ଶନି ଜୟନ୍ତୀରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ : ହୋଇଯିବେ ତଳିତଳାନ୍ତ

Published By : Prameya-News7 Bureau | May 21, 2020 IST

ଶନି ଦେବତାଙ୍କ ଜନ୍ମ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ହୋଇଥିଲା। ଯେଉଁ ବ୍ୟକ୍ତିଙ୍କ ଜାତକରେ ଶନି ଅଶୁଭ ପ୍ରଭାବ ଦେଉଛନ୍ତି ତାଙ୍କ ପାଇଁ ଶନିଙ୍କ କୋପ କମ୍ କରିବା ପାଇଁ ଭଲ ସୁଯୋଗ ରହିଛି। ଶନି ଜୟନ୍ତୀ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଏଥିପାଇଁ କୌଣସି କାମ କରିବା ପୂର୍ବରୁ ବିଶେଷ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ।


୧. ଗରିବ ବ୍ୟକ୍ତିଙ୍କୁ ଉଚିତ୍ ମାନ ସମ୍ମାନ ଦିଅନ୍ତୁ। ନିଜ କ୍ଷମତା ଅନୁସାରେ ସେମାନଙ୍କୁ ସାହାଯ୍ୟ କରିବାକୁ ଉଦ୍ୟମ କରନ୍ତୁ।


୨. ଗାଡ଼ି ଚଲାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଗାଡ଼ି ଏବଂ ମେସିନର କାରକ ଶନି ଦେବତା। ଛୋଟ ଭୁଲର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିପାରେ।


୩.ଶନି ଜୟନ୍ତୀ ଏବଂ ଅମାବାସ୍ୟା ଦିନ କେବେ କାହା ସହ ଝଗଡ଼ା‌ କରନ୍ତୁ ନାହିଁ ଏବଂ ଖରାପ ଭାଷା ପ୍ରୟୋଗ କରନ୍ତୁ ନାହିଁ।


୪. ମାଂସାହାର ଏବଂ ମଦ ପିଅନ୍ତୁ ନାହିଁ ନଚେତ୍ ଆର୍ଥିକ,ମାନସିକ ଏବଂ ଶାରିରୀକ କ୍ଷତି ସହିବାକୁ ପଡ଼ିବ।

୫. ଘରେ ସୁଖ-ଶାନ୍ତି ବଜାୟ ରଖନ୍ତୁ। ଯେଉଁ ଘରେ ଝଗଡ଼ା,ଅଶାନ୍ତି ହୁଏ ସେଠାରେ ଶନିଙ୍କ କୃପା ଦୃଷ୍ଟି ପଡ଼ିନଥାଏ।


୬. ତେଲ କିଣି ଘରକୁ ଆଣନ୍ତୁ ନାହିଁ ଏବଂ ନିଶ୍ଚୟ ଦାନ କରନ୍ତୁ।

୭. ଶନିବାର ଏବଂ ଶନି ଜୟନ୍ତୀରେ କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ କାରଣ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.