Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଦୂରଦର୍ଶନରେ ରାମ ମନ୍ଦିର ଭୂମି ପୂଜନର ସିଧା ପ୍ରସାରଣକୁ ବିରୋଧ କଲା ସିପିଆଇ, କହିଲା- ଏହା ରାଷ୍ଟ୍ରୀୟ ଅଖଣ୍ଡତା ବିରୋଧୀ

27/07/2020 at 5:49 PM

ନୂଆଦିଲ୍ଲୀ ୨୭।୦୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ଆୟୋଜିତ ଭୂମି ପୂଜନ କାର୍ଯ୍ୟକ୍ରମର ଦୂରଦର୍ଶନରେ ସିଧା ପ୍ରସାରଣ ହେବ। ଏହାକୁ ନେଇ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ସିପିଆଇ) କଡା ଆପତ୍ତି ପ୍ରକାଶ କରିଛି। ପାର୍ଟି ସୋମବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ପ୍ରସାରଣକୁ ନେଇ ପ୍ରଶ୍ନ ଉଠାଇଛି। ପାର୍ଟି କହିଛି ସରକାରୀ ଚ୍ୟାନେଲରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରିବା ଠିକ୍ ନୁହେଁ। ସିପିଆଇର ଏହି ଆପତ୍ତି ଉପରେ ରାମ ଜନ୍ମଭୂମି ଟ୍ରଷ୍ଟ କଡା ପ୍ରତିକ୍ରିୟା ଦେଇଛି। ଟ୍ରଷ୍ଟର ସଦସ୍ୟ କାମେଶ୍ଵର ଚୋପାଲ ବାମଦଳ ଉପରେ ଧାର୍ମିକ କାର୍ଯ୍ୟକ୍ରମକୁ ନେଇ ତୁଚ୍ଛ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।

ସିପିଆଇ ତରଫରୁ ଏହି ଚିଠି ବିନୟ ମିଶ୍ର ଲେଖିଛନ୍ତି। ଏଥିରେ ପାର୍ଟି ଯୁକ୍ତି ବାଢିଛି ଦୂରଦର୍ଶନରେ ଧାର୍ମିକ କାର୍ଯ୍ୟକ୍ରମ ପ୍ରସାରଣ କରିବା ରାଷ୍ଟ୍ରୀୟ ଅଖଣ୍ଡତାର ଭାବନା ବିରୋଧୀ। ସିପିଆଇ କହିଛି ଅଯୋଧ୍ୟାରେ ରାମ ମନ୍ଦିର ପ୍ରସଙ୍ଗ ଦୀର୍ଘ ସମୟ ଧରି ବିବାଦ ଏବଂ ସାମାଜିକ ବିଭେଦିକରଣର କାରଣ ପାଲଟିଛି। ଏଥିପାଇଁ ଏହାର ଭୂମି ପୂଜନ ସମାରୋହର ପ୍ରସାରଣ ଦୂରଦର୍ଶନରେ କରାଯିବା ଉଚିତ୍ ନୁହେଁ। ପାର୍ଟି କେନ୍ଦ୍ର ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରକୁ ଲେଖିଥିବା ଚିଠିରେ କହିଛି, ୧୯୯୨ରେ ବାବ୍ରି ମସଜିଦ ଭାଙ୍ଗିବା ପରେ ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିର ପାଇଁ ସୃଷ୍ଟି ଆନ୍ଦୋଳନ ଦ୍ଵାରା ଦେଶରେ ଦଶନ୍ଧି ଧରି ସଂଘର୍ଷ ଓ ସାମାଜିକ ବିଭେଦିକରଣର କାରଣ ପାଲଟିଛି।

ବିନୟ ମିଶ୍ର କହିଛନ୍ତି ଦୂରଦର୍ଶନରେ ଲାଗୁ ପ୍ରସାର ଭାରତୀ ଆକ୍ଟର ଧାରା ୧୨ ୨(ଏ)ରେ ସ୍ପଷ୍ଟ ଭାବେ କୁହାଯାଇଛି ଏହାର ଉଦ୍ଦେଶ୍ୟ ଦେଶର ଏକତା ଓ ଅଖଣ୍ଡତା ତଥା ସାମ୍ଵିଧାନିକ ମୂଲ୍ୟକୁ ମଜବୁତ ପ୍ରଦାନ କରିବା ରହିଛି। ଚିଠିରେ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗର ରାଜନୀତିକରଣ ନକରିବାକୁ ପରାମର୍ଶ ଦେଇ କୁହାଯାଇଛି ଦେଶର ଧର୍ମନିରପେକ୍ଷ ଛବି ସହ ସାଲିସ୍ କରାଯାଇ ପାରିବ ନାହିଁ। ଚିଠିର ଶେଷରେ ଲେଖା ହୋଇଛି ସରକାର ଦ୍ଵାରା ସଞ୍ଚାଳିତ ଦୂରଦର୍ଶନର ବ୍ୟବହାର ଅଯୋଧ୍ୟାର ଧାର୍ମିକ କାର୍ଯ୍ୟକ୍ରମର ପ୍ରସାରଣ କରିବା କଦାପି ଉଚିତ୍ ନୁହେଁ।

   Related Posts