ଭାରତରେ ରହିଛି ଟ୍ରମ୍ଫଙ୍କ ବିଶାଳ ବ୍ୟବସାୟ, ରିୟଲ ଇଷ୍ଟେଟ କ୍ଷେତ୍ରରେ ଜାଣନ୍ତୁ ରହିଛି କେତେ Investment

Published By : Prameya-News7 Bureau | February 22, 2020 IST

ନୂଆଦିଲ୍ଲୀ ୨୨।୨ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବ୍ରୁୟାରୀ ୨୪ରେ ସପରିବାର ଭାରତ ଗସ୍ତରେ ଆସୁଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଭାରତ ଗସ୍ତ ହୋଇଥିବା ବେଳେ ସାଙ୍ଗରେ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ମଧ୍ୟ ରହିବେ । ରାଷ୍ଟ୍ରପତି ଭାବେ ଟ୍ରମ୍ଫ ଆମେରିକାରେ ଯେତିକି ପରିଚିତ ନୁହଁନ୍ତି ବ୍ୟବସାୟୀ ଭାବେ ବେଶ ପ୍ରଶିଦ୍ଧ। ଆମେରିକୀୟ ବ୍ୟବସାୟୀ ଭାବେ ଭାରତରେ ରହିଛି ଟ୍ରମ୍ଫଙ୍କ ବିଶାଳ ବ୍ୟବସାୟ।  

{"id":227858,"width":576,"height":298,"sizeSlug":"large"}

ଟ୍ରମ୍ପଙ୍କ କମ୍ପାନୀ  ରିୟଲ ଇଷ୍ଟେଟ୍‌ରେ  ନର୍ଥ ଆମେରିକା ପରେ ସବୁଠୁ ଅଧିକ ନିବେଶ ଭାରତରେ କରିଛି। ଏଣୁ ରାଜନୀତି ସହ ବ୍ୟବସାୟ ଲାଗି ଭାରତ ଟ୍ରମ୍ପଙ୍କ ନିମନ୍ତେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସହଜରେ ଯେ କେହିବି ଅନୁମାନ କରିପାରେ।  ଡୋନାଲ୍ଡ ଟ୍ରମ୍ପଙ୍କ କମ୍ପାନୀ ‘ଦ ଟ୍ରମ୍ପ ଅର୍ଗାନାଇଜେସନ’ ୫୦୦ଟି ବିଜିନେସ୍‌ ୟୁନିଟ୍‌ର ସମୂହ। ଭାରତରେ ଟ୍ରମ୍ପଙ୍କର ଯେଉଁ ବ୍ୟବସାୟ ରହିଛି ତାହା ମଧ୍ୟ ଅରଗାନାଇଜେସନ  କମ୍ପାନୀ  ଅନ୍ତର୍ଭୁକ୍ତ।

{"id":227859,"width":580,"height":570,"sizeSlug":"large"}

ଏହି କମ୍ପାନୀକୁ ଟ୍ରମ୍ପଙ୍କ ଜେଜେ ମା’ ଏଲିଜାବେଥ କ୍ରାଇଷ୍ଟ ଟ୍ରମ୍ପ ଓ ତାଙ୍କ ବାପା ଫ୍ରେଡ ଟ୍ରମ୍ପ ସ୍ଥାପନା କରିଥିଲେ। କମ୍ପାନୀର ବାର୍ଷିକ ଆୟ ପ୍ରାୟ ୫ ହଜାର କୋଟି ଡଲାରରୁ ବି ଅଧିକ । ନ୍ୟୁୟର୍କର କଂପାନୀ ‘ଦ ଟ୍ରମ୍ପ ଅର୍ଗାନାଇଜେସନ’ ୨୦୧୩ରେ ଭାରତୀୟ ରିୟଲ ଇଷ୍ଟେଟ୍‌ ବଜାରରେ ପ୍ରବେଶ କରିଥିଲା। ଭାରତୀୟ କମ୍ପାନୀଙ୍କ ସହ ମିଶି ଏହି କମ୍ପାନୀ ଦେଶର ୫ଟି ସ୍ଥାନରେ ବିଳାସମୟ ଆବାସିକ ଆପାର୍ଟମେଣ୍ଟ ତିଆରି କରିଛି। ଟ୍ରମ୍ପଙ୍କ କମ୍ପାନୀ ସହ ଭାରତର ଲୋଢ଼ା ଗ୍ରୁପ, ପଞ୍ଚଶୀଲ ରିୟଲଟି, ଏମ୩ଏମ, ଟ୍ରିବେକା ଆଦି ଅଂଶୀଦାର ରହିଛନ୍ତି। ପୁଣେ ସ୍ଥିତ ଟ୍ରମ୍ପ ଟାଓ୍ୱାରରେ ବଲିଉଡ ଅଭିନେତା ଋଷି କପୁର ଏବଂ ତାଙ୍କ ପୁଅ ରଣବୀର କପୁର ଗୋଟେ ଗୋଟେ ଆପାର୍ଟମେଣ୍ଟ କିଣିଛନ୍ତି।ପୁଣେ, ମୁମ୍ୱାଇ, କୋଲକାତା ଓ ଗୁରୁଗାଁଓରେ ଦୁଇଟି ଆପାର୍ଟମେଣ୍ଟ ରହିଛି ଟ୍ରମ୍ପଙ୍କର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.