ଚେତାଇଲେ ଟ୍ରମ୍ପ- କହିଲେ ଏହା ହେବ ସବୁଠୁ ମୁସ୍କିଲ ସପ୍ତାହ, ମୃତ୍ୟୁ ସଂଖ୍ୟା ଚରମରେ ପହଞ୍ଚିବ

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ ୦୫।୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୁଇନ୍ ଏଲିଜାବେଥଙ୍କ ଦୁଲର୍ଭ ଏବଂ ପ୍ରତୀକ୍ଷିତ ଭାଷଣ ଆଗରୁ ଆମେରିକୀୟଙ୍କୁ ଆଗାମୀ ଦିନରେ କରୋନା ମୃତ୍ୟୁ ସଂଖ୍ୟା ଆହୁରି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି। 

ସମଗ୍ର ବିଶ୍ଵରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦ ହଜାର ଟପିଛି। ୟୁରୋପରେ କରୋନା ସ୍ଥିତି ଭୟାବହ ରହିଛି। ପ୍ରତ୍ୟେକ ଘରୁ କେହି ନା କେହି ସଦସ୍ୟଙ୍କ କରୋନାରେ ମୃତ୍ୟୁ ଘଟୁଛି।

ଜନ୍ସ ହପିକନ୍ସ  ୟୁନିଭର୍ସିଟିର ତଥ୍ୟ ଅନୁଯାୟୀ, ଜନ ହପକିନ୍ସ ୟୁନିଭର୍ସିଟି ଅନୁଯାୟୀ ସମଗ୍ର ଦୁନିଆରେ ଅଦ୍ୟାବଧି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷରୁ ଅଧିକ ରହିଛି । ଏହି ମହାମାରୀ ଭାଇରସରେ ପ୍ରାୟ ୬୫ ହଜାର ଲୋକଙ୍କ ମୃତ୍ୟୁ ଘଟି ସାରିଛି । ଆମେରିକାରେ ଶନିବାର କୋଭିଡ୍ ୧୯ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷରୁ ଅଧିକ ରହିଛି । କରୋନା ଭାଇରସର ସବୁଠୁ ଅଧିକ ଦୟନୀୟ ସ୍ଥିତି ୟୁରୋପରେ ଦେଖିବାକୁ ମିଳିଛି । ପୂରା ୟୁରୋପରେ ମୃତକଙ୍କ ସଂଖ୍ୟା ୪୫ ହଜାରରୁ ଅଧିକ ରହିଛି ।

{"id":249343,"sizeSlug":"large"}

ଟ୍ରମ୍ପ କହିଛନ୍ତି ଯେ, ଆମେରିକାରେ ସ୍ଥିତି ଭୟାନକ ହେବାକୁ ଯାଉଛି ଏବଂ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ବୋଧହୁଏ ଏହା ସବୁଠୁ ମୁସ୍କିଲ ସପ୍ତାହ ହେବ। ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିବ ବୋଲି ଟ୍ରମ୍ପ ହ୍ଵାଇଟ୍ ହାଉସରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେନାର ୧୦୦୦ ଡାକ୍ତର ଓ ନର୍ସଙ୍କୁ ନ୍ୟୁୟର୍କର ସହରରେ ନିୟୋଜିତ କରାଯିବ ।

ବ୍ରିଟେନରେ ମଧ୍ୟ କରୋନାର ପ୍ରକୋପ ଦେଖିବାକୁ ମିଳିଛି । ଏହି ଦେଶରେ କରୋନା ଭାଇରସର ମୋଟ୍ ୪୨ ହଜାରରୁ  ଅଧିକ ମାମଲା ସାମ୍ନାକୁ ଆସିଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟି ୪୩୦୦ରେ ପହଁଚିଛି । ମହାରାଣୀ ଏଲିଜାବେଥ ଦ୍ୱିତୀୟ ରବିବାର ଦେଶକୁ ଦୁଲର୍ଭ ସମ୍ବୋଧିତ କରିବାକୁ ଯାଉଛନ୍ତି । ଏହି ସମ୍ବୋଧନରେ କରୋନା ଭାଇରସର ମୁକାବିଲା ପାଇଁ ଲୋକଙ୍କୁ ଆହ୍ୱାନ କରାଯିବା ସହିତ ଏହି ମହାମାରୀ ବିରୋଧରେ ସବୁଠୁ ଆଗରେ ରହି ଲଢୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ବ୍ୟକ୍ତିଗତ ଧନ୍ୟବାଦ ଦିଆଯାଇପାରେ ।

{"id":249344,"sizeSlug":"large"}

ଇଟାଲୀରେ ନୂତନ ସଂକ୍ରମଣ ମାମଲାରେ ହ୍ରାସ ଦେଖିବାକୁ ମିଳିଛି । ପ୍ରଥମ ଥର ଶୁକ୍ରବାର ଚିହ୍ନଟ ହୋଇଥିବା ୪,୦୬୮ ତୂଳନାରେ ଶନିବାର ୩,୯୯୪ ମାମଲା ସାମ୍ନାକୁ ଆସିଛି । ଇଟାଲୀରେ ଶନିବାର ୬୮୧ ଜଣଙ୍କ ମୃତ୍ୟୁ ଘଟିଛି ।  ଯାହା ବିଗତ ଗୋଟିଏ ସପ୍ତାହର ସର୍ବନିମ୍ନ ରହିଛି । କାରଣ ଏହି ଦେଶରେ ସପ୍ତାହକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି ।

ପୂରା ଦେଶକୁ ଲକଡାଉନ ଘୋଷଣା କରିଥିବା ସ୍ପେନରେ କରୋନା ଭାଇରସ ସମ୍ବନ୍ଧିତ ୮୦୯ ନୂତନ ମାମଲା ଚିହ୍ନଟ ହୋଇଛି । ସ୍ପେନରେ ଅଦ୍ୟାବଧି ଏହି ମହାମାରୀ ରୋଗରେ ୧୧,୯୪୭ ଜଣଙ୍କ ମୃତ୍ୟୁ ଘଟିଛି ଯାହା ଇଟାଲୀ ପରେ ଦ୍ୱିତୀୟ ସ୍ଥାନରେ ରହିଛି । ସ୍ପେନରେ ମଧ୍ୟ ନୂତନ କରୋନା ରୋଗୀଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ମାତ୍ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଂଚେଜ ଦେଶର ଲକଡାଉନ ଅବଧିକୁ ଏପ୍ରିଲ ୨୫ ପର‌୍ୟ୍ୟନ୍ତ ବଢାଇବାକୁ ଘୋଷଣା କରିଛନ୍ତି ।

ଆମେରିକାରେ କରୋନା ଭାଇରସରେ କେନ୍ଦ୍ର ପାଲଟିଥିବା ନ୍ୟୁୟର୍କରେ ଗୋଟିଏ ଦିନରେ ରେକର୍ଡ ୬୩୦ ଜଣଙ୍କ ମୃତ୍ୟୁ ଘଟିଛି । ଗଭର୍ଣ୍ଣର ଆଣ୍ଡ୍ର‌୍ୟୁର କ୍ୟୁମୋ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଏ ପର‌୍ୟ୍ୟନ୍ତ ଏଠାରେ ସ୍ଥିତି ଚରମରେ ପହଁଚି ନାହିଁ. ରାଜ୍ୟରେ ମୋଟ୍ ୩,୫୬୫ ଜଣଙ୍କ ମୃତ୍ୟୁ ଘଟି ସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.