୁ ବି ଅର୍ଥଦାନ କରିବା ଦ୍ବାରା ଲକ୍ଷ୍ମୀଙ୍କୁ ଗୃହରୁ ବିଦା କରିବେ କୁହାଯାଏ ।

   Related Posts