ସୀମାରେ ସାପ କୁମ୍ଭୀର ଛାଡିବେ ରାଷ୍ଟ୍ରପତି ଟ୍ରମ୍ପ, ଅନୁପ୍ରବେଶ ରୋକିବା ପାଇଁ ନୂଆ ଯୋଜନା

Published By : Prameya-News7 Bureau | October 03, 2019 IST

ନୂଆଦିଲ୍ଲୀ ୩|୧୦: ଅନୁପ୍ରବେଶ ରୋକିବାକୁ ଆମେରିକା ରାଷ୍ଟ୍ରପତିଙ୍କ ଅଜବ ମସୁଧା । ଆମେରିକା-ମେକ୍ସିକୋ ସୀମାରେ ସାପ ଏବଂ କୁମ୍ଭୀର ଛାଡିବାକୁ ଯୋଜନା କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ । ତେବେ କାହିଁକି ଟ୍ରମ୍ପଙ୍କୁ ଏଭଳି ସାପ କୁମ୍ଭୀର ଉପରେ ଭରସା କରିବାକୁ ପଡ଼ିଲା  ଜାଣନ୍ତୁ ।

{"id":165881}

ଆମେରିକା ଓ ମେକ୍ସିକୋ ସୀମାବର୍ତ୍ତୀ ଅଞ୍ଚଳ, ଯାହା ସବୁବେଳେ ଆମେରିକା ଚିନ୍ତାର ବଢ଼ାଇ ଆସିଛି । ମେକ୍ସିକୋରୁ ହଜାର ହଜାର ସଂଖ୍ୟାରେ ଅନୁପ୍ରବେଶକାରୀ ଆମେରିକାକୁ ପ୍ରବେଶ କରୁଛନ୍ତି। ଯେଉଁମାନଙ୍କୁ ଆମେରିକାରେ ବାରମ୍ବାର ଧରାଯାଇ ଅତ୍ୟାଚାର କରାଯାଇଛି ପରିବାରଠାରୁ ପିଲାମାନଙ୍କୁ ଅଲଗା କରାଯାଇଛି। ଆଉ ଏସବୁକୁ ନେଇ ଟ୍ରମ୍ପ ସରକାର ସବୁବେଳେ ସରବ୍ୟର ଶିକାର ହୋଇଛନ୍ତି। ଯେତେବେଳେକି ଟ୍ରମ୍ପ ବାରମ୍ବାର କହୁଛନ୍ତି ଆମେରିକା ଧର୍ମଶାଳା ନୁହେଁ ଯେତେବେଳେ ଯିଏ ପାରିବ ପଶି ଆସିବ। ଆମେରିକା ଭିତରକୁ ସୀମା ଡେଇଁ ପଶି ଆସୁଛନ୍ତି ମେସ୍କିକୋର ନିଶା ବେପାରୀ ।

ଏମାନଙ୍କୁ ରୋକିବାକୁ ମେକ୍ସିକୋ ସୀମାରେ ନିର୍ମାଣ ହେଉଛି ବିଶାଳ ଷ୍ଟିଲ ପ୍ରାଚୀର । ଅନୁପ୍ରବେଶ ରୋକିବାକୁ ଟ୍ରମ୍ପ ଏତେ ଆତୁର ଯେ, ତାଙ୍କ ଇଛା ଷ୍ଟିଲ ପାଚେରୀରେ କରେଣ୍ଟ ଚାର୍ଜ କରିବା ସହ ତା ଉପରେ କଣ୍ଟାତାର ଲଗାଯାଉ, ଯେଉଁଥିରେ ଅନୁପ୍ରବେଶକାରୀଙ୍କ ଦେହ ଚିରି ହୋଇଯିବ ।

{"id":165882}

ଏହାସହ ପ୍ରାଚୀର ପାଖରେ ଗଭୀର ଖାଇ ଖୋଳି ସେଥିରେ ବିଷାକ୍ତ ସାପ ଏବଂ କୁମ୍ଭୀର ଛାଡିବା ଲାଗି ମଧ୍ୟ ଟ୍ରମ୍ପ ଯୋଜନା କରୁଛନ୍ତି । ଏପର୍ଯ୍ୟନ୍ତ ୨୨କିଲୋମିଟର ଲମ୍ବା ଷ୍ଟିଲ ପାଚେରୀ ତିଆରି ସରିଲାଣି । ଏହାସହ ଏହି ପାଚେରୀ ତଳେ ବେଶ ଗଭୀର ପର୍ଯ୍ୟନ୍ତ କଂକ୍ରିଟ ଦିଆଯାଇଛି ଯାହା ଫଳରେ ଅନୁପ୍ରବେଶକାରୀ ସୁଡଙ୍ଗ କରି ଆସିପାରିବେ ନାହିଁ । ଆମେରିକା-ମେସ୍କିକୋ ସୀମାର ଲମ୍ବ ୩୬୦୦କିଲୋମିଟର । ଏତେ ଲମ୍ବା ସୀମାରେ ପାଚେରୀ ତିଆରି କରିବା ଲାଗି ୬୭ ବିଲିଅନ ଡଲାର ଖର୍ଚ୍ଚ ଆକଳନ କରାଯାଇଛି ।

ତେବେ ସୀମାରେ ଖାଇ ଖୋଳି ସେଥିରେ ସାପ ଏବଂ କୁମ୍ଭୀର ଛାଡିବା ଯୋଜନା ଟ୍ରମ୍ପ ବିଚାର କରୁଛନ୍ତି । ଗତ ମାର୍ଚ୍ଚ ମାସରେ ହ୍ୱାଇଟ୍ ହାଉସ ବୈଠକରେ ଟ୍ରମ୍ପ ଏହି ବିଚାର ରଖିଥିଲେ । ଯାହା ଏବେ ସାମ୍ନାକୁ ଆସିଛି । ଦେଖାଯାଉ ଟ୍ରମ୍ପଙ୍କ ଏହି ସାପ ଫର୍ମୁଲା ମେକ୍ସିକୋ ଅନୁପ୍ରବେଶକାରୀଙ୍କୁ ରୋକୁଛି ନା ସେମାନେ ନୂଆ କିଛି ପ୍ଲାନ ତିଆରି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.