ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଏହିସବୁ ଜିନିଷ ପତ୍ନୀଙ୍କୁ ଉପହାର ଦିଅନ୍ତୁ, ରହିବନି ଟଙ୍କା ପଇସାର ଅଭାବ

Published By : Prameya-News7 Bureau | November 22, 2019 IST

ଆଜିକାଲି କିଛି ଲୋକ ଏମିତି ଭାବନ୍ତି ଯେ, ସ୍ତ୍ରୀମାନେ ସବୁବେଳେ ସ୍ବାମୀମାନଙ୍କର ପଇସା ଖର୍ଚ୍ଚ କରିଦିଅନ୍ତି ବୋଲି । ମାତ୍ର ସବୁବେଳେ ସ୍ତ୍ରୀ, ସ୍ବାମୀଙ୍କର ଖର୍ଚ୍ଚର କାରଣ ହୋଇନଥାଏ । ଶାସ୍ତ୍ର ଅନୁସାରେ ସ୍ତ୍ରୀ, ସ୍ବାମୀଙ୍କୁ ଧନବାନ୍ କରାଇପାରେ । ଶାସ୍ତ୍ର ଅନୁସାରେ ମା’ ଲକ୍ଷ୍ମୀଙ୍କର କେତେକ ରୂପ ରହିଛି । ଗୃହଲକ୍ଷ୍ମୀ ମା’ ଲକ୍ଷ୍ମୀଙ୍କର ଏକ ସ୍ବରୂପ । ସବୁ ଘରେ ମା’ ଲକ୍ଷ୍ମୀ କୌଣସି ରୂପରେ ନିବାସ କରିଥାନ୍ତି । ଯେଉଁ ଘରେ ମା’ ଲକ୍ଷ୍ମୀ ପ୍ରସନ୍ନ ଏବଂ ଖୁସି ରହିଥାନ୍ତି  ସେହି ଘରେ ଲକ୍ଷ୍ମୀଙ୍କ କୃପା ରହିଥାଏ ।

{"id":187934,"sizeSlug":"large"}

ଆପଣଙ୍କୁ ସବୁବେଳେ ନିଜ ଘରର ଲକ୍ଷ୍ମୀଙ୍କୁ ଖୁସି ରଖିବା ଉଚିତ୍ । ଏଥିପାଇଁ ଆପଣଙ୍କୁ ଅଧିକ କିଛି କରିବାକୁ ପଡିବନାହିଁ । ଏଭଳି କିଛି ଜିନିଷ ଅଛି ଯଦି ଆପଣ ତାହାକୁ ଠିକ୍ ଉପାୟରେ କରିବେ ତେବେ ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ସବୁବେଳେ ରହିବ ।

{"id":187936,"sizeSlug":"large"}

କଥାରେ ଅଛି ବୁଧବାର ଅଥବା ଶୁକ୍ରବାର ଯକୌଣସି ଦିନ ଗୃହଲକ୍ଷ୍ମୀ ବା ସ୍ତ୍ରୀଙ୍କୁ ବସ୍ତ୍ର ଦାନ କରିବା ଉଚିତ୍ । ଯାହାଫଳରେ ମା’ ଲକ୍ଷ୍ମୀ ପ୍ରସନ୍ନ ରହିବେ । ଆପଣ ଚାହିଁଲେ ମା, ଉଉଣୀ ଅଥବା କୌଣସି ବିବାହିତ ମହିଳାଙ୍କୁ ବସ୍ତ୍ର ଦାନ କରିପାରିବେ ।

{"id":187937,"width":576,"height":432,"sizeSlug":"large"}

ଏହା କୁହାଯାଏ ଯେ, ଆଭୂଷଣ ବିନା ମା’ ଲକ୍ଷ୍ମୀଙ୍କ ପୂଜା ଅଧୁରା ରହିଥାଏ । ଏଥିପାଇଁ ମା’ ଲକ୍ଷ୍ମୀଙ୍କ ପୂଜାରେ ଆଭୂଷଣ ଚଢାଯାଇଥାଏ । ମା’ ଲକ୍ଷ୍ମୀଙ୍କୁ ଆଭୂଷଣ ବହୁତ ପସନ୍ଦ ତେଣୁ ସ୍ତ୍ରୀଙ୍କୁ ଛୋଟ ମୋଟ ଆଭୂଷଣ ପ୍ରଦାନ କରିପାରିବେ ।

{"id":187938,"width":573,"height":381,"sizeSlug":"large"}

ଆଭୂଷଣରେ ସଜ୍ଜିତ ଗୃହଲକ୍ଷ୍ମୀ ଗୃହରେ ପ୍ରସନ୍ନତାକୁ ଦର୍ଶାଇଥାଏ । ଏଥିପାଇଁ କୁହାଯାଏ ଯେ, ଗୃହଲକ୍ଷ୍ମୀଙ୍କୁ ବସ୍ତ୍ର ଏବଂ ଆଭୂଷଣରେ ସଜ୍ଜିତ ହୋଇ ରହିବା ଉଚିତ୍ ।

{"id":187939,"width":569,"height":390,"sizeSlug":"large"}

ମା’ ଲକ୍ଷ୍ମୀଙ୍କୁ ସଧବା ସାମଗ୍ରୀ ବହୁତ ପସନ୍ଦ ଥାଏ । ଏଥିପାଇଁ ଗୃହଲକ୍ଷ୍ମୀଙ୍କୁ ବିନ୍ଦି, ସିନ୍ଦୁର, ଚୂଡି ଆଦି ପ୍ରଦାନ କରିବା ଲାଭଦାୟକ ହୋଇଥାଏ । କାରଣ ସଧବାର ସମ୍ମାନ ଦେବା ଫଳରେ ସୌଭାଗ୍ୟ ବଢିଥାଏ । ଏହାଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏଥିପାଇଁ ସ୍ତ୍ରୀଙ୍କୁ ବେଳେ ବେଳେ ଏଭଳି ଉପହାର ଦେବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.