ଭଲ କିମ୍ବା ଖରାପ ସ୍ବପ୍ନ ଦେଖିବାବେଳେ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ୍ : ପଡ଼ିବେ ଅସୁବିଧାରେ

Published By : Prameya-News7 Bureau | July 18, 2019 IST

ଯଦି କୈାଣସି ବ୍ୟକ୍ତି ଖରାପ ସ୍ବପ୍ନ ଦେଖୁଛନ୍ତି ଏବଂ ତାଙ୍କର ନିଦ ଭାଙ୍ଗିଯାଉଛି ତେବେ ବ୍ୟକ୍ତିଙ୍କୁ ପୁଣିଥରେ ଶୋଇପଡ଼ିବା ଉଚିତ୍। ପୁଣି ଥରେ ନିଦରୁ ଉଠି ଏହି ସ୍ବପ୍ନ ବିଷୟରେ କାହାକୁ କହିଦେବା ଉଚିତ୍। ଅଧିକରୁ ଅଧିକ ବ୍ୟକ୍ତିଙ୍କ ସହ ଏହାର ଚର୍ଚ୍ଚା କରିବା ଉଚିତ୍। ଏପରି କରିବା ଦ୍ବାରା ସ୍ବପ୍ନର ପ୍ରଭାବ କମିଯାଇଥାଏ।

ଯଦି ଭୋରରେ ଶୁଭ ସ୍ବପ୍ନ ଦେଖନ୍ତି ତେବେ ଉଠି ପଡ଼ନ୍ତୁ। ଏହା ପରେ ଆଉ ଶୁଅନ୍ତୁ ନାହିଁ। ଏହି ଶୁଭ ସ୍ବପ୍ନ ବିଷୟରେ କାହା ସହିତ ଚର୍ଚ୍ଚା କରିବାର କୈାଣସି ଆବଶ୍ୟକତା ନାହିଁ। ଏହାକୁ ଗୋପନୀୟ ରଖିବା ଶ୍ରେୟସ୍କର। ଏପରି କରିବା ଦ୍ବାରା ଶୁଭ ଫଳ ମିଳିଥାଏ।

ଏପରି କେତେକ ଦୃଶ୍ୟ ରହିଛି,ଯାହା ପ୍ରତ୍ୟେକ୍ଷ ଜୀବନରେ ଅଶୁଭ ହୋଇଥାଏ ,କିନ୍ତୁ ଏପରି ଦୃଶ୍ୟ ସ୍ବପ୍ନରେ ଦେଖିଲେ ଶୁଭ ହୋଇଥାଏ। ଉଦାହରଣ ସ୍ବରୂପ ସ୍ବପ୍ନରେ ନିଜକୁ ମୃତ ଦେଖିବା କିମ୍ବା ମୃତ ପରିବାର​‌ଲୋକଙ୍କୁ ଦେଖିବା କିମ୍ବା ନିୀଜ ଶରୀରରେ ଘା ଏବଂ ରକ୍ତ ବାହାରୁଥିବା ଦେଖିବା ସ୍ବପ୍ନ ଶୁଭ ହୋଇଥାଏ।

ସେହିଭଳି ସ୍ବପ୍ନରେ ହସିବା,ନାଚିବା,ଗାଇବା ଆଦି ସ୍ବପ୍ନ ଅଶୁଭ ହୋଇଥାଏ। ଧଳା ଫୁଲ ସ୍ବପ୍ନରେ ଦେଖିବା ଶୁଭ ହୋଇଥାଏ। ପଦ୍ମ ଫୁଲ ଦେଖିବା ଶୁଭ ହୋଇଥାଏ କିନ୍ତୁ ପଦ୍ମ ଫୁଲ ନେବା ଅଶୁଭ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.