Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆମେରିକା ରାଷ୍ଟ୍ରପତିଙ୍କ ଦ୍ବିତୀୟ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍, ଟ୍ରମ୍ପ୍ କହିଲେ ମାତ୍ର ୧୫ ମିନିଟ୍‌ରେ ଆସିଲା ରେଜଲ୍ଟ

3/04/2020 at 8:27 AM

ଓ୍ବାଶିଂଟନ୍ ୩।୪: ଚୀନ୍ ଉହାନରୁ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଥିବା କରୋନା ଭାଇରସ୍ ସଂକ୍ରମଣ ଆମେରିକାରେ ବଡି ବଢି ଚାଲିଛି । ଏହି ମହାମାରୀ ଯୋଗୁଁ ଆମେରିକାରେ ୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କରୋନା ଟେଷ୍ଟ କରାଯାଇଥିଲା । ଦ୍ବିତୀୟ ଥର ପାଇଁ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ବୋଲି ଜଣାପଡିଛି ।

ହ୍ବାଇଟ୍ ହାଉସ ଦ୍ବାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ରାଷ୍ଟ୍ରପତିଙ୍କ ପୁଣି ଥରେ କରୋନା ପରୀକ୍ଷଣ କରାଯାଇଥିଲା, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ ।

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜଣେ ବ୍ୟକ୍ତିଙ୍କ ସହିତ ସଂସ୍ପର୍ଶରେ ଆସିଥିଲେ ଯାହାର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଆମେରିକାରେ ଟ୍ରମ୍ପଙ୍କ କରୋନା ପରୀକ୍ଷଣ ନେଇ ପ୍ରଶ୍ନ ଉଠିଥିଲା । ପ୍ରଥମେ ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ ସେ ସମ୍ପୂର୍ଣ୍ଣ ଫିଟ୍ ଥିବାରୁ ପରୀକ୍ଷଣର ଆବଶ୍ୟକତା ନାହିଁ ।

ଏହାପରେ ହ୍ବାଇଟ୍ ହାଉସରେ ତାଙ୍କର ପରୀକ୍ଷା କରାଯାଇଥିଲା ଏବଂ ଉଭୟ ଥର ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ଜଣାପଡିଛି । ଯାହା ଆମେରିକା ପାଇଁ ନିହାତି ଖୁସିର ଖବର ।

ସିଏନଏନ ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଯେ ଦ୍ବିତୀୟ ଥର କରାଯାଇଥିବା ଏହି ପରୀକ୍ଷଣର ଫଳାଫଳ ୧୫ ମିନିଟରେ ଆସିଛି । ଆମେ ଏକ କୌଶଳ ପ୍ରସ୍ତୁତ କରିଛୁ ଯାହା ତୁରନ୍ତ ଫଳାଫଳ ପ୍ରକାଶ କରୁଛି । ଟ୍ରମ୍ପ୍ କହିଛନ୍ତି ଯେ ଟେଷ୍ଟ ରେଜଲ୍ଟ ଆସିବା ପରେ ପରେ ସେ କାମ କରିବାକୁ ଯାଇଥିଲେ । ତାଙ୍କର କୌଣସି ପ୍ରକାରର ଅସୁବିଧା ହୋଇନଥିଲା ।

ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଆମେରିକାରେ କରୋନା ଭାଇରସ୍ ଦ୍ବାରା ୨ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ପ୍ରାୟ ୬ ହଜାର ଲୋକ ପ୍ରାଣ ହରାଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ଆଗାମୀ ଏକ ମାସ ପର୍ଯ୍ୟନ୍ତ ‘ନୋ ରେଗୁଲାର ଓ୍ବାର୍କ’ ଅଭିଯାନ ଆରମ୍ଭ କରିଛନ୍ତି, ଯାହାଦ୍ବାରା ଲୋକମାନେ ଘରେ ରହିବେ ।

   Related Posts