‘ପରିଣାମ ଭୋଗିବ ଚୀନ.. ମରିଥିବା ଜଣେଜଣେ ଲୋକଙ୍କ ହିସାବ କରି ପ୍ରତିଶୋଧ ନେବୁ’, ଡ୍ରାଗନକୁ ଟ୍ରମ୍ପଙ୍କ ଧମକ

Published By : Prameya-News7 Bureau | April 19, 2020 IST

ଓ୍ୱାଶିଂଟନ, ୧୯|୦୪:  କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରିଛି । ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ମୃତକଙ୍କ ସଂଖ୍ୟା ୩୯,୧୬୮ ଥିବା ବେଳେ ୭ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଏହି ଘଟଣା ପାଇଁ ଆମେରିକା ରାଷ୍ଟ୍ରପତି ଚୀନକୁ ଦାୟୀ କରିଛନ୍ତି । କାରଣ ଏହି ଭାଇରସ ଚୀନର ଉହାନ ସହରରୁ ସାରା ବିଶ୍ୱକୁ ବ୍ୟାପିଛି । ଏହାସହ ଚୀନ ଏହାର ପରିଣାମ ଭୋଗିବ ଓ ପ୍ରତି ମୃତକଙ୍କ ପ୍ରତିଶୋଧ ନିଆଯିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି ।

ଟ୍ରମ୍ପ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ଚୀନ ଆମେରିକାକୁ ସହଯୋଗ କରିନାହିଁ । ଭୁଲ ତଥ୍ୟ ଦେଇଛି । ଯଦି ଚୀନ ଜାଣିଶୁଣି ଏପରି କରିଥାଏ ବୋଲି ପ୍ରମାଣ ମିଳେ ତେବେ ପରିଣାମ ଭୟାବହ ହେବ । ଚୀନ ଏହା ଭୋଗିବ । ୧୯୧୭ ପରେ ଏତେ ସଂଖ୍ୟକ କେବେବି ଲୋକ ପ୍ରାଣ ହରାଇ ନଥିଲେ । ପୂର୍ବରୁ ଚୀନ ସହ ଆମେରିକାର ଭଲ ସମ୍ପର୍କ ଥିଲା । ଏବି କିନ୍ତୁ ଅନେକ ତଥ୍ୟ ମିଳିବା ପରେ ଏହା ବଦଳି ଯାଇଛି ।ସାଧାରଣ ଭୁଲ ଓ ଜାଣିଶୁଣି କରାଯାଇଥିବା ଭୁଲ ମଧ୍ୟରେ ଫରକ ରହିଛି ।

{"id":256809,"width":748,"height":420,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, କରୋନା ଭାଇରସ ପାଇଁ ସମସ୍ତଙ୍କର କ୍ଷତି ହେଉଛି । ଆମେରିକା ହେଉଛି ବିଶ୍ୱର ସବୁଠାରୁ ବଡ ଅର୍ଥବ୍ୟବସ୍ଥା । ଚୀନ ଏହାର ଆଖପାଖରେ ମଧ୍ୟ ନାହିଁ । ଇରାନ ପୂର୍ବ ତୁଳନାରେ ଏବେ ଭିନ୍ନ ଦେଶ ହୋଇଯାଇଛି ।  ପୂର୍ବରୁ ଏହା ପଶ୍ଚିମ ଏସିଆରେ ଦବଦବା ଜାହିର କରିବାକୁ ଚାହୁଁଥିଲା । ଏବେ କିନ୍ତୁ କେବଳ ବଞ୍ଚିବାକୁ ଚାହୁଁଛି ।

ଆମେରିକା ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଚୀନରେ ମୃତକଙ୍କ ସଂଖ୍ୟାକୁ ନେଇ ସନ୍ଦେହ ରହିଛି । କିଛି ବିଶେଷଜ୍ଞ ଏଠାରେ ଆମେରିକାକୁ ମଧ୍ୟ ଅଧିକ ମୃତକ ଥିବା ଦାବି କରୁଛନ୍ତି ।  ମୃତ୍ୟୁସଂଖ୍ୟାରେ ଆମେରିକା ନୁହେଁ ପ୍ରଥମ ସ୍ଥାନରେ ଚୀନ ରହିଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.