Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୭ ମାସ ପୂର୍ବସ୍ତରକୁ ଖସିଲା ଟ୍ରମ୍ପଙ୍କ ଲୋକପ୍ରିୟତା, ୧୩ ପଏଣ୍ଟ ଉପରକୁ ଉଠିଲେ ଜୋ ବିଡେନ୍

17/06/2020 at 9:13 PM

ୱାସିଂଟନ: ଦେଶରେ କରୋନା ମାହାମାରୀ ମୁକାବିଲା ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠନ ଯୋଗୁ ଉପୁଜିଥିବା ବର୍ଣ୍ଣ ବିଦ୍ୱେଷ ଆନ୍ଦୋଳନ ରିପବ୍ଲିକାନ ନେତା ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ କରିଛି। ଫଳରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନ୍‌ ଲୋକପ୍ରିୟତାରେ ଅଧିକ ୧୩ ପଏଣ୍ଟ ହାସଲ କରିଥିବା ଗଣମାଧ୍ୟମଙ୍କ ଏକ ସର୍ଭେକ୍ଷଣରୁ ଜଣାପଡିଛି।

୧୦ରୁ ୧୬ ଜୁନ୍ ମତଦାନରେ ପଞ୍ଜିକୃତ ମତାଦାତାଙ୍କ ମଧ୍ୟରୁ ୪୮ ପ୍ରତିଶତ ୩ ନଭେମ୍ବର ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ନେତା ଜୋ ବିଡେନଙ୍କୁ ରାଷ୍ଟ୍ରପତି ଭାବେ ଜିତାଇବାକୁ ସଂକଳ୍ପ କରିଥିବା କହିଛନ୍ତି। ତେବେ ବାକି ୩୫ ପ୍ରତିଶତ ଟ୍ରମ୍ଫଙ୍କୁ ସମର୍ଥନ କରୁଥିବା ଜଣାପଡିଛି। ସେପଟେ ନଭେମ୍ବର ନିର୍ବାଚନରେ ଟ୍ରମ୍ଫଙ୍କୁ ଚାଲେଞ୍ଜ କରିବା ଲାଗି ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଚୟନ ଆରମ୍ଭ କରିଥିବା ବେଳେ ବିଡେନଙ୍କ ପଲା ଭାରି ରହିଥିବା ଗଣମାଧ୍ୟମ ଆକଳନ କରିଛନ୍ତି। 

ଏହି ସର୍ଭେକ୍ଷଣରେ ୫୭ ପ୍ରତିଶତ ବୟସ୍କ ଆମେରିକୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଟ୍ରମ୍ଫଙ୍କ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ନଥିବା ଜଣାପଡିଛି। ତେବେ ୩୮ ପ୍ରତିଶତ ଟ୍ରମ୍ପଙ୍କ ସମର୍ଥନରେ ଥିଲେ ବି ଏହା ଟ୍ରମ୍ପଙ୍କ କାର୍ଯ୍ୟର ମୂଲ୍ୟାୟନ ଲାଗି ଯଥେଷ୍ଟ ନୁହେଁ। ଗତ ନଭେମ୍ବର ମାସରେ ଟ୍ରମ୍ଫଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପରଠାରୁ ତାଙ୍କ ଲୋକପ୍ରିୟତା କ୍ରମାଗତ ହ୍ରାସ ହୋଇଚାଲିଛି।  ଟ୍ରମ୍ପଙ୍କ ପ୍ରତି ବେଳକୁ ବେଳ ସମର୍ଥନ ହ୍ରାସ ହେଉଥିବାରୁ ରିପବ୍ଲିକାନ ୧୩ ପଏଣ୍ଟ ପଛକୁ ଫେରିଛନ୍ତି।

କରୋନା ଭାଇରସ ପରବର୍ତ୍ତି ଆର୍ଥିକ ଅବନତି ସାଙ୍ଗକୁ  ମିନିଆପଲିସ ପୋଲିସ ହାଜତରେ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ, ପୋଲିସ ଓ ଆଫ୍ରିକୀୟ ଆମେରିକୀୟଙ୍କ ସଂଘର୍ଷ ଆଦି ଟ୍ରମ୍ଫଙ୍କ ଲୋକପ୍ରିୟତା ହ୍ରାସର ଅନ୍ୟତମ କାରଣ ବୋଲି ଜଣାପଡିଛି। ସେହିପରି ଦେଶରେ କରୋନା ଭାଇରସ ସଂକ୍ରମଣ ବେଳେ ବିପଦ ଆକଳନକୁ ଟ୍ରମ୍ଫ ଖାରଜ କରିବା ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବନୀ ସତ୍ତ୍ୱେ ବାଣିଜ୍ୟ ବ୍ୟବସାୟ ଜାରି ରଖିବା ଯୋଘୁ ଉପୁଜିଥିବା ପରିସ୍ଥିତି ତାଙ୍କ ବିପକ୍ଷରେ ଜନମତ ବୃଦ୍ଧି କରିଛି।

   Related Posts