ଘରର ଝରକା କରନ୍ତୁ ନାହିଁ ବନ୍ଦ, ନହେଲେ ବନ୍ଦ ହୋଇଯିବ ଭାଗ୍ୟ ତାଲା, ଜାଣନ୍ତୁ କାରଣ

Published By : Prameya-News7 Bureau | September 21, 2019 IST

ଗୃହର ଝରକା ସ୍ଥାନଟି ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଘରେ ଲଗାଯାଇଥିବା ଝରକା ସର୍ବଦା ବନ୍ଦ ରଖିବା ଉଚିତ ନୁହେଁ। ଝରକା ବନ୍ଦ କରିଦେଲେ ଘର ଭିତର ଶକ୍ତି  ବିକଶିତ ହୋଇପାରିନଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଝରକାର ସ୍ଥିତି ମଧ୍ୟ ଘର ଉପରେ ପ୍ରଭାବ ପକାଇଥାଏ।

ଘରର ଭୁଲ ଦିଗରେ ଝରକା ନିର୍ମାଣ ହୋଇଥିଲେ ଅଶୁଭ ଶକ୍ତିର ପ୍ରଭାବ ପଡିଥାଏ। ସେହି ଘରେ ରହୁଥିବା ଲୋକଙ୍କ ଉପରେ ଏହାର ଅଶୁଭ ଦୃଷ୍ଟି ପଡ଼ିଥାଏ। ଏଥିଲାଗି ନୂଆ ଘର ନିର୍ମାଣ ବେଳେ ବାସ୍ତୁଶାସ୍ତ୍ର ଅନୁସାରେ ଠିକ୍‌ ଦିଗରେ ଓ ଠିକ୍ ସ୍ଥାନରେ ଝରକା ନିର୍ମାଣ କରିବା ଉଚିତ୍।

ଘରର ଝରକା ସଂଖ୍ୟା ଏମିତି ହେବା ଉଚିତ୍ ଯାହାକୁ ଗୁଣିଲେ ଗୁଣଫଳ ୧୦, ୨୦, ୩୦ ଓ ୪୦ ହେଉଥିବ। ପ୍ରତ୍ୟେକ ରୁମ୍‌ରେ ଆବଶ୍ୟକ ଅନୁସାରେ ଝରକା ନିର୍ମାଣ କରିବା ଉଚିତ୍। ଆବଶ୍ୟକ ଅନୁସାରେ ଝରକା ନରଖିଲେ ଘର ପ୍ରତି ଅଶୁଭ ଶକ୍ତି ମାଡ଼ି ଆସିଥାଏ ବୋଲି ବାସ୍ତୁଶାସ୍ତ୍ର ସୂଚନା ଦେଇଥାଏ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ନୂଆଘର ନିର୍ମାଣ କରିବା ବେଳେ କୋଠରୀର ଅନୁପାତରେ ଝରକା ନିର୍ମାଣ କରିବା ଉଚିତ। ଘର ଭିତରକୁ  ଅଧିକ ଅମ୍ଳଜାନ ଓ ତାଜା ପବନ ଆସିବା ମୁତାବକ ଝରକା ନିର୍ମାଣ କରନ୍ତୁ। ଲମ୍ବା କୋଠରୀରେ ଅତି କମରେ ଦୁଇଟି ଝରକା ନର୍ମାଣ କରିବା ଉଚିତ୍। ଏହା ବ୍ୟତୀତ କାନ୍ଥର ଠିକ୍ ସ୍ଥାନରେ ଝରକା ରହିଲେ ଘର ଭିତରକୁ ଶୁଦ୍ଧ ପବନ ପ୍ରବେଶ କରି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.