Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

‘ଚାଇନା ଭାଇରସ୍‌’ ମନ୍ତବ୍ୟ ପାଇଁ ଟ୍ରମ୍ପଙ୍କୁ ଅଦାଲତକୁ ଟାଣିଲା ଚୀନ-ଆମେରିକୀୟ ନାଗରିକ ସଂଘ, ଦାବି କଲା ୨୨.୯ ମିଲିୟନ୍‌ ଡଲାର କ୍ଷତିପୂରଣ

22/05/2021 at 6:54 PM

ଓ୍ବାସିଂଟନ ୨୨/୫: ପୁଣି ଚର୍ଚ୍ଚାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିଜର ଓଲଟା ପାଲଟା ମନ୍ତବ୍ୟ ପାଇଁ ସବୁ ବେଳେ ଚର୍ଚ୍ଚାକୁ ଆସୁଥିବା ଟ୍ରମ୍ପ କିନ୍ତୁ ଏଥର ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ବିରୋଧରେ ୧୬୭ କୋଟି ଟଙ୍କାର ମାମଲା ହୋଇଛି। କରୋନା ମହାମାରୀ ସାରା ବିଶ୍ବରେ ସଂହାରଲୀଳା ଚଳାଇଥିବା ବେଳେ ଭୂତାଣୁ ଉତ୍ପତିସ୍ଥଳ ଚୀନର ଉହାନ ସହର ବୋଲି କୁହାଯାଉଛି। ଏନେଇ ଆଶଙ୍କା କରାଯାଉଥିବା ବେଳେ ସ୍ପଷ୍ଟ ତଥ୍ୟ ଏଯାଏ ମିଳିନାହିଁ। କିନ୍ତୁ ଆମେରିକାର ରାଷ୍ଟ୍ରପତି ଥିବା ବେଳେ କରୋନା ଭୂତାଣୁକୁ ନେଇ ଟ୍ରମ୍ପ ସବୁବେଳେ ଚାଇନାକୁ ଟର୍ଗେଟ କରିଆସୁଥିଲେ। ଏପରିକି କୋଭିଡ୍‌-୧୯କୁ ‘ଚୀନ୍‌ ଭାଇରସ୍‌’ ବୋଲି କୁହନ୍ତି ଡୋନାଲ୍ଡ ଟ୍ରମ୍ପ। ଏବେ ଏହି ମନ୍ତବ୍ୟ ପାଇଁ ସେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । 

କୋଭିଡ-୧୯କୁ ଚୀନ ଭାଇରସ୍‌ ବୋଲି କହୁଥିବାରୁ ଚୀନ-ଆମେରିକୀୟ ନାଗରିକ ଅଧିକାର ସମୂହ (ସିଭିଲ୍‌ ରାଇଟସ୍‌ ଗ୍ରୁପ୍‌) ଟ୍ରମ୍ପଙ୍କ ବିରୋଧରେ ଏତଲା ଦେଇଛି ।  ଏନେଇ ଏହି ଗ୍ରୁପ୍‌ (ସିଏସିଆରସି) ଗୁରୁବାର ନ୍ୟୁୟର୍କର ଏକ କୋର୍ଟରେ ପହଞ୍ଚିଛି ।  ଏହା ସହ ଟ୍ରମ୍ପ ସବୁବେଳେ ତଥ୍ୟ ବିହୀନ ଶବ୍ଦ ବ୍ୟବହାର କରୁଥିବା ଅଭିଯୋଗ କରିଛି। କରୋନା ଭୂତାଣୁର ଉତ୍ପତିସ୍ଥଳ ଏବେ ଯାଏ ସ୍ପଷ୍ଟ ହୋଇନଥିବା ବେଳେ ଟ୍ରମ୍ପ ‘ଚୀନ ଭାଇରସ୍‌’ ଶବ୍ଦ ବ୍ୟବହାର କରୁଛନ୍ତି ବୋଲି ଗ୍ରୁପ୍‌ ଅଭିଯୋଗ କରିଛି। ମହାମାରୀ ସମୟରେ ଟ୍ରମ୍ପଙ୍କ ଏଭଳି ବ୍ୟବହାର ଚୀନ-ଆମେରିକୀୟ ନାଗରିକଙ୍କ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି।

ପୂର୍ବତନ ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପରେ ପରେ ଏସୀୟ-ଆମେରିକୀୟଙ୍କ ଉପରେ ଆମେରିକାରେ ଅତ୍ୟାଚାର ବୃଦ୍ଧି ପାଇଥିଲା। ମାର୍ଚ୍ଚ ୧୭ରେ  ଜଣେ ବ୍ୟକ୍ତି ୮ ଜଣଙ୍କୁ ଗୁଳି କରି ମାରିଥିଲା । ସେମାନଙ୍କ ମଧ୍ୟରେ ୬ ଜଣ ଏସୀୟ ମହିଳା ଥିଲେ। ଦାୟିତ୍ବସମ୍ପନ୍ନ ପଦବୀରେ ଥିଲା ବେଳେ ଏକ ମନ୍ତବ୍ୟ ସତ୍ୟ ଉପରେ ଆଧାରିତ ହେବା ଦରକାର ବୋଲି କହିଛି ଗ୍ରୁପ୍‌। ଅଭିଯୋଗରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ଟ୍ରମ୍ପ ଜାଣିଶୁଣି ଏହି ସମ୍ବେଦନହୀନ ମନ୍ତବ୍ୟ ଦେଉଥିଲେ। ଯାହାଦ୍ବାରା ତାଙ୍କର ରାଜନୈତିକ ଏବଂ ବ୍ୟକ୍ତିଗତ ସ୍ବାର୍ଥ ସାଧନ ହୋଇପାରିବ।

ନିଜର ଏହି ସାଂଘାତିକ ଭୁଲର କ୍ଷମା ପ୍ରାର୍ଥନା ସ୍ବରୂପ ଆମେରିକାରେ ରହୁଥିବା ପ୍ରତି ଏସୀୟ-ଆମେରିକୀୟଙ୍କୁ ଏକ ଡଲାର ଲେଖାଁଏ ଟ୍ରମ୍ପ ଦେବା ଦରକାର ବୋଲି ସିଏସିଆରସି ଦାବି କରିଛନ୍ତି। ଯଦି ଏହାକୁ କୋର୍ଟ ଗ୍ରହଣ କରନ୍ତି ତେବେ ସେ ମୋଟ ୨୨.୯ ମିଲିୟନ ଡଲାର (ପ୍ରାୟ ୬୭ କୋଟି ଟଙ୍କା) ଦେବେ। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ରୂପେ ଜୋକ୍‌ ବୋଲି କହିଛନ୍ତି ଟ୍ରମ୍ପଙ୍କ ଓକିଲ ଜେସନ୍‌ ମିଲର।  ଏସୀୟ ଆମେରିକୀୟଙ୍କ ବିରୋଧରେ ବର୍ଦ୍ଧିତ ଅପରାଧକୁ ଦର୍ଶାଉଥିବା ବିଲ୍‌ରେ ଜୋ ବାଇଡେନ୍‌ ଦସ୍ତଖତ କରିବା ଦିନ ହିଁ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦାଏର ହୋଇଛି ମକଦ୍ଦମା।  

   Related Posts