ପୁରୀ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ, ସିଂହଦ୍ଵାରା ଥାନାରେ ଏତଲା

Published By : Prameya-News7 Bureau | June 03, 2021 IST

ପୁରୀ ୩।୬: ପଶ୍ଚିମ ଦ୍ବାର ନିକଟରେ ଥିବା ବିଶ୍ବଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍ । ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ଦାନବାକ୍ସ ତାଡି ନେଇଛନ୍ତି । ପଶ୍ଚିମ ଦ୍ବାରରେ ରାତିରେ ସୁରକ୍ଷାକର୍ମୀମାନେ ଉପସ୍ଥିତ ଥିଲେ ମଧ୍ୟ କିଭଳି ଭାବେ ଲୁଟ୍ ହେଲା ସେନେଇ ଚର୍ଚ୍ଚା ଚାଲିଛି । ତେବେ ଦାନବାକ୍ସରେ କେତେ ପରିମାଣରେ ଟଙ୍କା ଥିଲା ସେନେଇ ମନ୍ଦିର ପୂଜକ ଜାଣିନଥିବା ବେଳେ ଚୋରି ସମ୍ପର୍କରେ ସିଂହଦ୍ଵାରା ଥାନାରେ ଅଭିଯୋଗ କରିଛନ୍ତି ।

{"id":460711,"sizeSlug":"large","linkDestination":"none"}

ସେପଟେ ସଂକୀର୍ତ୍ତନ ମନ୍ଦିର ପାଖରେ ପଶ୍ଚିମଦ୍ବାରରେ ପୋଲିସ ଜଗୁଥିବା ବେଳେ ସେହି ସ୍ଥାନରୁ ଚୋରି ହେବା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ଗତକିଛି ଦିନ ପୂର୍ବରୁ ବଡଦାଣ୍ଡ ସ୍ଥିତ ମାଉସୀ ମା’ଙ୍କ ମନ୍ଦିରର ହୁଣ୍ଡି ଓ ଗଡରେଜରୁ ଚୋରି ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଚୋରକୁ ଧରିବାରେ ପୋଲିସ ସକ୍ଷମ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.