Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ତୃତୀୟ ବିତର୍କ ପୂର୍ବରୁ ଟ୍ରମ୍ପ କରାଇବେ କରୋନା ପରୀକ୍ଷା

20/10/2020 at 1:35 PM

ଓ୍ବାଶିଂଟନ ୨୦/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଅକ୍ଟୋବର ୨୨ରେ ତୃତୀୟ ତଥା ଅନ୍ତିମ ରାଷ୍ଟ୍ରପତି ନିର୍ବାଚନୀ ବିତର୍କ ଅନୁଷ୍ଠିତ ହେବ। ଏହା ପୂର୍ବରୁ କରୋନା ଟେଷ୍ଟ କରାଇବେ ଟ୍ରମ୍ପ। ପ୍ରଥମ ବିତର୍କ ସେପ୍ଟେମ୍ବର ୨୯ରେ ହୋଇଥିଲା। ଏହା ପରେ ଅକ୍ଟୋବରକୁ ଟ୍ରମ୍ପ ଓ ଫାଷ୍ଟ ଲେଡି କରୋନାରେ ସଂକ୍ରମିତ ହୋଇ ଥିଲେ। ଟ୍ରମ୍ପଙ୍କୁ ଓ୍ବାଲଟର ରିଡ ହସପିଟାଲରେ ଭର୍ତି କରାଗଲା। ଏବେ ଗତ ସପ୍ତାହେ ହେବ ସେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଅଛନ୍ତି।

ରାଷ୍ଟ୍ରପତି ପଦରେ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଭାଗ୍ୟପରୀକ୍ଷା କରିବାକୁ ଯାଉଛନ୍ତି। ଅକ୍ଟୋବର ୧୫ରେ ଦ୍ବିତୀୟ ପ୍ରେସଡେନସିଅଲ ଡିବେଟ୍ ହେବାର ଥିଲା। ମାତ୍ର କୋଭିଡକୁ ଦୃଷ୍ଟିରେ ରଖି ଏହାକୁ ଭର୍ଚୁଆଲ ଆୟୋଜନ କରିବା ଯୋଜନା ଥିଲା। ମାତ୍ର ଟ୍ରମ୍ପ ଏଥିରେ ସାମିଲ ନ ହେବାକୁ ରୋକ ଠୋକ  ମନା କରିଥିଲେ। ସେ କହିଥିଲେ ଭର୍ଚୁଆଲ ବିତର୍କରେ ସାମିଲ ହେବା ସମୟ ନଷ୍ଟ କରିବା ସହ ସମାନ।

ତେବେ ଡେମୋକ୍ରେଟିକ ପ୍ରାର୍ଥୀ ଜୋ ବିଡେନ ଟ୍ରମ୍ପଙ୍କୁ ତୃତୀୟ ତଥା ଶେଷ ବିତର୍କରେ ସାମ୍ନା କରିବେ। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇଁ ଶେଷ ବିତର୍କରେ ବିଦେଶ ନୀତି ପ୍ରସଙ୍ଗ ଉପରେ ହେବା ନେଇ ଦାବି କରିଛନ୍ତି।

   Related Posts