ଆସୁଛନ୍ତି ଟ୍ରମ୍ପ, ସଜେଇ ହେଉଛି ଗୁଜୁରାଟ: ମାତ୍ର ୩ ଘଣ୍ଟା ପାଇଁ ଖର୍ଚ୍ଚ ୧୦୦କୋଟି

Published By : Prameya-News7 Bureau | February 15, 2020 IST

ଅହମ୍ମଦାବାଦ ୧୫|୦୨: ଆସନ୍ତା ୨୪ରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ୍ । ଟ୍ରମ୍ପଙ୍କ ସ୍ବାଗତ ଲାଗି ବ୍ୟାପକ ଆୟୋଜନରେ ଲାଗିପଡିଛନ୍ତି ଗୁଜୁରାଟ ସରକାର । ସେ ମାତ୍ର ୩ଘଣ୍ଟା ପାଇଁ ଅହମ୍ମଦାବାଦ ଗସ୍ତ କରିବାର ସୂଚନା ରହିଛି । ତେବେ ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସହରକୁ କିପରି ସୁନ୍ଦର କରାଯିବ ସେନେଇ ଉଭୟ ସରକାର ଲାଗିପଡିଛନ୍ତି । ଏକ ଆକଳନରୁ ଜଣାପଡିଛି ଯେ, ଆମେରିକା ରାଷ୍ଟ୍ରପତିଙ୍କ ଅହମ୍ମଦାବାଦ ଗସ୍ତ ସମୟରେ ୧୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି । ଏହାକୁ ନେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି ।

{"id":224837,"sizeSlug":"large"}

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅର୍ଥ ଯେପରି ବାଧକ ନସାଜେ ସେ ସ୍ପଷ୍ଟ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ । ଅହମ୍ମଦାବାଦ ମୁନିସିପାଲ କର୍ପୋରେସନ ଓ ଏଡିଏ ରାସ୍ତାଘାଟ ଓ ସହରର ସୌନ୍ଦର୍ଯ୍ୟକରଣ ପାଇଁ ୧୦୦ କୋଟି ଖର୍ଚ୍ଚ କରିସାରିଲେଣି। ଟ୍ରମ୍ପ ଯେଉଁ ୧.୫ କିମି ରାସ୍ତା ଦେଇ ଗତି କରିବେ ସେହି ରାସ୍ତା ସହ ଅନ୍ୟ ୧୭ଟି ରାସ୍ତା ପାଇଁ ୬୦ କୋଟି ଖର୍ଚ୍ଚ ହୋଇଛି। ଏହି ରାସ୍ତା ମୋଟେରା ଷ୍ଟାଡିୟମକୁ ଯାଇଛି। ଯେଉଁଠି ଟ୍ରମ୍ପ ଅଭିଭାଷଣ ଦେବେ। ତେବେ ମୋଟେରା ଷ୍ଟାଡିୟମ ବିଶ୍ବର ସବୁଠାରୁ ବଡ ଷ୍ଟାଡିୟମ ଭାବେ ନିର୍ମାଣ କରାଯାଉଛି ।

{"id":224827,"sizeSlug":"large"}

ତେବେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ରାଶି ମଧ୍ୟରୁ ଭାରତ ସରକାର ମଧ୍ୟ କିଛି ବହନ କରିବେ ବୋଲି ସୂଚନା ମିଳିଛି। କିନ୍ତୁ ମୁଖ୍ୟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଜଣେ ମହାନଗର ଅଧିକାରୀଙ୍କ କହିବାନୁସାରେ, ବଜେଟରେ ସହରର ରାସ୍ତାଘାଟ ମରାମତି ପାଇଁ ମୋଟ ୫୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହାକୁ ମୋଟେରା ଷ୍ଟାଡିୟମ ରାସ୍ତା, ବିମାନ ବନ୍ଦର ଓ ସାବରମତି ଆଶ୍ରମ ରାସ୍ତା ପାଇଁ ଖର୍ଚ୍ଚ କରାଯିବ।

{"id":224838,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.