ଚାକିରୀ ବ୍ୟବସାୟରେ ଥିଲେ ଭୁଲରେ ମଧ୍ୟ ଏସବୁ ଜିନିଷକୁ କରନ୍ତୁ ନାହିଁ ନଜରଅନ୍ଦାଜ : ନଚେତ୍ ଭୋଗିବେ ଆର୍ଥିକ ସମସ୍ୟା
17/09/2020 at 5:50 PM

ଘର ସହ ଦୋକାନ,ବ୍ୟବସାୟ,ଫ୍ୟାକ୍ଟ୍ରି,ଅଫିସ ଆଦିରେ ବାସ୍ତୁର ଖୁବ୍ ଗୁରୁତ୍ବ ରହିଥାଏ। କୁହାଯାଏ ଯେ ଯଦି ଆମେ ଏହିସବୁ ସ୍ଥାନରେ ବାସ୍ତୁର ପୂରା ଧ୍ୟାନ ରଖିବା ତେବେ ଅତ୍ୟନ୍ତ ଲାଭ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ସ୍ଥାନରେ ଦିଗର ଧ୍ୟାନ ରଖିବା ଜରୁରୀ କାରଣ ଏହା ଆମଦାନୀର ଜରିଆ ଅଟେ। ଯଦି ଅଫିସ୍ କିମ୍ବା କାମ କରିବା ସ୍ଥାନରେ ବାସ୍ତୁ ଖରାପ ହୋଇଥାଏ ତେବେ ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା,କର୍ମଚାରୀଙ୍କ ସହ ବାଦ ବିବାଦ,କୋର୍ଟ କଚେରୀ ଚକ୍କର ସହିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ଅଫିସରେ ବାସ୍ତୁ କିପରି ହେବା ଉଚିତ୍।
- ଅଫିସରେ ସର୍ବ ପ୍ରଥମେ ବସ୍ଙ୍କ ରୁମ୍ ନ ରହିବା ଉଚିତ୍ ବରଂ ମୁଖ୍ୟ ଦ୍ବାର ପାଖରେ କୌଣସି ଏପରି କର୍ମଚାରୀଙ୍କ କକ୍ଷ ବନାନ୍ତୁ ଯିଏ ଆସୁଥିବା ବ୍ୟକ୍ତିଙ୍କ ସୂଚନା ଆପଣଙ୍କ ନିକଟରେ ପହଞ୍ଚାଇବେ ଯେପରିକି ରିସେପ୍ସନ୍।
- ଅଫିସର ମୁହଁ ଉତ୍ତର-ପୂର୍ବ ଦିଗରେ ଖୋଲିବା ବାସ୍ତୁ ହିସାବରେ ଶୁଭ ହୋଇଥାଏ। ଏଥିପାଇଁ ଧ୍ୟାନ ରଖନ୍ତୁ ଯେ ଭୁଲ ଦିଗରେ ଅଫିସର ମୁହଁ ନ ଖୋଲୁ ନଚେତ୍ ଆପଣଙ୍କ ଆମଦାନୀ ଉପରେ ପ୍ରଭାବ ପଡ଼ିପାରେ।
- ଅଫିସରେ ବସ୍ ଯେଉଁଠାରେ ବସିବେ,ତାଙ୍କ ପିଠି ପଛରେ ଝରକା କିମ୍ବା ମୁଣ୍ଡ ଉପରେ ବିମ୍ ନ ହେବା ଉଚିତ୍।
- ଅଫିସରେ ଆପଣ ବସିବାବେଳେ ମୁହଁ ସବୁବେଳେ ଉତ୍ତର ଆଡ଼କୁ କିମ୍ବା ପୂର୍ବ ଆଡ଼କୁ ହେବା ଉଚିତ୍।
- ଅଫିସର ମୁଖ୍ୟ କିମ୍ବା ମାଲିକ ବସିବା ସ୍ଥାନରେ ପିଠି ପଛରେ ମଜବୁତ କାନ୍ଥ ରହିବା ଉଚିତ୍।
- ନିଜ ଟେବୁଲରେ ଜରୁରୀ ଫାଇଲ୍ ପୂର୍ବ-ଉତ୍ତର ପାର୍ଶ୍ବରେ ରଖନ୍ତୁ।
- କମ୍ପ୍ୟୁଟର ସହ ଲାଗି ବସନ୍ତୁ ନାହିଁ। କମ୍ପ୍ୟୁଟର ଏବଂ ଆପଣଙ୍କ ମଧ୍ୟରେ ଅତି କମରେ ୨ଫୁଟର ଗ୍ୟାପ୍ ରହିବା ଉଚିତ୍।
- ଅଫିସରେ ଈଶାନ କୋଣରେ ଏକ ଛୋଟ ପୂଜାସ୍ଥାନ ରହିବା ଉଚିତ୍।
- ଅଧିକ କର୍ମଚାରୀଙ୍କ ସଂସ୍ପର୍ଶରେ କ୍ୟାସିୟରଙ୍କୁ ବସାନ୍ତୁ ନାହିଁ।
- କୁବେରଙ୍କ ବାସ ଉତ୍ତର ଦିଗରେ ଶୁଭ ହୋଇଥାଏ। ଏଥିପାଇଁ କ୍ୟାସିୟରଙ୍କୁ ଉତ୍ତର ଦିଗରେ ବସାନ୍ତୁ।
Related Posts
ମସ୍ତିଷ୍କ ରେଖାରେ ଲୁଚିଛି ଭାଗ୍ୟ : ଜାଣନ୍ତୁ କେଉଁ ରେଖା କ’ଣ କହେ
12 April 2021