Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଗଧଙ୍କ କ୍ଷୀରରେ ହେଉଅଛି ଚିକିତ୍ସା : ପ୍ରସ୍ତୁତ ହେଉଛି ପ୍ରସାଧନ ସାମଗ୍ରୀ

3/02/2019 at 6:47 PM

ମୁମ୍ବାଇ ୩/୨: ପରିଶ୍ରମୀ ଗଧ ହୁଏତ ଥଟ୍ଟା ମଜାର ବିଷୟ ହୋଇଥାଇପାରେ କିନ୍ତୁ ଗଧର ଗୁଣ ବିଷୟରେ ବହୁତ କମ୍ ଲୋକ ଜାଣିଥିବେ। ଗଧ କ୍ଷୀରରେ ବହୁତ ଔଷଧୀୟ ଗୁଣ ରହିଥାଏ। ଏହି କ୍ଷୀର ଅନେକ ଜୈବିକ ସଂକ୍ରମଣ ଏବଂ ସଂକ୍ରମିତ ମନୁଷ୍ୟର ହେପାଜତ କରିଥାଏ। ଏହା ସହିତ ଦେଶରେ ଗଧ କ୍ଷୀରରୁ ପ୍ରସାଧନ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଉଛି।

କେରଳ ଏବଂ ମହାରାଷ୍ଟ୍ରରେ ଏହାର ଦୁଇଟି ସଫଳ ପ୍ରୟୋଗ ହୋଇଛି। ପୁଣେର ସ୍ବାରଗେଟ ନିକଟରେ ୩କିଲୋମିଟର ଦୂରରେ ସ୍ଥିତ ପଦ୍ମାବତୀ ପାଖରେ ଥିବା ସହକାର ନଗର ଅଞ୍ଚଳରେ ରମେଶ ଯାଦବ ପାଖାପାଖି ୧୩ବର୍ଷରୁ ଲୋକଙ୍କୁ ଏହି କ୍ଷୀର ଚାନ୍ଦିର ଚାମଚରେ ଔଷଧ ଭାବେ ଦେଇ ଆସୁଛନ୍ତି। ତାଙ୍କ କହିବାନୁସାରେ ଏହା ତାଙ୍କ ଖାନଦାନୀ ବ୍ୟବସାୟ। ଏହା ଦ୍ବାରା ତାଙ୍କୁ ମାସିକ ୩୫ରୁ ୪୦ହଜାର ଟଙ୍କା ଆୟ ହୋଇଥାଏ। ଆର୍ୟୁବେଦିକ ଡାକ୍ତର ବାସୁ ଅଧିକାଂଶ ସମୟରେ ଲୋକଙ୍କୁ ଏହି କ୍ଷୀର ପିଇବା ସକାଶେ ତାଙ୍କ ପାଖକୁ ପଠାଇଥାଆନ୍ତି। ତାଙ୍କ କହିବାନୁସାରେ ଗଧର କ୍ଷୀରରେ ରୋଗ ପ୍ରତିରୋଧକ କ୍ଷମତା ଥିବା ବଢ଼ାଉଥିବା ଲାଇସୋଜୋମ୍ ରହିଥାଏ।

ଏହାଦ୍ବାରା ଥଣ୍ଡା,କାଶ,ଶ୍ବାସରୋଗ,ଗଳା ସଂକ୍ରମଣ,ଯକ୍ଷ୍ମା,ପୁରୁଣା ଜ୍ବର ଏବଂ ବାତ ରୋଗରୁ ମୁକ୍ତି ମିଳିଥାଏ। ଡାକ୍ତର ଦୁର୍ବଳ ଶିଶୁଙ୍କୁ ମଧ୍ୟ ଏହି କ୍ଷୀର ପିଇବାକୁ ଦେବାକୁ ପରାମର୍ଶ ଦେଇଥାଆନ୍ତି। ରମେଶ ଏପରି ଶିଶୁଙ୍କୁ ୧୦୦ମିଲିଲିଟର କ୍ଷୀର ଦେଇଥାନ୍ତି।

କୋଚି ବାସିନ୍ଦା ଏବି ବେବି ଗଧ କ୍ଷୀରରୁ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରି ଅନଲାଇନ୍ ବିକନ୍ତି। ଏହି ପ୍ରଡକ୍ଟ ବର୍ଷକୁ ୨୦ଲକ୍ଷ ଟଙ୍କାରୁ ଅଧିକ ଆୟ କରିଥାଏ। ଏବିଙ୍କ କହିବାନୁସାରେ ଗଧ କ୍ଷୀର ପିଇବା ଦ୍ବାରା ଚର୍ମର ଆଲର୍ଜି ଦୂର ହୋଇଥାଏ। ଏବଂ ସୈାନ୍ଦର୍ଯ୍ୟ ମଧ୍ୟ ଚମକିଥାଏ।   

   Related Posts