Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଧନତେରସରେ ଦାନର ରହିଛି ବିଶେଷ ମହତ୍ତ୍ୱ: ଦାନ କରନ୍ତୁ ଏହିସବୁ ଜିନିଷ, କେବେ ହେବନାହିଁ ଧନର ଅଭାବ

2/11/2021 at 3:36 PM

ଭୁବନେଶ୍ୱର ୦୨/୧୧ : ଆଜି ସାରା ଦେଶରେ ଧନତେରସ ପାଳନ କରାଯାଉଛି। କିଣାକିଣି ପାଇଁ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ଧନତେରସ ଦିନ କିଣାକିଣି କରିବା ଶୁଭ ହୋଇଥାଏ। ଏହି ଦିନ ସୁନା, ରୁପା, ବାସନ, କପଡା, ପୂଜା ସାମଗ୍ରୀ ଆଦି କିଣିବା ଶୁଭ। କିନ୍ତୁ ଶୁଭ ମୁହୂର୍ତ୍ତରେ କିଣାକିଣି କରିବା ଅତ୍ୟନ୍ତ ଶୁଭ ହୋଇଥାଏ। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରସ ପାଳନ କରାଯାଏ।

ଏହି ଦିନ କେବଳ କିଣାକିଣି ହିଁ ଶୁଭ ହୋଇନଥାଏ। ଏହି ଦିନ ଦାନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଦାନ କଲେ ଘରେ ଧନର ଅଭାବ ରହେନାହିଁ। ଏହାସହ ବାଧା ବିଘ୍ନ ମଧ୍ୟ ଦୂର ହୋଇଥାଏ। ଧନତେରସ ଦିନ ଏହିସବୁ ଜିନିଷ ଦାନ କରିବା ଶୁଭ ହୋଇଥାଏ। ଜାଣନ୍ତୁ କଣ କଣ ଦାନ କରିପାରିବେ…

ଶସ୍ୟ – ହିନ୍ଦୁ ଧର୍ମରେ ଦାନର ବିଶେଷ ମହତ୍ତ୍ୱ ରହିଛି ଏବଂ ବିଶେଷ ଅବସରରେ ଦାନ କଲେ ତାର ମହତ୍ତ୍ୱ ଆହୁରି ବଢି ଯାଇଥାଏ। ଆଜିର ଦିନ ଶସ୍ୟ ଦାନ କରିବାକୁ କୁହାଯାଇଥାଏ। ଏହି ଦିନ ଅନ୍ନ ଦାନ କଲେ ଘରର ଅନ୍ନ ଭଣ୍ଡାର ସବୁବେଳେ ଭର୍ତ୍ତି ରହେ। ଅନ୍ନ ଦାନ ଛଡା ଅଭାବୀଙ୍କୁ ଭୋଜନ ମଧ୍ୟ ଦେଇପାରିବେ। ଭୋଜନ ଦେବା ପରେ ଦକ୍ଷିଣା ଦେବା ମଧ୍ୟ ଶୁଭ ହୋଇଥାଏ।

ଲୁହା – ଧନତେରସ ଦିନ ଲୁହା ଦାନ କରିବା ମଧ୍ୟ ଶୁଭ ହୋଇଥାଏ। ଆଜିର ଦିନରେ ଲୁହା ଦାନ କଲେ ଜୀବନରେ ଚାଲିଥବା ସମସ୍ୟାରୁ ମୁକ୍ତି ମିଳିବ ସହ ଅଟକି ରହିଥିବା କାମ ମଧ୍ୟ ପୁରା ହୋଇଥାଏ।

ବସ୍ତ୍ର – ଧନତେରସ ଦିନ ବସ୍ତ୍ର ଦାନ କରିବା ମଧ୍ୟ ଶୁଭ ହୋଇଥାଏ। କୌଣସି ଅଭାବୀ ଓ ଗରିବଙ୍କୁ ବସ୍ତ୍ର ଦାନ କରିବା ଉଚିତ। ଏହାଦ୍ୱାରା ଘରେ ଧନର ଅଭାବ ରହେ ନାହିଁ। ବସ୍ତ୍ର ଦାନ କରିବା ଦ୍ୱାରା ଋଣରୁ ମଧ୍ୟ ମୁକ୍ତି ମିଳିଥାଏ।

ଝାଡୁ – ଧନତେରସ ଦିନ ଝାଡୁ କିଣିବା ଶୁଭ ହୋଇଥାଏ। ଠିକ୍ ସେହିଭଳି ଝାଡୁ ଦାନ କରିବା ମଧ୍ୟ ଶୁଭ ହୋଇଥାଏ। ଏହି ଦିନ ଝାଡୁ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହି ଦିନ କୌଣସି ମନ୍ଦିର କିମ୍ବା କୌଣସି ଗରିବ ଲୋକଙ୍କୁ ଝାଡୁ ଦାନ କଲେ ଧନ ସମ୍ପତ୍ତି ଅଭାବ ହୁଏନାହିଁ।

   Related Posts