Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଟ୍ରମ୍ପଙ୍କ ଉପରେ ଟ୍ୱିଟର୍ ବ୍ୟାନ୍ ପଛରେ ଭାରତୀୟ, ବରିଷ୍ଠ ଆଇନଜୀବୀ ବିଜୟା ଗଡ୍ଡେଙ୍କ ଠୋସ୍ ଯୁକ୍ତିକୁ ଗ୍ରହଣ କରି ହୋଇଛି ଆକ୍ସନ

12/01/2021 at 12:58 PM

ନ୍ୟୁୟର୍କ,୧୨/୦୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ କରାଯାଇଛି । ଆମେରିକାର ସଂସଦ (କ୍ୟାପିଟୋଲ ବିଲ୍ଡିଂ)ରେ ହୋଇଥିବା ହିଂସାକୁ ନେଇ ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦେଇଛି ।

ଭବିଷ୍ୟତରେ ଟ୍ରମ୍ପ ହିଂସା ବଢ଼ାଇବାର ଆଶଙ୍କା କରି କମ୍ପାନୀ ଏପରି ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲା। ଟ୍ରମ୍ପଙ୍କର ଗୋଟିଏ ଭିଡିଓ ଏବଂ ତିନୋଟି ଟ୍ୱିଟ୍କୁ ହଟାଇ ଦେଇଥିଲା କମ୍ପାନୀ। ତାଙ୍କ ଆକାଉଣ୍ଟକୁ ରିଭ୍ୟୁ ପରେ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲା। ଏପରିକି ଟ୍ରମ୍ପ ବାରମ୍ବାର ନିୟମ ଭଙ୍ଗ କରୁଥିବା ଟ୍ୱିଟର ଅଭିଯୋଗ କରିବା ସହ ପୂର୍ବରୁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ କିଛି ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଥିଲା ଏବଂ କମ୍ପାନୀ ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିପାରେ ବୋଲି ଚେତାବନୀ ମଧ୍ୟ ଦେଇଥିଲା। ତେବେ ଟ୍ରମ୍ପଙ୍କ ଟ୍ୱିଟର୍ ଆକାଉଣ୍ଟ ବନ୍ଦ ହେବା ପଛରେ ଜଣେ ଭାରତୀୟଙ୍କ ହାତ ରହିଛି ।

ସୂଚନାନୁସାରେ, ଭାରତୀୟ ବଂଶୋଦ୍ଧବ ଆମେରିକୀୟ ଓକିଲ ବିଜୟ ଗଡ୍ଡେ ଟ୍ରମ୍ପଙ୍କ ବିରୋଧରେ ଯୁକ୍ତି ଉପସ୍ଥାପନା କରିଥିଲେ । କାହିଁକି ତାଙ୍କ ଆକାଉଣ୍ଟକୁ ବନ୍ଦ କରାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଟ୍ୱିଟରରେ ବରିଷ୍ଠ ଓକିଲ ଭାବେ କାର୍ଯ୍ୟ କରୁଥିବା ବିଜୟ ଭାରତରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ତାଙ୍କ ପିତା ଟେକ୍ସାସରେ କେମିକାଲ ଫାକ୍ଟ୍ରିରେ କାମ କରୁଥିବାରୁ ସେ ଆମେରିକା ଚାଲିଯାଇଥିଲେ ।

   Related Posts