Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଚତୁର୍ଦ୍ଦଶୀ ଶ୍ରାଦ୍ଧ : ଭୁଲରେ ବି କରନ୍ତୁ ନାହିଁ ଏହି କାମ ,ନଚେତ୍ ପଡ଼ିବେ ଅସୁବିଧାରେ

16/09/2020 at 3:45 PM

ପିତୃପକ୍ଷର ଚତୁର୍ଦ୍ଦଶ ଦିନ ଅର୍ଥାତ୍ ପିତୃ ବିସର୍ଜନ ଅମାବାସ୍ୟାର ଗୋଟିଏ ଦିନ ପୂର୍ବରୁ ଚତୁର୍ଦ୍ଦଶୀ ଶ୍ରାଦ୍ଧ ପାଳନ କରାଯାଇଥାଏ। ଚତୁର୍ଦ୍ଦଶୀରେ କେବଳ ସେହି ବ୍ୟକ୍ତିଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ ଯେଉଁମାନଙ୍କର ଅକାଳ ମୃତ୍ୟୁ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥାଏ ଏହି ଦିନ ସେମାନଙ୍କ ଶ୍ରାଦ୍ଧ ପାଳନ କରାଯାଇନଥାଏ। ମହାଭାରତରେ ମଧ୍ୟ କୁହାଯାଇଛି ଯେ ଚତୁର୍ଦ୍ଦଶୀ ତିଥିରେ ସେମାନଙ୍କ ଶ୍ରାଦ୍ଧ କରାଯିବା ଉଚିତ୍,ଯେଉଁମାନଙ୍କ ମୃତ୍ୟୁ ଅସମୟ ହୋଇଛି। ଏଥର ଚତୁର୍ଦ୍ଦଶୀ ଶ୍ରାଦ୍ଧ ସେପ୍ଟେମ୍ବର ୧୬ତାରିଖ ବୁଧବାର ପାଳନ କରାଯାଉଛି।

ଯେଉଁମାନଙ୍କ ମୃତ୍ୟୁ କୌଣସି ଦୁର୍ଘଟଣାରେ ହୋଇଥାଏ ତାଙ୍କ ଶ୍ରାଦ୍ଧ ଚତୁର୍ଦ୍ଦଶୀ ତିଥିରେ କରାଯାଇଥାଏ। ଆତ୍ମହତ୍ୟା କରିଥିବା ବ୍ୟକ୍ତି ,ଯେଉଁମାନଙ୍କ ହତ୍ୟା ହୋଇଥିବ କିମ୍ବା ଅସ୍ତ୍ରରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶ୍ରାଦ୍ଧ ମଧ୍ୟ ଚତୁର୍ଦ୍ଦଶୀ ତିଥିରେ କରାଯାଇଥାଏ।    

ମହାଭାରତରେ ଅନୁଶାସନ ପର୍ବରେ ଭୀଷ୍ମ ପିତାମହ ଯୁଧିଷ୍ଠିରଙ୍କୁ କହିଥିଲେ ଯେ ଯେଉଁ ବ୍ୟକ୍ତିଙ୍କ ଅକାଳ ମୃତ୍ୟୁ ହୋଇଥିବ ସେମାନଙ୍କ ଶ୍ରାଦ୍ଧ ପିତୃପକ୍ଷ ଚତୁର୍ଦ୍ଦଶୀ ତିଥିରେ ହିଁ କରିବା ଉଚିତ୍। ଜ୍ୟୋତିଷଙ୍କ କହିବା ଅନୁସାରେ ସ୍ବାଭାବିକ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଚତୁର୍ଦ୍ଦଶୀ ତିଥି​ରେ ଶ୍ରାଦ୍ଧ କରିବା ଦ୍ବାରା ବ୍ୟକ୍ତିଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

   Related Posts