ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ : ମୁହଁ ସମ୍ଭାଳି କଥା କୁହନ୍ତୁ ଇରାନର ‘ସୁପ୍ରିମ ଲିଡର’

Published By : Prameya-News7 Bureau | January 18, 2020 IST

ଓ୍ବାଶିଙ୍ଗଟନ୍ ୧୮/୧: ଆମେରିକାର ରାଷ୍ଟ୍ରପତି ଡୋନାଡ୍ଟ ଟ୍ରମ୍ପ ଗତକାଲି ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲାହ ଅଲ୍ଲୀ ଖାମନେଇଙ୍କୁ ନିଜର କଥାକୁ ନେଇ ସାବଧାନ ରହିବାକୁ ଚେତାବନୀ ଦେଇଛନ୍ତି। ସେ ଖାମନେଇଙ୍କ ଆମେରିକା ଏବଂ ୟୁରୋପ ଦେଶ ଉପରେ କରିଥିବା ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ଏହି ଚେତାବନୀ ଦେଇଛନ୍ତି।

ଟ୍ରମ୍ପ୍ ଟ୍ବିଟ୍ କରି ଚେତାବନୀ ଦେଇ କହିଛନ୍ତି ଯେ ଇରାନର ସୁପ୍ରିମ ଲିଡର ୟୁରୋପ ଏବଂ ଆମେରିକା ବିଷୟରେ ବହୁତ କଥା କହିଛନ୍ତି। ତାଙ୍କ ଅର୍ଥବ୍ୟବସ୍ଥା ଧ୍ବଂସ ହେଉଛି ଏବଂ ତାଙ୍କ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ପରିସ୍ଥିତିରେ ତାଙ୍କୁ ନିଜ କଥା ଉପରେ ଲଗାମ ଦେବା ଉଚିତ୍। ଟ୍ରମ୍ପଙ୍କ କହିବା ଅନୁସାରେ ଖାମନେଇ ନିଜ ଉତ୍ତ୍ୟକ୍ତ ବୟାନରେ ଆମେରିକାକୁ ଧୂର୍ତ୍ତ ଏବଂ ୟୁରୋପୀୟ ଦେଶ ବ୍ରିଟେନ୍,ଫ୍ରାନ୍ସ ଏବଂ ଜର୍ମାନୀକୁ ଆମେରିକାର ଚାକର କହିଥିଲେ, ଯାହା ଅତ୍ୟନ୍ତ ନିନ୍ଦନୀୟ ବୟାନ ଥିଲା।

ଟ୍ରମ୍ପ୍ ଏହି ବୟାନର ପାଲଟା ଜବାବ କରି ଇରାନି ନେତା ଉପରେ ଗର୍ଜିଥିଲେ। ଟ୍ରମ୍ପ୍ ଅନ୍ୟ ଏକ ଟ୍ବିଟରେ ଇରାନର ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଯେଉଁ ଇରାନି ଲୋ​‌କେ ଆମେରିକାକୁ ଭଲ ପାଆନ୍ତି ସେମାନେ ଏକ ଏପରି ସରକାର ପାଇବାକୁ ଯୋଗ୍ୟ ଯିଏ ସେମାନଙ୍କୁ ମାରିବା ବଦଳରେ ସେମାନଙ୍କ ସ୍ବପ୍ନ ପୂରଣ କରିପାରିବେ। ସେ ସେମାନେ ତାଙ୍କ ଦେଶକୁ ବିଧ୍ବଂସତା ଆଡ଼କୁ ନେଇଯିବା ବଦଳରେ ଆତଙ୍କବାଦକୁ ଛାଡ଼ିଦେବାକୁ ଏବଂ ଇରାନକୁ ପୁଣି ଥରେ ମହାନ୍ କରି ଗଢ଼ି ତୋଳିବାକୁ ଇରାନି ନେତାଙ୍କୁ ଟ୍ବିଟ୍ କରି ଅପିଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.