ଗଧ ଖେଳୁଥିଲା ଜୁଆ, ଦାୟର ହେଲା ଏଫଆଇଆର ! ଏମିତି କେବଳ ପାକିସ୍ତାନରେ ହୁଏ

Published By : Prameya-News7 Bureau | June 08, 2020 IST

ଲାହୋର, ୦୮|୦୬:   ପାକିସ୍ତାନ ଏଭଳି ଏକ ଦେଶ ଯେଉଁଠି ପ୍ରତିଦିନ ଅଜବ ଘଟଣା ସବୁ ଦେଖିବାକୁ ମିଳେ ।  ଏହି ଦେଶରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏଠାରେ ଏକ ଗଧକୁ ଜୁଆ ଖେଳିବା ଅଭିଯୋଗରେ ଗିରଫ କରାଯାଇଛି । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ରହିମ ୟାର ଖାନ୍ ଅଞ୍ଚଳରେ ପୋଲିସ ୭, ୮ ଜଣଙ୍କ ବ୍ୟତୀତ ଏକ ଗଧକୁ ମଧ୍ୟ ଜୁଆ ଖେଳିବା ଅଭିଯୋଗରେ ଗିରଫ କରିଛି । ଏପରିକି ଏଫଆଇଆରରେ ମଧ୍ୟ ଗଧର ନାଁ ଉଲ୍ଲେଖ ରହିଛି ।

ପୋଲିସର କହିବାନୁସାରେ, ଜୁଆଡିଙ୍କଠାରୁ ଏକ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି । ଏହି ଜୁଆଡିମାନେ ଗଧ ଦୌଡରେ ଟଙ୍କା ଲଗାଇଥିଲେ ।

ଗଧର ଗିରଫଦାରୀ ଖବର ମିଳିବା ପରେ ସୋସିଆଲ ମିଡିଆରେ ୟୁଜର ପୋଲିସକୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଆଉ କିଛି ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ତାତ୍ସଲ୍ୟ କରିଛନ୍ତି । ସୂଚନାଯୋଗ୍ୟ, ପାକିସ୍ତାନରେ ସବୁଠାରୁ ଅଧିକ ଗଧ ଦେଖିବାକୁ ମିଳନ୍ତି । ଏହା ଗଧକୁ ଅନ୍ୟ ଦେଶକୁ ରପ୍ତାନୀ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.