ଇରାନକୁ ଟ୍ରମ୍ଫଙ୍କ ନୂଆ ଧମକ୍, ଜାଣନ୍ତୁ ଇରାକ୍ ସମ୍ପର୍କରେ କହିଛନ୍ତି କ'ଣ?

Published By : Prameya-News7 Bureau | January 06, 2020 IST

ୱାସିଂଟନ ୫।୬:  ଇରାନକୁ ନୂଆ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ। ଯଦି ଜେନେରାଲ କାସୀମ ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ଲାଗି ଇରାନ ଅଧିକ କିଛି ଉଦ୍ୟମ କରେ ତେବେ ଦେଶର ଧାର୍ମିକ ସ୍ଥଳ ଧ୍ୱଂସ କରିଦିଆଯିବ । ସେହିପରି  ଇରାନ ଛଳରେ ଟ୍ରମ୍ଫ ଇରାକ୍‌କୁ ବି ସତର୍କ କରାଇଦେଇଛନ୍ତି। ଯଦି ଘଟଣାରେ ଆମେରିକୀୟ ସୈନ୍ୟଙ୍କୁ ଦେଶ ଛାଡିବାକୁ ଇରାକ୍ ବାଧ୍ୟ କରେ ତେବେ ତା ବିରୋଧରେ କଡା କଟକଣା ଜାରି ହେବ ବୋଲି ଟ୍ରମ୍ଫ କହିଛନ୍ତି ।

{"id":207832,"width":579,"height":386,"sizeSlug":"large"}

ଫ୍ଲୋରିଡାରୁ ଛୁଟି କଟାଇ ଫେରୁଥିବା ରାସ୍ତାରେ ଟ୍ରମ୍ଫ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି। ଏହା ଛଡା ଗତ ଶନିବାରର ଧମକ ମଧ୍ୟ ଦୋହରାଇଛନ୍ତି। ଏଥିରେ ସେ ଇରାନ୍ ଯଦି ଆମେରିକା ବିରୋଧରେ କୌଣସି ପଦକ୍ଷେପ ନିଏ ତେବେ ତାର ୫୨ଟି ଠିକଣା ନଷ୍ଟ କରିବାକୁ ଆମେରିକାକୁ ମୁହୂର୍ତ୍ତଟେ ବି ସମୟ ଲାଗିବନି ବୋଲି କହିଛନ୍ତି।  ଏଥିରେ ଟ୍ରମ୍ଫଙ୍କ ଇଶାରା ଇରାନର ବିଭିନ୍ନ ମସଜିଦ୍ ଓ ଐତିହାସିକ ସ୍ଥଳ ଆଡକୁ ଥିଲା।

{"id":207833,"sizeSlug":"large"}

ଟ୍ରମ୍ଫ କହିଥିଲେ ଯେ ସେମାନେ ଯେତେବେଳେ ଚାହୁଁଛନ୍ତି ଆମ ଲୋକଙ୍କୁ ହତ୍ୟା କରୁଛନ୍ତି, ନିର୍ଯାତନା ଦେଉଛନ୍ତି, ଯେଉଁଠି ଇଛା କରୁଛନ୍ତି ବୋମା ବିସ୍ଫୋରଣ କରୁଛନ୍ତି।  ତେବେ ଆମକୁ କାହିଁକି ସେମାନଙ୍କ ସାଂସ୍କୃତିକ ସ୍ଥଳରେ ହାତ ଲଗାଇବାକୁ ମନା ବୋଲି ଓଲଟି ପ୍ରଶ୍ନ କରିଥିଲେ। ଦୁନିଆରେ ଏମିତି ଚଳେନି ବୋଲି  କହିଥିଲେ ଟ୍ରମ୍ଫ। ତେବେ ଆମେରିକା ବୈଦେଶିକ ମନ୍ତ୍ରୀ ଯଦି ଇରାନ ସହ ଯୁଦ୍ଧ ହୁଏ ତେବେ ଆଇନର ସୀମା ମଧ୍ୟରେ ହେବ ବୋଲି କହିଥିଲେ।

{"id":207834,"sizeSlug":"large"}

ଇରାନ ସାମରିକମୁଖ୍ୟଙ୍କୁ ବଗଦାଦ୍‌ରେ ହତ୍ୟା କରାଯିବା ଘଟଣାରେ ଇରାକ୍ ରବିବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଧାମନ୍ତ୍ରୀ ସଂସଦରେ ବିଦେଶୀ ସୈନିକଙ୍କୁ ତୁରନ୍ତ ଦେଶରୁ ବାହାର କରିବା ଲାଗି ପ୍ରସ୍ତାବ ଗୃହୀତ କରାଇଛନ୍ତି। ଦେଶ ଅନେକ ସମସ୍ୟାରେ ଗ୍ରସିତ, ହେଲେ ଆମେ ତାର ସମାଧାନର ରାସ୍ତା ଖୋଜିନେବୁ ବୋଲି କହିଛନ୍ତି ଇରାକ୍ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ। ତେବେ ତା ପୂର୍ବରୁ ଦେଶର ଆମେରିକା ଜଳ,ସ୍ଥଳ ଓ ଆକାଶରୁ ତାର ସୈନ୍ୟ ପ୍ରତ୍ୟାହାର କରୁବୋଲି ଦାବି କରିଥିଲେ ଇରାକ୍ ପ୍ରଧାନମନ୍ତ୍ରୀ। ତେବେ ଇରାକ୍ ସଂସଦରେ ଗୃହୀତ ପ୍ରସ୍ତାବରେ ଆମେରିକୀୟ ସୈନ୍ୟ ଦେଶ ଛାଡିବାକୁ ବାଧ୍ୟ ନୁହଁନ୍ତି। ଏଥିରେ ଯଦି ଇରାକ୍ ସ୍ୱତନ୍ତ୍ର ବିଧେୟକ ଗୃହୀତ କରେ ତେବେ ଟ୍ରମ୍ଫ କଟକଣା ଲାଗୁ କରିବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.