Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

‘ପାନ ଖାଇ ଅଫିସ ଆସନି, ଚାକିରି ଚାଲିଯିବ’

21/04/2020 at 3:35 PM

ଭୁବନେଶ୍ୱର ୨୧।୦୪: ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏଣିକି ବିଧାନସଭା କର୍ମଚାରୀମାନେ ପାନ ଖାଇପାରିବେ ନାହିଁ । ମାଦକ ଦ୍ରବ୍ୟ ବ୍ୟବହାର କରି ବିଧାନସଭା ଆସିପାରିବେ ନାହିଁ । ନିୟମ ନମାନିଲେ ଚାକିରିରୁ ବିଦା ହେବେ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ରାଜ୍ୟରେ ମଧ୍ୟ ପୂର୍ବରୁ ବାହାରେ ଛେପ ପକାଇବା ପାଇଁ ବାରଣ କରାଯାଇଛି । ବିଶେଷ କରି ସର୍ବସାଧାରଣ ସ୍ଥାନ ଓ ରାସ୍ତାରେ ଏହା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି ନିୟମ  ଉଲ୍ଲଂଘନ ଦଣ୍ଡନୀୟ ଏବଂ ଉଲ୍ଲଂଘନକାରୀ ଗଣିବେ ଜରିମାନା ବୋଲି ଘୋଷଣା କରାଯାଇଥିଲା । ବାହାରେ ଛେପ ପକାଇଲେ ୨ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ବୋଲି ଘୋଷଣା କରାଯାଇଥିଲା । ରାଜ୍ୟରେ ପୂର୍ବରୁ ମଧ୍ୟ ମାସ୍କ ନ ପିନ୍ଧିଲେ ଫାଇନ୍‌ ଦେବାକୁ ପଡିବ ବୋଲି ଘୋଷଣା କରାଯାଇଛି । ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ଘରୁ ବାହାରିବା ମାତ୍ର ମାସ୍କ ପିନ୍ଧିବା ଜରୁରୀ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି ।

   Related Posts