Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି ୮ଟି ଭୁଲ୍ : ପଡ଼ିବେ ଅସୁବିଧାରେ

6/07/2020 at 12:00 PM

ଭଗବାନ ଶିବଙ୍କ ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇ ସାରିଛି। ଶିବଙ୍କ ପ୍ରିୟ ଶ୍ରାବଣ ମାସ ଜୁଲାଇ ୬ରୁ ଅଗଷ୍ଟ ୩ଯାଏଁ ରହିବ। ଏହା ପରେ ଅଗଷ୍ଟ ୪ରୁ ଭାଦ୍ରବ ମାସ ଆରମ୍ଭ ହେବ। ଶ୍ରାବଣ ମାସରେ ଶିବଙ୍କ ଉପାସନାର ବଡ଼ ମହତ୍ତ୍ବ ରହିଛି। ଏହି ସମୟରେ କିଛି ଖାସ୍ କଥା ପ୍ରତି ଧ୍ୟାନ ରଖିବା ଜରୁରୀ ବୋଲି କୁହାଯାଇଛି।

୧. ଶ୍ରାବଣ ଭଳି ପବିତ୍ର ମାସରେ ଖାଦ୍ୟପେୟ ପ୍ରତି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ଏହି ମାସରେ ମାଛ-ମାଂସ ଖାଇବା ଅନୁଚିତ୍। ଆପଣଙ୍କ ଭୋଜନ ସାତ୍ତ୍ବିକ ହେବା ଉଚିତ୍। ଏହି ମାସରେ ପିଆଜ ରସୁଣ ମଧ୍ୟ ଖାଇବା ଅନୁଚିତ୍।

୨. ସବୁଜ ପନିପରିବା ଖାଉଥିବା ବ୍ୟକ୍ତିଙ୍କୁ ବାଇଗଣ ଖାଇବା ଅନୁଚିତ୍। ବାଇଗଣକୁ ଏକ ଅଦ୍ଭୁତ ପରିବା ବୋଲି କୁହାଯାଇଥାଏ। ଏହି କାରଣରୁ ଲୋକେ ଦ୍ବାଦଶୀ ଏବଂ ଚତୁର୍ଦ୍ଦଶୀରେ ବାଇଗଣ ଖାଇ ନଥାନ୍ତି।

୩. ଶ୍ରାବଣ ମାସରେ ଶିବଲିଙ୍ଗକୁ କ୍ଷୀରରେ ଜଳାଭିଷେକ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଏହି କାରଣରୁ ଏହି ମାସରେ କ୍ଷୀର ପିଇବା ଅନୁଚିତ୍। ଭାଦ୍ରବ ମାସରେ ଦହି ଭଳି ଶ୍ରାବଣ ମାସରେ କ୍ଷୀର ପିଇବା ଅନୁଚିତ୍।

୪. ଭଗବାନ ଶିବଙ୍କ ବେଲପତ୍ର,ଭାଙ୍ଗ ଏବଂ ଦୁଦୁରା ଅତ୍ୟନ୍ତ ପ୍ରିୟ ଅଟେ,କିନ୍ତୁ ପୂଜା ସମୟରେ କିଛି ଖାସ୍ ଚଢ଼ାଇବା ଅନୁଚିତ୍। ଶିବଲିଙ୍ଗ ପୁରୁଷ ତତ୍ତ୍ବ ସହ ସମ୍ବନ୍ଧିତ ଥିବାରୁ ସେଥିରେ ହଳଦୀ ଚଢ଼ାଇବା ଅନୁଚିତ୍।

୫. କାହାର ଅପମାନ କରନ୍ତୁ ନାହିଁ ଏବଂ କୌଣସି ପ୍ରକାରର ଖରାପ ବିଚାର ମନରେ ଆଣନ୍ତୁ ନାହିଁ। ଖାସ୍ କରି ଗୁରୁ,ଜୀବନସାଥୀ,ବାପା-ମାଆ,ବନ୍ଧୁ ଏବଂ ଦ୍ବାରକୁ ଆସିଥିବା ଲୋକଙ୍କୁ ଅପମାନ କରିବା ଅନୁଚିତ୍।

୬. ଯଦି ଘରର ଦ୍ବାର​‌ରେ କୌଣସି ଗାଈ କିମ୍ବା ବଳଦ ଆସନ୍ତି ତେବେ ତାଙ୍କୁ ମାରି ଘଉଡ଼ାଇବା ପରିବର୍ତେ ତାଙ୍କୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ। ବଳଦକୁ ମାରିବା ଭଗବାନ ଶିବଙ୍କ ବାହନ ନନ୍ଦିର ଅପମାନ କରିବା ସମାନ ଅଟେ।

୭. ଏହା ବ୍ୟତୀତ ଶରୀରରେ ତେଲ ଲଗାଇବା ଅନୁଚିତ୍। ଏହା ସହିତ ଭୋଜନ ପାଇଁ କଂସା ବାସନ ବ୍ୟବହାର କରିବା ଉଚିତ୍।

୮. ଶ୍ରାବଣ ମାସରେ ପୂଜା ସମୟରେ ଭଗବାନ ଶିବ କିମ୍ବା ଶିବଲିଙ୍ଗକୁ କେତକୀ ଫୁଲ ଚଢ଼ାନ୍ତୁ ନାହିଁ। ଏହା ବ୍ୟତୀତ ଦିନରେ ଶୁଅନ୍ତୁ ନାହିଁ।

   Related Posts