Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ହୋଟେଲ ଆଇଟିସି ମୋର୍ଯ୍ୟରେ ରହିବେ ଟ୍ରମ୍ପଙ୍କ ପରିବାର, ସୁନା ଥାଳିରେ ଖାଇବେ, ରୂପା କପ୍‌ରେ ପିଇବେ…

22/02/2020 at 5:59 PM

ନୂଆଦିଲ୍ଲୀ୨୨/୨: ଫେବୃଆରୀ ୨୪ ତାରିଖରେ ଭାରତ ଗ୍ରସ୍ତରେ ଆସିବେ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ। ମାତ୍ରା ଆଉ ୨ ଦିନ ରହିଲା। ରାଷ୍ଟ୍ରପତି ଟ୍ରମ୍ପଙ୍କ ଆସିବା ବାଟକୁ ପୂରା ଦେଶ ଅପେକ୍ଷା କରିଛି। କଡ଼ା ସୁରକ୍ଷା ବଳୟ ଭିତରେ ସୁରକ୍ଷିତ ଭାବେ ଟ୍ରମ୍ପ ଭାରତରେ ପହଞ୍ଚିବେ ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଉଛି।

ମିଳିଥିବା ସୂଚନା ମୁତାବକ ଟ୍ରମ୍ପ ଓ ତାଙ୍କ ପରିବାର ଲୋକଙ୍କୁ ସୁନା ଥାଳିରେ ଖାଦ୍ୟ ପରଷା ଯିବା ସହ ରୂପା ପାତ୍ରରେ ପିଇବା ପାଇଁ ଦିଆଯିବ। ସୁନା ଓ ରୂପା ପାତ୍ରରେ ଟ୍ରମ୍ପଙ୍କ ସମେତ ପରିବାର ଲୋକଙ୍କୁ ଖାଦ୍ୟ ପରଷାଯିବ। ଏଥିସହ ସକାଳ ଜଳଖିଆ, ମଧ୍ୟାହ୍ନ ଓ ରାତ୍ର ଭୋଜନରେ ସୁନା ଓ ରୂପା ପାତ୍ର ବ୍ୟବହାର ହେବ। ସେହିପରି ଭାରତର ପାରମ୍ପରିକ ଖାଦ୍ୟ ଟ୍ରମ୍ପ ଓ ତାଙ୍କ ପରିବାରକୁ ଦିଆଯିବ। ଜୟପୁରର ପ୍ରସିଦ୍ଧ ଡିଜାଇନର ଅରୁଣ ବାବୁଓ୍ବାଲା ରୂପା ଚା କପ୍‌ ତିଆରି କରିଛନ୍ତି। ଏପରି କି ଟ୍ରମ୍ପଙ୍କ ପରିବାର ଯେଉଁ ଫର୍ଣ୍ଣିଚର ବ୍ୟବହାର କରିବେ ତାର ଡିଜାଇନ ଅରୁଣ ତିଆରି କରିଛନ୍ତି। ଏହା ପୂର୍ବରୁ ବିଶ୍ବକପ ସମେତ ଅନ୍ତର୍ଜାତୀୟ ସ୍ତରରେ ବହୁ ଟ୍ରଫି ଅରୁଣ ତିଆରି କରିଛନ୍ତି।

ଟ୍ରମ୍ପଙ୍କ ଭାରତ ଗ୍ରସ୍ତ ନେଇ ରାଜଧାନୀ​ ଦିଲ୍ଲୀରେ ଚାଲିଛି ସାଜସଜା। ୨ ଦିନିଆ ଗ୍ରସ୍ତରେ ଆସି ଦିଲ୍ଳୀର ଚାକଚକ୍ୟ ହୋଟେଲ ଆଇଟିସି ମୋର୍ଯ୍ୟା ହୋଟେଲରେ ଟ୍ରମ୍ପ ରାତ୍ର ଯାପନ କରିବେ। ସାଢ଼େ ଚାରି ହଜାର ସୁରକ୍ଷାକର୍ମୀଙ୍କ ବଳୟ ଭିତରେ ଆଇଟିସି ମୋର୍ଯ୍ୟା ହୋଟେଲରେ ଟ୍ରମ୍ପ ପହଞ୍ଚିବେ। ହୋଟେଲର ପରିବେଶ ଟ୍ରମ୍ପଙ୍କୁ ନିଶ୍ଚିତ ଆକର୍ଷିତ କରିବ ବୋଲି ହୋଟେଲର କର୍ମଚାରୀ ଆଶା ରଖିଛନ୍ତି। ଏହି ଲଗଜରୀ ହୋଟେଲର ପ୍ରବେଶ ଦ୍ବାରା ମଧ୍ୟ ସୁନ୍ଦର। ହୋଟେଲରେ କାର୍ଯ୍ୟରତ ସୁନ୍ଦରୀ ଯୁବତୀମାନେ ପୁଷ୍ପଗୁଚ୍ଛ ଦେଇ ଟ୍ରମ୍ପଙ୍କ ସମେତ ପୂରା ପରିବାରକୁ ହୋଟେଲ ଭିତରକୁ ପାଛୋଡ଼ି ନେବେ।

ହୋଟେଲରେ ଟ୍ରମ୍ପ ଯେଉଁ ଫ୍ଲୋରରେ ରହିବେ ସେହିସ୍ଥାନରେ ୪୮୦୦ ଫୁଟ୍‌ର ଚାଣକ୍ୟ ସୁଇଟ୍ ରହିଛି। ଗୋଟିଏ ରାତି ପାଇଁ ୮ ଲକ୍ଷ ଭଡା ଦିଆଯାଉଥିବା ଏହି ହୋଟେଲରେ ଟ୍ରମ୍ପ ପାଇଁ ୨ଟି ରୁମ୍‌ ବୁକ୍‌ କରାଯାଇଛି। ଏହି ଆଲିଶାନ ହୋଟେଲରେ ସିଲ୍‌କ ପ୍ୟାନେଲର କାନ୍ଥ ମଧ୍ୟ ରହିଛି। ୧୨ ମିଟରର ଡାଇନିଂର ସୁବିଧା ମଧ୍ୟ ରହିଛି। ବିଦେଶରୁ ଆସୁଥିବା ଅତିଥିମାନେ ଦିଲ୍ଲୀର ଆଇଟିସି ମୋର୍ଯ୍ୟା ହୋଟେଲ୍‌କୁ ପସନ୍ଦ କରିଥାଆନ୍ତି। ସେଥିପାଇଁ କର୍ମଚାରୀମାନେ ହୋଟେଲର ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିବାରେ ଲାଗି ପଡ଼ିଛନ୍ତି।

   Related Posts