ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇୱାଙ୍କାଙ୍କ ବୋଲ୍ଡ ଫଟୋ ଭାଇରାଲ
2/06/2019 at 4:04 PM

ୱାସିଙ୍ଗଟନ୨|୬ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ବ୍ୟକ୍ତିତ୍ବ ଓ ବୟାନ ପାଇଁ ବେଶ ଚର୍ଚ୍ଚାରେ ଥାନ୍ତି। ତେବେ ଡୋନାଲ୍ଡଙ୍କ ସହ ଏବେ ତାଙ୍କ ଝିଅ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପ୍ରଥମ ପତ୍ନୀ ଇୱାନାଙ୍କ ଝିଅ ହେଉଛନ୍ତି ଇୱାଙ୍କା ଟ୍ରମ୍ପ ।

ଇୱାଙ୍କାଙ୍କୁ ଏବେ ୩୫ ବର୍ଷ ବୟସ। ତାଙ୍କୁ ଦେଖିଲେ ଜଣା ପଡେ ନାହିଁ ଯେ ସେ ୩ଟି ପିଲାଙ୍କ ମାଁ। ସେ ଜଣେ ନାମି ଦାମି ବିଡନେସ୍ ଲେଡି। ସେ ଦେଖିବାକୁ ଯେମିତି ଗୁଣରେ ମଧ୍ୟ ସେମିତି। ପରିବାର ଓ ପିଲା ଛୁଆଙ୍କ ସହ ସେ ନିଜର ସ୍ବତନ୍ତ୍ର ବ୍ୟକ୍ତିତ୍ବ ଗଠନ କରିଛନ୍ତି। ସେ ଆମେରିକାରେ ରୁହନ୍ତି।

ବ୍ୟବସାୟ ବ୍ୟତୀତ ସେ ଜଣେ ଲେଖକ ଓ ଫ୍ୟାସନ ଡିଜାଇନର୍। ଏବେ କିଛି ଦିନ ହେବ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହି ଫଟୋରେ ସେ ବହୁତ ହଟ୍ ଦେଖାଯାଉଛନ୍ତି। ଦର୍ଶକ ତାଙ୍କ ଫଟୋକୁ ବହୁତ ପସନ୍ଦ କରିଚନ୍ତି। ଇୱାଙ୍କାଙ୍କୁ ସୋସିଆଲ ମିଡିଆରେ ୪.୮ ମିଲିୟନ ଲୋକେ ଫଲୋ କରନ୍ତି। ଦିନ କୁ ଦିନ ସେ ଲୋକଙ୍କ ମଧ୍ୟରେ ଖୁବ୍ ଫେମସ ହେବାକୁ ଲାଗିଛନ୍ତି।