Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ଋତୁସ୍ରାବ ସମୟରେ କରନ୍ତୁ ନାହିଁ ଏହି କାମ : ନଚେତ୍ ପଡ଼ିବେ ଅସୁବିଧାରେ

1/07/2019 at 3:41 PM

ଅଧିକାଂଶ ମହିଳାମାନେ ବୁଝିପାରନ୍ତି ନାହିଁ ଯେ ତାଙ୍କୁ ଋତୁସ୍ରାବ ସମୟରେ କ’ଣ କରିବା ଉଚିତ୍। କିନ୍ତୁ ସୁସ୍ଥ ରହିବା ପାଇଁ ଏହା ଜାଣିବା ଜରୁରୀ ହୋଇଥାଏ।

ଋତୁସ୍ରାବ ସମୟରେ ମହିଳାଙ୍କ ହରମୋନରେ ପରିବର୍ତ୍ତନ ହୋଇଥାଏ। ଏଥିପାଇଁ ସାଧାରଣତଃ ମହିଳାମାନେ ଋତୁସ୍ରାବ ସମୟରେ ଚିଡ଼ଚିଡ଼ ହୋଇଥାଆନ୍ତି। ହରମୋନ ପରିବର୍ତ୍ତନକୁ ରୋକାଯାଇପାରିବ ନାହିଁ କିନ୍ତୁ ଚିଡ଼ଚିଡ଼ାପଣକୁ ଦୂର କରାଯାଇପାରିବ। ଚିଡ଼ଚିଡ଼ାପଣକୁ ଦୂର କରିବା ପାଇଁ ଋତୁସ୍ରାବ ସମୟରେ ଏପରି ଫିଲ୍ମ ଦେଖନ୍ତୁ ଯାହା ଦ୍ବାରା ଆପଣ ଖୁସି ହେବେ। ଏପରି ଫିଲ୍ମ ଦେଖନ୍ତୁ ନାହିଁ ଯାହା ଦ୍ବାରା ଆପଣ ଉଦାସ ହୋଇଯିବେ।

ଆପଣଙ୍କ ସ୍ବଭାବ ଠିକ୍ ରହିବା ତ ଜରୁରୀ କିନ୍ତୁ ଏହା ସହ ସବୁଠୁ ଅଧିକ ଜରୁରୀ ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ରହିବା। ଏଥିପାଇଁ ଋତୁସ୍ରାବ ସମୟରେ କେବେବି ଖାଇବା ଛାଡ଼ନ୍ତୁ ନାହିଁ। କାରଣ ଏପରି କରିବା ଦ୍ବାରା ଶରୀର ଦୁର୍ବଳ ହୋଇଥାଏ। କଫି,ଚା’,ଚକଲେଟ ଖାଆନ୍ତୁ ନାହିଁ କାରଣ ଏହାଦ୍ବାରା ଆପଣଙ୍କ ଶରୀରରେ ପାଣି କମ୍ ହୋଇଯାଇଥାଏ। ଏଥିପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ।

ଗୋଟିଏ କଥା ଧ୍ୟାନ ରଖନ୍ତୁ ଯେ ଋତୁସ୍ରାବ ସମୟରେ ଲୁଣ ଜିନିଷ ଅଧିକ ସେବନ କରନ୍ତୁ ନାହିଁ। ଅଧିକ ଲୁଣ ଆପଣଙ୍କ ଶରୀର ଫୁଲିଯାଇଥାଏ। ବରଂ ସ୍ବାସ୍ଥ୍ୟଯୁକ୍ତ ଖାଦ୍ୟ ଖାଆନ୍ତୁ ଏବଂ ଜୁସ୍ ପିଅନ୍ତୁ। ଋତୁସ୍ରାବ ସମୟରେ ଯେଉଁ ମହିଳାମାନେ ସିଗାରେଟ ଟାଣନ୍ତି ସେମାନଙ୍କୁ ଏପରି କରିବା ଅନୁଚିତ୍। ଏହି ସମୟରେ ସିଗାରେଟ ଟାଣିଲେ ଅଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହା ସହିତ ଏହି ମହିଳାଙ୍କର ଭବିଷ୍ୟତରେ ଗର୍ଭବତୀ ହେବାବେଳେ ଅନେକ ପ୍ରକାରର ସମସ୍ୟା ଉପୁଜିଥାଏ।

ଋତୁସ୍ରାବ ସମୟରେ ଅଳ୍ପ ବହୁତ ଯୋଗ ଏବଂ ବ୍ୟାୟାମ କରାଯାଇପାରିବ। କିନ୍ତୁ ନିଜ ଶରୀରରେ ଅଧିକ ଚାପ ପ୍ରୟୋଗ କରନ୍ତୁ ନାହିଁ। ଜିମ୍ ଜମା ଯାଆନ୍ତୁ ନାହିଁ।

ଋତୁସ୍ରାବ ସମୟରେ ଯନ୍ତ୍ରଣା ହେବା ସାଧାରଣ କଥା ହୋଇଥାଏ। କିନ୍ତୁ ଯନ୍ତ୍ରଣା ନିବାରକ ପାଇଁ ଔଷଧ ଖାଆନ୍ତୁ ନାହିଁ। ଅଧିକ ଯନ୍ତ୍ରଣା ହେଲେ ଔଷଧ ଖାଆନ୍ତୁ।

ଋତୁସ୍ରାବ ସମୟରେ ଯଦି ଶାରିରୀକ ସମ୍ପର୍କ ରକ୍ଷା କରାଯାଏ ତେବେ​ ଗର୍ଭବତୀ ହେବାର ସମ୍ଭାବନା ବହୁତ କମ ହୋଇଥାଏ। ସେଥିପାଇଁ ଏହି ସମୟରେ ଅସୁରକ୍ଷିତ ଶାରିରୀକ ସମ୍ପର୍କ ରକ୍ଷା କରନ୍ତୁ ନାହିଁ।

ଆଗକାଳରେ ମହିଳାମାନେ ସାନିଟାରୀ ନାପକିନ ପରିବର୍ତେ୍ କପଡ଼ା ବ୍ୟବହାର କରୁଥିଲେ। ଏବଂ ଆଜି ମଧ୍ୟ କିଛି ମହିଳା କପଡ଼ା ବ୍ୟବହାର କରିଥାଆନ୍ତି। ଏପରି କରନ୍ତୁ ନାହିଁ କାରଣ ଏହା ଦ୍ବାରା ରୋଗ ହେବାର ସମ୍ଭାବନା ଥାଏ। ଯେଉଁ ପ୍ୟାଡ ଥରେ ବ୍ୟବହାର କରିସାରିଛନ୍ତି ସେହି ପ୍ୟାଡ ଆଉଥରେ ବ୍ୟବହାର କରନ୍ତୁ ନାହିଁ। ଏହି ପ୍ୟାଡକୁ ୪/୫ଘଣ୍ଟା ବ୍ୟବଧାନରେ ବଦଳାନ୍ତୁ।

ଋତୁସ୍ରାବ ସମୟରେ ଯୋନିକୁ ସାବୁନ ପାଣିରେ ସଫା କରନ୍ତୁ ନାହିଁ ବରଂ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ। ଏଥିରେ ବ୍ୟାକ୍ଟେରିଆ ମଧ୍ୟ ମରି ଯିବେ ଏବଂ ଦୁର୍ଗନ୍ଧ ମଧ୍ୟ ହେବ ନାହିଁ।

   Related Posts