ରାମ ମନ୍ଦିର ପାଇଁ ଚାନ୍ଦା ମିଳିଛି ଏତିକି କୋଟି ଟଙ୍କା: ପ୍ରାୟ ୧୫ ହଜାର ବ୍ୟାଙ୍କ ଚେକ୍ ବାଉନ୍ସ

Published By : Prameya-News7 Bureau | April 16, 2021 IST

ଅଯୋଧ୍ୟା ୧୬/୦୪ : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଆଦାୟ ହୋଇଥିବା ଚାନ୍ଦାରେ ଏକ ବଡ ଖୁଲାସା ହୋଇଛି। ବିଶ୍ୱ ହିନ୍ଦୁ ପରିଷଦ ଆଦାୟ କରିଥିବା ୨୨ କୋଟି ଚାନ୍ଦାରୁ ପ୍ରାୟ ୧୫ ହଜାର ବ୍ୟାଙ୍କ ଚେକ୍ ବାଉନ୍ସ ହୋଇଯାଇଛି। ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ଦ୍ୱାରା ଗଠନ ହୋଇଥିବା ନ୍ୟାସ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଏକ ଅଡିଟ୍ ରିପୋର୍ଟରେ କୁହାଯାଇଛି ଯେ ଆକାଉଣ୍ଟରେ କମ୍ ରାଶି ଥିବାରୁ ଏବଂ କିଛି ଟେକ୍ନିକାଲ୍ ତ୍ରୁଟି ଯୋଗୁଁ ଅନେକ ଚେକ୍ ବାଉନ୍ସ ହୋଇଯାଇଛି। ଚଳିତ ବର୍ଷ ମକର ସଂକ୍ରାନ୍ତି ପରେ ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଧନସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା। ଏହି ଅଭିଯାନରେ ଦେଶରୁ କୋଟି କୋଟି ଟଙ୍କା ଜମା ହୋଇଥିଲା।

ନ୍ୟାସ ସଦସ୍ୟ ଡ.ଅନିଲ ମିଶ୍ର କହିଛନ୍ତି, ଟେକ୍ନିକାଲ ତ୍ରୁଟିର ସମାଧାନ ପାଇଁ ବ୍ୟାଙ୍କ କାମ କରୁଛି ଓ ସେମାନେ ଲୋକଙ୍କୁ ପୁଣି ଦାନ କରିବାକୁ କହୁଛନ୍ତି। ଏହି ଚେକ୍ ମଧ୍ୟରୁ ପାଖାପାଖି ୨ ହଜାର ଚେକ ଅଯୋଧ୍ୟାରୁ ସଂଗ୍ରହ କରାଯାଇଥିଲା।

ବିଶ୍ୱ ହିନ୍ଦୁ ପରିଷଦ ଜାନୁଆରୀ ୧୫ ରୁ ଫେବୃଆରୀ ୧୭ ଯାଏଁ ଚାନ୍ଦା ସଂଗ୍ରହ କରିବାକୁ ଦେଶବ୍ୟାପୀ ଅଭିଯାନ କରିଥିଲା। ଏହି ଅଭିଯାନରେ ଅନେକ ଚେକ ସଂଗ୍ରହ ହୋଇଥିଲା। ଅଭିଯାନରୁ ପ୍ରାୟ ୫ ହଜାର କୋଟି ଟଙ୍କା ଜମା ହୋଇଥିଲା। ତେବେ ନ୍ୟାସ ଦ୍ୱାରା ବର୍ତ୍ତମାନ ଏକତ୍ରିତ ହୋଇଥିବା ମୋଟ ରାଶି କେତେ ତାହା ଜାରି କରାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.