Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମାଂସ ପାଇଁ କଟା ଯାଉଛି ଗଧ, ଚିନ୍ତାରେ ଆନ୍ଧ୍ରପ୍ରଦେଶ ସରକାର

24/02/2021 at 6:55 PM

ହାଇଦ୍ରାବଦ୍‌, ୨୪/୦୨: ଦିନକୁ ଦିନ ଆନ୍ଧ୍ରପ୍ରଦେଶରେ ଗଧଙ୍କ ସଂଖ୍ୟା କମିକମି ଯାଉଛି । ମାଂସର ଚାହିଦା ପୂରଣ କରିବା ନେଇ ଗଧମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଛି । ଏହାର ମାଂସକୁ ଖୁଲମ୍‌ଖୁଲା ବଜାରରେ ବିକ୍ରି କରାଯାଉଛି ।

ବିଭିନ୍ନ ରିପୋର୍ଟକୁ ଆଧାର କରି ଜଣାପଡ଼ିଛି ଯେ, ମାଂସ ବେପାରୀମାନେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ, କ୍ରିଷ୍ଣା, ପ୍ରକାଶମ ଏବଂ ଗୁଣ୍ଟୁର ଜିଲ୍ଲାରୁ ଗଧମାନଙ୍କୁ ନେଇ ହତ୍ୟା କରି ଏହାର ମାଂସକୁ ବିକ୍ରି କରୁଛନ୍ତି । ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (FSSAI) ୨୦୧୧ର ନିୟମ ଅନୁଯାୟୀ, ଗଧକୁ ‘ଖାଦ୍ୟ ପାଇଁ ବ୍ୟବହୃତ ପ୍ରାଣୀ’ ଭାବରେ ପଞ୍ଜୀକୃତ କରାଯାଇ ନାହିଁ । ତେଣୁ ଏହାକୁ ମାଂସ ପାଇଁ ହତ୍ୟା କରିବା ନିୟମ ବିରୁଦ୍ଧ ବା ବେଆଇନ ।  ତଥାପି, ନିୟମ ସତ୍ତ୍ୱେ ଗଧ ମାଂସ ଖୋଲାଖୋଲି ଭାବେ ବିକ୍ରି ହେଉଛି ଏବଂ ତାହା ମଧ୍ୟ ବହୁ ମୂଲ୍ୟରେ । ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ପଶୁମାନଙ୍କୁ ବେଆଇନ ଉପାୟରେ ଟ୍ରକରେ ଚାଲାଣ କରୁଛନ୍ତି । ଗୋଟଏ ଗଧକୁ ସେମାନେ ୧୦ରୁ ୧୫ ହଜାର ଟଙ୍କାରେ ବିକ୍ରି କରୁଛନ୍ତି ।

ଗଧ ମାଂସର ଚାହିଦା ଏତେ ଅଧିକ ରହିଛି ଯେ, ବ୍ୟବସାୟୀମାନେ ବର୍ତ୍ତମାନ ତାମିଲନାଡୁ, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ଅନ୍ୟ ରାଜ୍ୟରୁ ଏହାର ସପ୍ଲାଇ କରୁଛନ୍ତି । କାରଣ ଆନ୍ଧ୍ରପ୍ରଦେଶରେ ଧିରେ ଧିରେ ସେମାନଙ୍କର ଜନସଂଖ୍ୟା ହ୍ରାସ ପାଉଛି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ରାଜ୍ୟରେ ଗଧସଂଖ୍ୟା ୫୦୦୦ କୁ ହ୍ରାସ ପାଇଛି ।

ଏଥିସହ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟରେ ଅନେକ ଅପରାଧିକ ଗ୍ୟାଙ୍ଗ ମିଳିତ ଭାବେ ଗଧ ମାଂସ ରାକେଟ୍ ଚଳାଇଛନ୍ତି । ଏହିପରି ଗ୍ୟାଙ୍ଗର ଏକ ବଡ଼ ନେଟୱାର୍କ ପ୍ରଥମେ ପଡୋଶୀ ରାଜ୍ୟରୁ ପଶୁମାନଙ୍କୁ ସପ୍ଲାଇ କରିଥାନ୍ତି । ସେମାନଙ୍କୁ ହତ୍ୟାକରି ପରେ ବଜାରରେ  ଗ୍ରାହକଙ୍କୁ ବିକ୍ରି କରିଥାନ୍ତି । ତେବେ ଗଧଙ୍କ ସଂରକ୍ଷଣ ପାଇଁ ଆନ୍ଧ୍ର ସରକାର ତତ୍ପରତା ଦେଖାଇଥିବା ଜଣାପଡ଼ିଛି ।

   Related Posts