ଝିଅଟିକୁ ଦେଖି ଖୁସିରେ ନାଚି ଉଠିଲା ଗଧ, ପାଖକୁ ଆସି କରିବାକୁ ଲାଗିଲା ଏମିତି କିଛି… ଦେଖନ୍ତୁ ଭିଡିଓ

Published By : Prameya-News7 Bureau | May 27, 2021 IST

ନୂଆଦିଲ୍ଲୀ ୨୭।୫: ସୋସିଆଲ ମିଡିଆରେ ପଶୁମାନଙ୍କର ମଜାଳିଆ ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ । କିଛି ଭିଡିଓ ଏତେ ମଜାଳିଆ ହୋଇଥାଏ ଯେ ଯାହାକୁ ଆମେ ବାରମ୍ବାର ଦେଖିବାକୁ ପସନ୍ଦ କରିଥାଉ । ସେହିଭଳି କିଛି ଭିଡିଓ ଆମକୁ ଜୀବନରେ ବଡ ଶିକ୍ଷା ଦେଇଥାଏ । ଏମିତି ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓରେ ମଣିଷ ଏବଂ ପଶୁ ମଧ୍ୟରେ ଗଭୀର ପ୍ରେମର ଏକ ଉଦାହରଣ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ହେଉଛି ଏକ ଗଧ ଏବଂ ଜଣେ ଝିଅର । ଯେଉଁଥିରେ ଗଧଟି ଝିଅକୁ ଦେଖି ଖୁସି ହୋଇଯାଉଛି ଏବଂ ତାଙ୍କୁ ଆଲିଙ୍ଗନ କରୁଛି ।

ଭାଇରାଲ୍ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ, ଗୋଟିଏ ଗଧ ଝିଅ ସମ୍ମୁଖକୁ ଆସୁଛି । ଦେଖିକି ଏମିତି ଲାଗୁଛି ଯେମିତି ଗଧଟି ଝିଅକୁ ବେଶ୍ ଭଲଭାବେ ଚିହ୍ନିଛି । ଗଧଟି ଝିଅଟି ପାଖକୁ ଆସିବା ମାତ୍ରେ ତାଙ୍କୁ ଆଲିଙ୍ଗନ କରୁଛି । ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ଭିଡିଓକୁ ଦେଖିବା ପରେ ଲାଗୁଛି ଯେ ଯେମିତି ଉଭୟ ବହୁ ଦିନ ପରେ ଭେଟୁଛନ୍ତି । ଲୋକମାନଙ୍କୁ ଏହି ଭିଡିଓ ବେଶ୍ ପସନ୍ଦ ଆସୁଛି । ଲୋକମାନେ ଭିଡିଓକୁ ପରସ୍ପର ମଧ୍ୟରେ ସେୟାର ମଧ୍ୟ କରୁଛନ୍ତି ।

ଲୋକମାନେ ଭିଡିଓରେ ଅଧିକ କମେଣ୍ଟ ଦେଉଛନ୍ତି । ଏହି ଭିଡିଓକୁ ଟ୍ବିଟର ବ୍ୟବହାରକାରୀ ବୁଇଟେଙ୍ଗବିଡେନ୍ ସେୟାର କରିଛନ୍ତି । ଏହି ଭିଡିଓରେ ସେ କ୍ୟାପସନ୍ ଲେଖିଥିଲେ, ‘ଯେଉଁ ଝିଅ ଏହି ଗଧଟିକୁ ପାଳିଥିଲେ ସେ ପୁଣି ଥରେ ଭେଟିଲେ ।’ ସୋସିଆଲ ମିଡିଆରେ ୟୁଜର୍ସ ଏହି ଭିଡିଓକୁ ୬ ଲକ୍ଷରୁ ଅଧିକ ଥର ଦେଖିସାରିଲେଣି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.